୧୦ ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି

କଟକ ଅଫିସ, ୨୪ା୧୦- ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ପକ୍ଷରୁ ଓପିଏସ୍‌ସ୍ତରରେ ୧୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ଏଥିସହ ସେମାନଙ୍କୁ ରାଜ୍ୟର ବିଭିନ୍ନ ଜିଲାରେ ଅବସ୍ଥାପିତ କରାଯାଇଥିବା ଗୁରୁବାର ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡି ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ରଙ୍କୁ ପଦୋନ୍ନତି ଦିଆଯାଇ ଗଞ୍ଜାମ ଅତିରିକ୍ତ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଭୁବନେଶ୍ୱର ଏସ୍‌ଟିଏଫ, ସିଆଇଡି ସିବି ଡିଏସ୍‌ପି ତେଜରାଜ ପଟେଲଙ୍କୁ ଭୁବନେଶ୍ୱର ଏସ୍‌ଟିଏଫ, ସିଆଇଡି ସିବି ଅତିରିକ୍ତ ଏସ୍‌ପି, ଆଠମଲ୍ଲିକ ଏସ୍‌ଡିପିଓ ଏସ୍‌.କେ. ଅବଦୁଲ କରିମଙ୍କୁ ଭୁବନେଶ୍ୱର ଓଏଚ୍‌ଆରସି ଅତିରିକ୍ତ ଏସ୍‌ପି, ଭଦ୍ରକ ପିସିଆର ସେଲ ଡିଏସପି ସୁରଶ ଚନ୍ଦ୍ର ଜେନାଙ୍କୁ କନ୍ଧମାଳ ଅତିରିକ୍ତ ଏସ୍‌୍‌ପି, କଟକ ଏସ୍‌ପି ମୁଖ୍ୟ କାର୍ଯ୍ୟାଳୟ ଡିଏସ୍‌ପି ତଥା ବର୍ତ୍ତମାନ ରାଜ୍ୟ ମହିଳା କମିଶନର ବରିଷ୍ଠ ଫିଲ୍ଡ ଅଫିସର ଭାବେ ଡେପୁଟେଶନ୍‌ରେ ଥିବା ବିଜୟା ବରୱାଙ୍କୁ ଏନ୍‌ସିଆର ତାଳଚେରସ୍ଥିତ ଡିଆଇଜି ପୋଲିସ କାର୍ଯ୍ୟାଳୟରେ ଅତିରିକ୍ତ ଏସ୍‌ପି, ଭୁବନେଶ୍ୱର ଓଏଚ୍‌ଆରସି ଅତିରିକ୍ତ ଏସ୍‌ପି ତପସ୍ବିନୀ ଆରୁଖଙ୍କୁ ଢେଙ୍କାନାଳ ଅତିରିକ୍ତ ଏସ୍‌ପି, ଏନ୍‌ସିଆର ତାଳଚେର ଡିଆଇଜି ପୋଲିସ କାର୍ଯ୍ୟାଳୟ ଅତିରିକ୍ତ ଏସ୍‌ପି ତଥା ଝାରସୁଗୁଡାରେ ଡେପୁଟେଶନରେ ଥିବା ନୃପ ଚରଣ ଦଣ୍ଡସେନାଙ୍କୁ ଝାରସୁଗୁଡା ଅତିରିକ୍ତ ଏସ୍‌ପି, ଭୁବନେଶ୍ୱର ସାମୁଦ୍ରିକ ଓ ତଟରକ୍ଷୀ ଡିସିପି ରବୀନ୍ଦ୍ରନାଥ ମହାପାତ୍ରଙ୍କୁ ଭୁବନେଶ୍ୱର-କଟକ କମିଶନରେଟ୍‌ ଅତିରିକ୍ତ ଡିସିପି, ରାଉରକେଲା ଇନ୍ସପେକ୍ଟର ରବିନାରାୟଣ ପାଢୀଙ୍କୁ ରାଉରକେଲା ଏସ୍‌ପିଙ୍କ କାର୍ଯ୍ୟାଳୟ ଡିଏସ୍‌ପି ଇନଚାର୍ଜ, ଭୁବନେଶ୍ୱର ଇନ୍ସପେକ୍ଟର ଅନିଲ କୁମାର ବେଉରିଆଙ୍କୁ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ ଏସିପି ଇନ୍‌ଚାର୍ଜ ଭାବେ ପଦୋନ୍ନତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ କଲେଜ ଅଭିଯାନ’ ଶୁଭାରମ୍ଭ

ଭୁବନେଶ୍ୱର, ୨୨।୩(ବ୍ୟୁରୋ):‘ମୋ ସ୍କୁଲ୍‌’ର ସଫଳତା ପରେ ରାଜ୍ୟ ସରକାର ‘ମୋ କଲେଜ ଅଭିଯାନ’ ଆରମ୍ଭ କରିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଭିଡିଓ...

ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍‌ ବିଜୟ ସାହୁ: ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୬(ବ୍ୟୁରୋ): ପରଲୋକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଚେୟାରମ୍ୟାନ୍‌ ବିଜୟ ସାହୁ। ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ...

ହାଇଓ୍ବା ଧକ୍କାରେ ଚାଲିଗଲା ଶିଶୁର ଜୀବନ

ହିଞ୍ଜିଳିକାଟୁ,୧୬ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ହିଞ୍ଜିଳି- ତାରାତାରିଣୀ ରୋଡ୍‌ରେ ସୋମବାର ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ୫...

ସରକାରୀ ଜମି ବିକ୍ରି କରି ଯୁବକ ଗିରଫ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ନିଜକୁ କଟକ ଏସ୍‌ସିବି ମେଡିକାଲର ଡାକ୍ତର କହି କେତେଜଣଙ୍କୁ ସରକାରୀ ଜମି ବିିକ୍ରି କରିଥିଲେ। ସେମାନେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଖଣ୍ଡଗିରି...

ଆଜି ରାଜଧାନୀରୁ ୧୩ ପଜିଟିଭ୍‌ ଚିହ୍ନଟ, ପୁଣି ବଢ଼ିଲାଣି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର,୩।୩(ବ୍ୟୁରୋ): ବୁଧବାର ରାଜଧାନୀ ଭୁବନେଶ୍ୱରରୁ ୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୦୧୨ରେ ପହଞ୍ଚିଥିବା ବିଏମ୍‌ସି...

ସବାଇ ଘାସ: ବର୍ଷକୁ ୩୦୦ କୋଟି କାରବାର

ବାରିପଦା ଅଫିସ, ୮।୭-ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ଗରିବ ଆଦିବାସୀ ପରିବାର ଲୋକେ ସବାଇ ଘାସରୁ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସବାଇଘାସରୁ ପ୍ରସ୍ତୁତ ଉନ୍ନତ ମାନର...

ମାଟ୍ରିକ ପରୀକ୍ଷା ଫଳ : ୩୧ଟି ସ୍କୁଲରେ ରେଜଲ୍ଟ ଶୂନ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ବୁଧବାର ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ମାଟ୍ରିକ ପରୀକ୍ଷାଫଳ। ଚଳିତ ବର୍ଷ ପାସ୍‌ ହାର ୭୮.୭୬ % ରହିଛି। ଗତବର୍ଷଠାରୁ ଚଳିତ ବର୍ଷ...

ବୁଧବାର ନାମାଙ୍କନ ଭରିବେ ବର୍ଷା ସିଂ ବରିହା

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ଆଜିଠୁ...

Advertisement
Archives

Model This Week