୧୦ ଦିନ ବନ୍ଦ ହୋଇପାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ,୨୦-୩: କରୋନା ପ୍ରଭାବ ଯୋଗୁ ଶେୟାର ବଜାରର ନିବେଶକ ଏବେ ଛାନିଆ ହୋଇ ରହିଛନ୍ତି। ଏହାକୁ ବିଚାର କରି ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ୧୦ ଦିନ ଲାଗି ବନ୍ଦ ରଖାଯାଇପାରେ ବୋଲି ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଷ୍ଟକ ବଜାରର ଜଣେ ସକ୍ରିୟ ବ୍ରୋକର ନାମ ଗୋପନ ରଖି କହିଛନ୍ତି ଯେ, ନିବେଶକଙ୍କ ମନରେ ଡର ଯୋଗୁ ଷ୍ଟକ ବଜାର ଦିନକୁ ୧୫୦୦ରୁ ୨୦୦୦ ପଏଣ୍ଟ ଖସୁଛି। ଏହାକୁ ଧ୍ୟାନରେ ରଖି ଷ୍ଟକ ବଜାରକୁ ଗୋଟିଏ ସପ୍ତାହ କିମ୍ବା ୧୦ ଦିନ ବନ୍ଦ ରଖାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହା ଉପରେ ଏବେ ଯାଏ କୌଣସି ନିଷ୍ପତ୍ତି ଘୋଷଣା ହୋଇ ନ ଥିବା ସେ କହିଛନ୍ତି। ମାତ୍ର ଏପରି ହେଲେ ଭାରତୀୟ ଶେୟାର ବଜାର ଲାଗି ଏହା ଐତିହାସିକ ହେବ। ଏ ନେଇ ଜଣେ ଅଧିକାରୀଙ୍କୁ ପଚାରିବାକୁ ସେ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଷ୍ଟକ ବଜାରର ସର୍ଟ ସେଲିଂକୁ ସେବି କିଛି ସମୟ ଲାଗି ବନ୍ଦ କରିପାରେ ବୋଲି ଏହା ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଷ୍ଟକ ଏକ୍ସଚେଞ୍ଜର ୫୦% କର୍ମଚାରୀ ଏବେ ଘରୁ କାମ କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲେହ୍‌ରେ ଏସ୍‌ବିଆଇ ଖୋଲିଲା ନୂଆ ବ୍ରାଞ୍ଚ

ଲେହ୍‌,୧୫-୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) କ୍ରମାଗତ ନିଜର ସୁବିଧା ବଢ଼ାଇବା ସହିତ ସୁଦୂର କ୍ଷେତ୍ରରେ ଉପସ୍ଥିତି ଜାହିର କରିବାରେ ଲାଗିଛି। ଏହି କ୍ରମରେ ଲଦାଖର ଲେହ୍‌ରେ...

ଆପ୍‌ କମ୍ପାନୀରେ କାମ କରୁଥିବା ୩,୫୦୦ ଭାରତୀୟ ଚାକିରି ହରାଇବା ଆଶଙ୍କା

ବେଜିଂ, ୫।୭: ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ହିଂସ୍ରକ ସଂଘର୍ଷ ହେବାପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତ ୫୯ ଚାଇନା ଆପ୍‌...

ରାଜ୍ୟଗୁଡ଼ିକର ବିତ୍ତୀୟ ନିଅଣ୍ଟ ୪.୫% ଛୁଇଁପାରେ

ନୂଆଦିଲ୍ଲୀ,୨୭।୫: କରୋନା ମହାମାରୀ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏଥିଯୋଗୁ ୨୦୨୦-୨୧ରେ ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟ ଆକଳନଠାରୁ ବଢ଼ିଯିବ ବୋଲି ଆଶଙ୍କା...

ଅଗଷ୍ଟରେ ୬୮୬ କୋଟି ରାଜ୍ୟ ଜିଏସ୍‌ଟି

ଭୁବନେଶ୍ୱର,୪।୯: ୨୦୨୦ ଅଗଷ୍ଟ ମାସରେ ଓଡିଶାରେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ବାବଦକୁ ପ୍ରାୟ ୬୮୬.୧୫ କୋଟି ଟଙ୍କା ଆଦାୟ ହୋଇଛି। ଏହା ଗତ ବର୍ଷ ଅଗଷ୍ଟ...

ଭାରତ ହୋଇପାରିବ ଆତ୍ମନିର୍ଭର: ଆସୋଚାମ  

ନୂଆଦିଲ୍ଲୀ,୬।୭ : ଚାଇନା ଉପରେ ନିର୍ଭରତାକୁ ଦେଖି ଅନେକ ବିଶେଷଜ୍ଞ କୁହନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଭାରତ ଆତ୍ମନିର୍ଭର ହେବା ଏକ କଷ୍ଟସାଧ୍ୟ ବ୍ୟାପାର। ହେଲେ...

ଓଡ଼ିଶାରେ ଜିଏସ୍‌ଟି ଆଦାୟ ୧୩% ବୃଦ୍ଧି

କଟକ,୨।୮: ଚଳିତ ବର୍ଷ ଜୁଲାଇ ମାସରେ ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ସମୟରେ ୭୯୪.୦୨ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଛି।...

ରେଲଓ୍ବେ ଚଳାଇବ ବୁଦ୍ଧିଷ୍ଟ ସର୍କିଟ ଟ୍ରେନ

ନୂଆଦିଲ୍ଲୀ,୧୭-୧୦: ଆସନ୍ତା ଶନିବାରଠାରୁ ଚଳିତ ମାସ ୨୭ ଯାଏ ରେଲଓ୍ବେ ପକ୍ଷରୁ ବୁଦ୍ଧିଷ୍ଟ ସର୍କିଟ ରେଳ ଚଳାଚଳ କରାଇବା ଲାଗି ନିଷ୍ପତ୍ତି ହୋଇଛି। ଗୌତ୍ତମ ବୁଦ୍ଧଙ୍କ...

୩୦ ହଜାର କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଦେବ ଏସ୍‌ବିଆଇ

ନୂଆଦିଲ୍ଲୀ,୭।୯ : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏହାର ପ୍ରାୟ ୩୦,୧୯୦ କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ଯୋଜନା (ଭିଆର୍‌ଏସ୍‌)ରେ ଅବସର ଦେବାକୁ ଯୋଜନା କରୁଛି। ଦେଶର...

Coronavirus Update


Archives

Model This Week

Why Dharitri