୧୦ ଜିଲାକୁ ବୁଡ଼ାଇବ ବର୍ଷା

ଭୁବନେଶ୍ୱର,୬-୯(ବ୍ୟୁରୋ):ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହୁଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୪ଟି ଜିଲା ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁରରେ ଭୟଙ୍କର ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ରେଡ ଓ୍ବାର୍ନିଂ ଜାରି କରିଛି। କେତେକ ସ୍ଥାନରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହ ଭୂସ୍ଖଳନ ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଗଜପତି, ପୁରୀ, କୋରାପୁଟ, ବଲାଙ୍ଗୀର, ରାୟଗଡ଼ା ଓ ନୂଆପଡା ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ସବୁ ଅଞ୍ଚଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ସତର୍କତା ସୂଚନା ଜାରି କରାଯାଇଛି। ସେହିପରି ମାଲକାନଗିରି, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ, ଜଗତ୍‌ସିଂହପୁର, କଟକ ଏବଂ କେନ୍ଦ୍ରାପଡା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ୟେଲୋ ଓ୍ବାର୍ନିଂ ଜାରି କରିଛି। ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମୁଦ୍ରକୁ ନ ଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗୋପାଳପୁରରେ ସର୍ବାଧିକ ୧୦୮.୨ ମିଲିମିଟର ବର୍ଷା ହୋଇଥିବା ବେଳେ ପୁରୀ ୩୬,୪, ଚାନ୍ଦବାଲି ୧୦.୨, ଝାରସୁଗୁଡା ୨୮, ସମ୍ବଲପୁର ୧୩୭.୬, ସୁନ୍ଦରଗଡ ୧୯, କୋରାପୁଟ ୩୮, ଫୁଲବାଣୀ ୩୮ ଏବଂ ଟିଟିଲାଗଡରେ ସର୍ବାଧିକ ୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ବେଳେ ମାଲ୍‌ ପରିବହନରେ ବାଧା ନାହିଁ, ବ୍ୟବସାୟୀ ୧୦୦ ଡାଏଲ୍‌ କରିପାରିବେ: ସିପି

ଭୁବନେଶ୍ୱର,୮।୪(ବ୍ୟୁରୋ): ଛୋଟ ବ୍ୟବସାୟୀଙ୍କ ଗାଡ଼ିକୁ ତଳିଆ ପୋଲିସ କର୍ମଚାରୀ ଛାଡ଼ୁ ନ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏ ନେଇ...

ଡେଙ୍ଗୁରା ପିଟି ଚେତାବନୀ

ଅନୁଗୋଳ ଅଫିସ, ୧୪।୪-ଗଁ।କୁ ବାହାର ଲୋକ ଆସିଲେ ସ୍କୁଲ ଘରେ ହୋଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ହେବ। ନଚେତ ୨ ହଜାର ଟଙ୍କା ଜରିମାନା ଆଦାୟ...

ଏମ୍‌ଏଲ୍‌ଓଏସ୍‌ରେ ପଞ୍ଜୀକୃତ ହେବେ ଡାକ୍ତର

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ ମେଡିକୋ ଲିଗାଲ ଓପିନିଅନ ସିଷ୍ଟମ୍‌ (ଏମ୍‌ଏଲ୍‌ଓଏସ୍‌)ରେ ପଞ୍ଜୀକୃତ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ...

‘ମୂଳ ପୀଠକୁ ଅଗ୍ରାଧିକାର ଦିଆଯାଉ’

ପୁରୀ ଅଫିସ,୨୭ା୬: ସମ୍ପ୍ରତି ରଥର ଉଚ୍ଚତାକୁ ନେଇ ପ୍ରତିଯୋଗିତା ଚାଲିଛି। ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ କେନ୍ଦୁଝରର ରଥକୁ ସର୍ବୋଚ୍ଚ ମାନ୍ୟତା ମିଳିଛି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ...

୨ ଫୁଟ ଉଠିଲା ୨ ମହଲା କୋଠା

କେନ୍ଦୁଝର,୨୧ା୧: ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏକ ଦୁଇ ମହଲା କୋଠାଘରକୁ ୨ଫୁଟ ଉପରକୁ ଉଠାଯିବା ଘଟଣା କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି। ବିହାର ଅଞ୍ଚଳର ପପୁ...

ଦ୍ରୌପଦୀଙ୍କୁ ସମର୍ଥନ କରିବେ ମକରନ୍ଦ

ଭୁବନେଶ୍ୱର,୬ା୭(ବ୍ୟୁରୋ): ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଭାଜପା ସମର୍ଥିତ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କୁ ସମର୍ଥନ...

ବାଣୀବିହାରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ: ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ର ମଧ୍ୟରେ ସମନ୍ବୟ ରହିବା ଜରୁରୀ: ରାଜ୍ୟପାଳ

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ର ମଧ୍ୟରେ ସମନ୍ବୟ ରହିଲେ ଅନେକ ସାମାଜିକ ବୈଷମ୍ୟ ଓ ଅସନ୍ତୁଳନ ଦୂର ହୋଇପାରିବ। ମହାତ୍ମା ଗାନ୍ଧୀ ଏହାର ପ୍ରୟୋଗାତ୍ମକ...

ଗଛରେ ପିଟି ହେଲା ବାଇକ: ଚାଲିଗଲା ୩ ଜୀବନ

ମାଲକାନଗିରି,୧୦ା୧୨(ଡି.ଏନ୍‌.ଏ.)-ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା ଏମ୍‌ଭି-୧୬ ଗ୍ରାମ ନିକଟରେ ଗୁରୁବାର ବାଇକ୍‌ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ...

Advertisement
Archives

Model This Week