ନୂଆଦିଲ୍ଲୀ,୨୫-୮: କେନ୍ଦ୍ର ସରକାର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଆସନ୍ତା ୫ ବର୍ଷରେ ୧୦୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ ଭିତ୍ତିଭୂମିଗୁଡ଼ିକର ଚିହ୍ନଟ ପାଇଁ ସରକାରଙ୍କ ପକ୍ଷରୁ ଏକ ଆନ୍ତଃମନ୍ତ୍ରିସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ କହିଛନ୍ତି ଯେ, ଆର୍ଥିକ ବ୍ୟାପାର ଅଧୀନରେ ଏହି ଟାସ୍କଫୋର୍ସ କାମ କରିବ। ପ୍ରକଳ୍ପଗୁଡ଼ିକର ନିର୍ମାଣରେ ହେଉଥିବା ଖର୍ଚ୍ଚ ଓ କାର୍ଯ୍ୟ ଉପରେ ତୀକ୍ଷ୍ନ ନଜର ରଖାଯିବ ଏବଂ ସେଗୁଡ଼ିକୁ ତ୍ୱରାନ୍ବିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଭିତ୍ତିଭୂମି ଓ ଗୃହ ପ୍ରକଳ୍ପଗୁଡ଼ିକୁ ଯେପରି ତ୍ୱରାନ୍ବିତ ଭାବେ ଅର୍ଥ ମିଳିବ ସେଥିଲାଗି ଏକ ସଂସ୍ଥା ଗଠନ କରାଯିବ ବୋଲି ସେ କହିଛନ୍ତି।

ଭାରତରେ ପ୍ରବେଶ କଲା ଟେସ୍ଲା
ନୂଆଦିଲ୍ଲୀ,୧୪।୧: ଆମେରିକାର ଇଲେକ୍ଟ୍ରିକ କାର ନିର୍ମାଣକାରୀ କମ୍ପାନୀ ଟେସ୍ଲା ଭାରତ ବଜାରରେ ପ୍ରବେଶ କରିଛି। ଏହା ବିଶ୍ୱର ସବୁଠାରୁ ବଡ ଇ-କାର୍ ନିର୍ମାତା। ଟେସ୍ଲା ଇଣ୍ଡିଆ ମୋଟର୍ସ...

୪ ଦିନ ହେଲା ବଢୁଛି ତେଲ ଦର
ଭୁବନେଶ୍ୱର: ଲଗାତର ୪ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୭ ପଇସା ବଢ଼ି ଲିଟର ପିଛା...

ଟପ୍-୫୦୦ ଗ୍ଲୋବାଲ କମ୍ପାନୀ ମଧ୍ୟରେ ଭାରତର ୧୧
ମୁମ୍ବାଇ: ବିଶ୍ୱର ୫୦୦ ମୂଲ୍ୟବାନ୍ କମ୍ପାନୀ ମଧ୍ୟରେ ଭାରତର ୧୧ ଘରୋଇ କମ୍ପାନୀ ସ୍ଥାନିତ ହୋଇଛନ୍ତି। ତାଲିକାରେ ଭାରତ ୧୦ମ ସ୍ଥାନରେ ରହିଛି। ତାଲିକାରେ ରହିଥିବା...

ଭାରତ ବଜାର ଛାଡ଼ିବ ଏୟାର ଏସିଆ; ସମ୍ପୂର୍ଣ୍ଣ ଅଂଶଧନ ଟାଟାକୁ ବିକିପାରେ
ନୂଆଦିଲ୍ଲୀ: ସୁଲଭ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ଭାରତ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। କରୋନା ଯୋଗୁ ବିମାନ ଚଳାଚଳ କ୍ଷେତ୍ର...

କମ୍ପୋଜିଶନ ସ୍କିମ୍ ଚୟନ ଅବଧି ବୃଦ୍ଧି
ନୂଆଦିଲ୍ଲୀ,୨୮-୭: କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ଜିଏସ୍ଟି କାଉନସିଲ୍ କମ୍ପୋଜିଶନ ସ୍କିମ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ...

ଭାରତ ବିରୋଧରେ ମାମଲା ପ୍ରତ୍ୟାହାର କଲା କେୟର୍ନ
ନୂଆଦିଲ୍ଲୀ, ୬।୧: ବ୍ରିଟିଶ କମ୍ପାନୀ କେୟର୍ନ ଏନର୍ଜୀ ଭାରତ ସରକାର ଓ ଏହାର ବିଭିନ୍ନ ସଂସ୍ଥା ବିରୋଧରେ ଆମେରିକାରୁ ଫ୍ରାନ୍ସ ଓ ସିଙ୍ଗାପୁର ଅଦାଲତରେ ଦାଏର...

ଇନ୍ଫୋସିସ୍କୁ ସେପ୍ଟେମ୍ବର ୧୫ ଯାଏ ମହଲତ
ନୂଆଦିଲ୍ଲୀ,୨୪।୮ ନୂଆ ଆୟକର ଇ-ଫାଇଲିଂ ପୋର୍ଟାଲରେ ବିଭିନ୍ନ ସମସ୍ୟା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଟିକସଦାତା ଏ ନେଇ ବାରମ୍ବାର ସରକାରଙ୍କ ନିବେଦନ କରିବା ପରେ...

୬୯ ହଜାର ପେଟ୍ରୋଲ ପମ୍ପରେ ମିଳିବ ଇ-ଯାନ ଚାର୍ଜିଂ ସୁବିଧା
ନୂଆଦିଲ୍ଲୀ,୭।୯ : ଦେଶର ପ୍ରାୟ ୬୯ ହଜାର ପେଟ୍ରୋଲ ପମ୍ପରେ ଇ-ଯାନ ଚାର୍ଜିଂ କରାଇବା ନେଇ ସୁବିଧା ଉପଲବ୍ଧ କରାଯିବ। ଏହି ଷ୍ଟେଶନଗୁଡିକରେ ଚାର୍ଜିଂ କିୟସ୍କ...