୧୦୦ କୋଟି କାରବାରରେ ଜିଏସ୍‌ଟି ଇ-ଇନଭଏସିଂ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୯-୧୧: କୌଣସି କମ୍ପାନୀ ବାର୍ଷିକ ୧୦୦ କୋଟି ଟଙ୍କାର କାରବାର କରୁଥିଲେ ସେହି କ୍ଷେତ୍ରରେ ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ଜିଏସ୍‌ଟି ଇ-ଇନଭଏସିଂ ଅନିବାର୍ଯ୍ୟ ହେବ ବୋଲି ଗୁରୁବାର ସରକାର କହିଛନ୍ତି। ୧୦୦ କୋଟି ଟଙ୍କାରୁ କମ୍‌ କାରବାର କରୁଥିଲେ ଏହାକୁ ଇଛାଧିନ କରାଯାଇଛି। ଏଭଳି ବ୍ୟବସ୍ଥା ଦ୍ୱାରା କ୍ଷୁଦ୍ର ସଂସ୍ଥାଗୁଡିକୁ ତ୍ୱରିତ ଋଣ ଯୋଗାଣ ସହାୟକ ହେବ। ଜିଏସ୍‌ଟି ଅନୁପାଳନକୁ ସରଳ କରିବା ଏବଂ ପରୋକ୍ଷ ଟିକସ କ୍ଷେତ୍ରରେ ହେଉଥିବା ଚୋରୀକୁ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ସରକାର କହିଛନ୍ତି। ୨୦୨୦ ଜାନୁୟାରୀ ପହିଲାରୁ ଏହାକୁ ପରୀକ୍ଷଣ ଭିତ୍ତିରେ ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୫୦୦ କୋଟି କାରବାର କରୁଥିବା ଫାର୍ମଙ୍କ କ୍ଷେତ୍ରରେ ଏଥି ଲାଗି ଜାନୁୟାରୀ ପହିଲା ଏବଂ ୧୦୦ କୋଟି କାରବାର କରୁଥିବା ଫାର୍ମଙ୍କ ଲାଗି ଫେବୃୟାରୀ ପହିଲାରୁ ପାଇଲଟ ଭିତ୍ତିରେ ଇ-ଇନଭଏସିଂ କାର୍ଯ୍ୟକାରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚ ଘେରରେ ବୃହତ ଟେକ୍‌ କମ୍ପାନୀ

ଓ୍ବାଶିଂଟନ,୨୬-୭: ଫେସ୍‌ବୁକ, ଗୁଗଲ, ଆମାଜନ ଭଳି ଆମେରିକାର ବୃହତ ଟେକ୍‌ ଓ ଇ-କମର୍ସ କମ୍ପାନୀ ନିଜର କ୍ଷମତା ଓ ପ୍ରତିପତ୍ତିର ବିସ୍ତାର କରି ସରକାର ତଥା...

ଭାରତକୁ ରେମିଟାନ୍ସ କମିବ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଯୋଗୁ ଏବେ ସାରା ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଉପୁଜିଛି। ଫଳରେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ରେମିଟାନ୍ସ (ପ୍ରେରିତ ଅର୍ଥ) ୨୩% କମିବ ବୋଲି...

ସାଇରସ ମିସ୍ତ୍ରିଙ୍କୁ ଝଟକା;ଏନ୍‌ସିଏଲ୍‌ଏଟି ରାୟକୁ ସୁପ୍ରିମକୋର୍ଟଙ୍କ ରହିିତାଦେଶ

  ନୂଆଦିଲ୍ଲୀ,୧୧-୧ : ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହେବା ନେଇ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ଡିସେମ୍ବର ୧୮ରେ ନ୍ୟାଶନାଲ...

୨୫ରେ ଜିଏସ୍‌ଟି କାଉନ୍‌ସିଲ ବୈଠକ

ନୂଆଦିଲ୍ଲୀ,୨୨ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୫ରେ ଜିଏସ୍‌ଟି କାଉନସିଲ୍‌ର ୩୬ତମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଇଲେକ୍ଟ୍ରିକ୍‌ ଗାଡ଼ି(ଇ-ଯାନ) ଉପରେ...

ଗାଡ଼ିରେ ଫାଷ୍ଟଟାଗ ଲାଗି ନଥିଲେ;ଟୋଲ୍‌ରେ ଆଦାୟ ହେବ ଡବଲ ଜରିମାନା

ନୂଆଦିଲ୍ଲୀ,୨୧-୭: ଜାତୀୟ ରାଜପଥ ବ୍ୟବହାର କରୁଥିବା ଗାଡ଼ିଚାଳକଙ୍କ ଜରୁରୀ ଖବର। ଡିସେମ୍ବର ପହିଲା ପୂର୍ବରୁ ଗାଡ଼ିରେ ଫାଷ୍ଟଟାଗ୍‌ ଲଗାଇ ନେବା ଭଲ ହେବ। ନଚେତ୍‌ ଡିସେମ୍ବର...

ସାମଗ୍ରୀ ମହଜୁଦ ରୋକିବା ଲାଗି କମ୍ପାନୀଙ୍କ ପଦକ୍ଷେପ

ଲକ୍‌ଡାଉନ ସମୟରେ ରିଟେଲ ଷ୍ଟୋରଗୁଡିକରୁ ନେଇ ଅନ୍‌ଲାଇନ ଆପ୍‌ଗୁଡିକରୁ ନିତ୍ୟବ୍ୟବହାର ହେଉଥିବା ସାମଗ୍ରୀ ବିକ୍ରିରେ ବୃଦ୍ଧି ଘଟିଛି। ଏହି ସମୟରେ ପ୍ୟାନିକ ବାଇଙ୍ଗ ବା ଡରରୁ...

ବାଣିଜ୍ୟ ସୁବିଧା ଲାଗି କମ୍ପାନୀ ଆଇନରେ ସଂଶୋଧନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଂ ବିଜନେସ ବାଣିଜ୍ୟ ସୁବିଧାକୁ ତ୍ୱରାନ୍ବିତ କରିବା ଲାଗି କମ୍ପାନୀ ଆଇନକୁ ସଂଶୋଧନ କରିଛନ୍ତି।...

ଅଭିବୃଦ୍ଧି ଲାଗି ଇନ୍‌ଭେଷ୍ଟ ଇନ୍‌ ଇଣ୍ଡିଆର ପଦକ୍ଷେପ

ନୂଆଦିଲ୍ଲୀ,୨୨।୪: ଦେଶର ଅଭିବୃଦ୍ଧି ଫେରାଇ ଆଣାଯିବ ବୋଲି ଶିଳ୍ପଜଗତ ସହ ମିଳିତ ହୋଇ କାମ କରୁଥିବା ଇନ୍‌ଭେଷ୍ଟ ଇଣ୍ଡିଆର ଏମ୍‌ଡି ତଥା ସିଇଓ ଦୀପକ ବାଗଲା...

Advertisement


Archives

Model This Week