୧କୋଟି ଟଙ୍କାର ସିଗାରେଟ ଭର୍ତ୍ତି କଣ୍ଟେନର ଲୁଟ୍‌: ଚାଳକଙ୍କୁ ବାନ୍ଧି ଜଙ୍ଗଲରେ ଫିଙ୍ଗିଲେ ଲୁଟେରା, ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ, ୫।୧୧: ଖୋର୍ଦ୍ଧା ଜିଲା କୋଲକାତା- ମାଡ୍ରାସ ୧୬ ନଂ. ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ବାଇପାସ୍‌ରୁ ସୋମବାର ରାତିରେ ୧କୋଟି ଟଙ୍କାର ସିଗାରେଟ ଭର୍ତ୍ତି ଏକ କଣ୍ଟେନର ଗାଡି ଲୁଟ୍‌ ହୋଇଛି। ଆଇଟିସି କମ୍ପାନୀର ଦାମୀ ସିଗାରେଟ ଭର୍ତ୍ତି ଉକ୍ତ ଗାଡିଟି ହାଇଦ୍ରାବାଦରୁ କୋଲକାତା ଅଭିମୁଖେ ଯାଉଥିଲା। ଲୁଟେରାମାନେ ଟାଙ୍ଗୀ ବାଇପାସରୁ ଗାଡି ସହ ଚାଳକଙ୍କୁ ନେଇଯାଇଥିଲେ। ହାତ, ଗୋଡ ବାନ୍ଧି ଉଗ୍ରତାରା ଜଙ୍ଗଲରେ ଚାଳକଙ୍କୁ ଫିଙ୍ଗି ଟ୍ରକ ନେଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଚାଳକଙ୍କୁ ଉଦ୍ଧାର କରିଛନ୍ତି। ଚାଳକ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ରାସ୍ତା: ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୨୭।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ରାଇକିଆ ପୂର୍ତ୍ତ ବିଭାଗର ଗଦଡ଼ିପୋଲ ଧୋଇ ହୋଇଯିବାରୁ ଗର୍ତ୍ତ ସୃଷ୍ଟିହୋଇଛି। ଏ ନେଇ ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ...

ବେହେରାପାଲି ଗ୍ରାମରେ ବଜ୍ରପାତ: ଜଣେ ମୃତ, ୨ ଗୁରୁତର

ବରଗଡ଼ ଅଫିସ, ୨୪।୯- ବଜ୍ରପାତ ଯୋଗୁ ମଙ୍ଗଳବାର ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ବେହେରାପାଲି ଗ୍ରାମର ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣ...

ଷ୍ଟେଶନରୁ ପିଲା ଚୋରି

ବାଲେଶ୍ୱର ଅଫିସ, ୫।୧୦: ବାଲେଶ୍ୱର ରେଳଷ୍ଟେଶନ ୧ ନଂ. ପ୍ଲାଟଫର୍ମରୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମା’ ପାଖରେ ଶୋଇଥିବା ଏକ ୩ମାସର ପୁଅକୁ...

ଜଳଶକ୍ତି ଅଭିଯାନ ସମ୍ପର୍କରେ ସ୍ବତନ୍ତ୍ର ଗ୍ରାମସଭା : ଜଳ ସଂରକ୍ଷଣ, ପ୍ରୋତ୍ସାହନ ନିମନ୍ତେ ଆଲୋଚନା

କର୍ଲାମୁଣ୍ଡା,୨୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ପଞ୍ଚାୟତରେ ଜଳଶକ୍ତି ଅଭିଯାନ ସମ୍ପର୍କରେ ସ୍ବତନ୍ତ୍ର ଗ୍ରାମସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରେଗେଡା ଗ୍ରାମପଞ୍ଚାୟତଠାରେ...

୧୫ କେଜି ବାର୍‌ହା ମାଂସ ଜବତ: ୧ ଗିରଫ, ୩ ଫେରାର

ଓଡ଼ଗାଁ, ୨୫ା୫(ସ୍ବ.ପ୍ର.): ନୟାଗଡ ବନଖଣ୍ଡ ଏବଂ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଗୋଚ୍ଛା ସଂରକ୍ଷିତ ଜଙ୍ଗଲ ସନ୍ନିକଟ ହଳନ୍ଦାପଲ୍ଲୀ ଗ୍ରାମ ନିକଟରୁ ଶନିବାର ସକାଳେ ବନ ବିଭାଗ...

ଧାନବିକ୍ରି ପ୍ରାପ୍ୟ ଟଙ୍କା ନ ମିଳିବାରୁ ଚାଷୀଙ୍କ ଭଦ୍ରକ – ଆଖଣ୍ଡଳମଣି ରାସ୍ତା ଅବରୋଧ

ଆରଡି, ୩୦ା୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତର ଶତାଧିକ ଚାଷୀ ମଙ୍ଗଳବାର ସକାଳେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ତେବେ ପ୍ରାପ୍ୟ...

୩୦ପେଟି ଦେଶୀ ମଦ ଜବତ, ୨ ଗିରଫ

ଗୋପ,୩୦ା୪(ଡି.ଏନ.ଏ): କରୋନା ରୋକିବା ପାଇଁ ଲକଡାଉନ ଜାରି ହୋଇଥିବାବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ହେଲେ ଗୋପ ଥାନା ଅଞ୍ଚଳରେ ଚୋରାରେ ମଦ ବିକ୍ରି...

ନିୟମ ନ ମାନି ୩ ଚା ଦୋକାନୀ ଗିରଫ

ବୁଗୁଡ଼ା,୨୪ା୩(ଡି.ଏନ.ଏ.)- ବୁଗୁଡ଼ା ସହରରେ ଲକ୍‌ ଡାଉନ ଯୋଗୁ ଗାଡ଼ି ମଟର ସହ ସମସ୍ତ ଦୋକାନ ବନ୍ଦ ରହିଥିବାବେଳେ କେତେକ ଚା’ ଦୋକାନୀ ନିୟମ ନମାନି ଦୋକାନ...

Coronavirus Update


Archives

Model This Week

Why Dharitri