Posted inଜାତୀୟ

ୟେଦୁରପ୍ପା କ୍ଷମତାକୁ ଆସିବା ପରେ ଟିପୁ ଜୟନ୍ତୀ ବାତିଲ

ବେଙ୍ଗାଲୁରୁ, ୩୧ା୭(ପି.ଟି.): କର୍ନାଟକରେ କ୍ଷମତାକୁ ଆସିବାର ୩ ଦିନ ପରେ ୟେଦୁରପ୍ପା ସରକାର ଟିପୁ ଜୟନ୍ତୀ ମହୋତ୍ସବକୁ ମଙ୍ଗଳବାର ରଦ୍ଦ କରିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ଏହି ସୁଲ୍‌ତାନଙ୍କ ଜୟନ୍ତୀକୁ ଦଳ ୨୦୧୫ରୁ ବିରୋଧ କରିଆସୁଛି। ସିଦ୍ଦାରାମାୟା ନେତୃତ୍ୱାଧୀନ କଂଗ୍ରେସ ସରକାର ଅମଳରୁ ଏଠାରେ ଏହା ଧୁମ୍‌ଧାମରେ ପାଳନ କରାଯାଇଥିଲା। ଗତ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ସମୟରେ ମଧ୍ୟ ଏହି ଜୟନ୍ତୀ ରାଜ୍ୟରେ ପାଳନ କରାଯାଇଥିଲା। ୟେଦୁରପ୍ପା ସରକାର ଏହାକୁ ରଦ୍ଦ କରିବା ସହ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ବିରଜ୍‌ପେଟ୍‌ର ଭାଜପା ବିଧାୟକ କେ.ଜି. ବୋପାୟା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଏନେଇ ଚିଠିଲେଖି ଟିପୁ ଜୟନ୍ତୀ ମହୋତ୍ସବ ରଦ୍ଦ କରିବା ଲାଗି ଅନୁରୋଧ କରିଥିଲେ। ଏହି ଉତ୍ସବକୁ ନେଇ ପୂର୍ବରୁ କୋଡାକୁ ଜିଲାରେ ହିଂସାକାଣ୍ଡ ଘଟିଥିଲା। ଭିଏଚ୍‌ପି ସଦସ୍ୟ କୁଟ୍ଟାପ୍ପା ଏଥିରେ ମୃତ୍ୟୁବରଣ କରିଥିଲେ। ତେଣୁ ଏଭଳି ହିଂସାକୁ ରୋକିବା ଲାଗି ଟିପୁ ଜୟନ୍ତୀ ରଦ୍ଦ କରାଯିବାକୁ ସେ ଦାବି କରିଥିଲେ। କ୍ୟାବିନେଟରେ ଏନେଇ ଆଲୋଚନା କରାଯିବା ପରେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଏହି ଜୟନ୍ତୀ ରଦ୍ଦ କରିଥିବା ଜଣାପଡ଼ିଛି। ଭାଜପା ଓ ଦକ୍ଷିଣପନ୍ଥୀ ନେତାମାନେ ଏହି ଜୟନ୍ତୀକୁ ବିରୋଧ କରିଆସୁଥିଲେ।
ଏଭଳି ନିଷ୍ପତ୍ତିକୁ କଂଗ୍ରେସ ନେତା ସିଦ୍ଦାରାମାୟା ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, ମହୀଶୂର ରାଜା ଟିପୁ ବ୍ରିଟିଶ୍‌ ସରକାର ବିରୋଧରେ ଲଢ଼େଇ କେବଳ କରି ନ ଥିଲେ, ସେ ଜଣେ ଦେଶଭକ୍ତ ଥିଲେ। ମହୀଶୂରର ବିକାଶ ଲାଗି ସେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। କେଆର୍‌ ଡ୍ୟାମ୍‌ ତାଙ୍କ ଅମଳରେ ହୋଇଥିଲା। କୃଷି ଓ ଶିଳ୍ପର ବିକାଶ ଲାଗି ସେ ବହୁବିଧ କାର୍ଯ୍ୟ କରଥିିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

ଭାଜପାରେ ଯୋଗଦେବେ ହେମନ୍ତ ସୋରେନ! NDA ବିଧାୟକ ଦେଲେ ବଡ଼ ଅଫର

ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ପରେ, ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ପରିମଳ ନାଥୱାନୀ ବିଜୟୀ ହୋଇଥିଲେ। କଂଗ୍ରେସକୁ ଝଟକା ଲାଗିଥିଲା କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri