ୟୁରୋପୀୟ ସଂସଦରେ ସିଏଏକୁ ବିରୋଧ ପ୍ରସ୍ତାବ

ନୂଆଦିଲ୍ଲୀ/ବ୍ରୁସେଲସ୍ସ,୨୭।୧: ୟୁରୋପୀୟ ସଂସଦରେ ସୋସିଆଲିଷ୍ଟ ଓ ଡେମୋକ୍ରାଟସ୍‌ ଗ୍ରୁପ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ‘ଭେଦଭାବପୁର୍ଣ୍ଣ’ ଓ ‘ମାରାତ୍ମକ ରୂପରେ ବିଭାଜନକାରୀ’ ଦର୍ଶାଇ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ବିଶ୍ୱର ସବୁଠାରୁ ବଡ ନାଗରିକତା ବିହୀନ ସଙ୍କଟ ଉତ୍ପନ କରିବାର କ୍ଷମତା ଅଛି ବୋଲି କୁହାଯାଇଛି। ଚଳିତ ସପ୍ତାହରେ ୨୪ ଦେଶର ୟୁରୋପୀ ସଂସଦର ୧୫୪ ସଦସ୍ୟ ବିଶିଷ୍ଟ ଏସ୍‌ ଆଣ୍ଡ ଡି ସମୂହର ସଦସ୍ୟଙ୍କ ଦ୍ୱାରା ଉଠାଯାଇଥିବା ପ୍ରସ୍ତାବ ଆସନ୍ତା ସପ୍ତାହରେ ପୂରଣ କରାଯିବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଭାରତରେ କିଛିଦିନ ହେବ ବିରୋଧୀ ଦଳ ଏହାକୁ ବିରୋଧ କରୁଥିବା ବେଳେ ଏହାକୁ ନେଇ ଏପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆଉ ଏହାର ପ୍ରଭାବ ଏବେ ୟୁରୋପ ସଂସଦରେ ପହଞ୍ଚି ସାରିଛି। ଏହାକୁ ନେଇ ୟୁରୋପୀୟ ସଂସଦରେ ମତଦାନ ହେବାକୁ ଥିବା ବେଳେ ଭାରତ ଏହାର ବିରୋଧ କରିଥିବା ଜଣାପଡିଛି। ଭାରତ କହିଛି ସିଏଏ ଭାରତର ଆନ୍ତରିକ ମାମଲା ଏଥିରେ ୟୁରୋପୀୟ ସଂସଦ ହସ୍ତକ୍ଷେପ କରିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଘନେଇଲା ୨୩ ବର୍ଷର ବିବାଦ

ଅଗରତାଲା, ୧୯।୧୧(ଆଇଏଏନ୍‌ଏସ୍‌): ହଜାର ହଜାର ବ୍ରୁ ଆଦିବାସୀ ଶରଣାର୍ଥୀଙ୍କୁ ପୁନଃ ଥଇଥାନ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିବାରୁ ଏହାର ପ୍ରତିବାଦରେ ଉତ୍ତର ତ୍ରିପୁରାର କାଞ୍ଚନପୁର...

ଭାରତୀୟ ପନିପରିବା ଓ ଫଳ ଉପରେ ନେପାଳର କଟକଣା: ଲ୍ୟାବ୍‌ ଟେଷ୍ଟ ପରେ ପ୍ରବେଶ ପାଇଁ ମିଳିବ ଅନୁମତି

କାଠମାଣ୍ଡୁ,୨୩।୬: ନେପାଳରେ ଭାରତୀୟ ପନିପରିବା ଓ ଫଳ ଉପରେ କଟକଣା ଲାଗୁ ହୋଇଛି। ଲ୍ୟାବ୍‌ ଟେଷ୍ଟ ପରେ ପନିପରିବା ଓ ଫଳକୁ ନେପାଳରେ ଏଣ୍ଟ୍ରି ଅନୁମତି...

କରୋନା ଭାଇରସ: ତଥ୍ୟ ଲୁଚାଇଲେ ଦେବାକୁ ପଡିବ ଏକ କୋଟି ଟଙ୍କା ଜରିମାନା!

ଦୁବାଇ,୧୦।୩: କରୋନା ଭାଇରସ ସମ୍ପର୍କିତ କୌଣସି ତଥ୍ୟ ଲୁଚାଇଲେ ଜରିମାନା ଦେବାକୁ ପଡିବ ବୋଲି ସୌଦି ଆରବ ସରକାର ଘୋଷଣା କରିଛନ୍ତି। ସୋମବାର ସରକାରଙ୍କ ଦ୍ୱାରା...

ମୁମ୍ବାଇରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଦିଆଯାଇପାରିବ ନାହିଁ ଟିକା

ମୁମ୍ବାଇ,୨୯।୪: ମେ ୧ରୁ ତୃତୀୟ ପର୍ଯ୍ୟାୟ ତଥା ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏନେଇ କେନ୍ଦ୍ର ସରକାର ଘୋଷଣା...

ସିଏଏକୁ ୧୧୦୦ ଶିକ୍ଷାବିତ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ସମର୍ଥନ କରି ସାରା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଦେଶ ବାହାରୁ ୧୧୦୦ ଶିକ୍ଷାବିତ୍‌ ଓ ଗବେଷକ ଏକ...

ଟିକାକରଣ ପରେ ଆଣ୍ଟିବଡ଼ି ତିଆରି ନ ହେବାରୁ କମ୍ପାନୀ ସମେତ ଅନେକଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ,୩୧।୫: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଟିକା ନେବା ପରେ ବି ତାଙ୍କ ଭିତରେ ଆଣ୍ଟିବଡ଼ି ତିଆରି...

ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ଭାରତ ବାହ୍ୟ ମଳମୁକ୍ତ

ଅହମଦାବାଦ,୩ା୧୦(ପି.ଟି.): ଭାରତ ଏବେ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଘୋଷଣା କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଗୁଜରାଟର...

ଚର୍ମ କର୍କଟ ଉପରେ ଗବେଷଣା: ପ୍ରଫେସରଙ୍କୁ ୮୨ ଲକ୍ଷ ଫେଲୋଶିପ୍‌

ରାୟପୁର,୨୪।୪: ଛତିଶଗଡ଼ ରାୟପୁର ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅମ୍ବର ବ୍ୟାସ୍‌ଙ୍କୁ ଚର୍ମ କର୍କଟ ଉପରେ ଗବେଷଣା ପାଇଁ ୮୧ ଲକ୍ଷ...

Advertisement


Archives

Model This Week