ୟୁବିଆଇର ବାର୍ଷିକ ସାଧାରଣ ବୈଠକ: ରିଟେଲ,କୃଷି,ଏମ୍‌ଏସ୍‌ଏମ୍‌ଇ ଋଣକୁ ୟୁବିଆଇର ଫୋକସ

କଲିକତା,୨୯-୬ – ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ପକ୍ଷରୁ ଏହାର ୧୦ମ ବାର୍ଷିକ ସାଧାରଣ ବୈଠକ କଲିକତାଠାରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ସମେତ ବ୍ୟାଙ୍କର ଅଂଶୀଦାରମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଅଧ୍ୟକ୍ଷତା କରିଥିଲେ। ବ୍ୟାଙ୍କରେ ୯୬% ଅଂଶଧନ କେନ୍ଦ୍ର ସରକାରଙ୍କ ନିକଟରେ ରହିଛି। ୟୁବିଆଇ ବର୍ତ୍ତମାନ ଲାଭ ଜନକ ସ୍ଥିତିକୁ ଫେରିଥିବା ବେଳେ ଗତ ତ୍ରୈମାସରେ ୯୬ କୋଟି ଟଙ୍କା ନେଟ୍‌ ଲାଭ କରିବାକୁ ସକ୍ଷମ ହୋଇଥିବା ସୂଚନା ରହିଛି। ଏହା ପୂର୍ବରୁ ୭ ତ୍ରୈମାସଧରି ଏହା କ୍ଷତି ସହୁଥିଲା। ବ୍ୟାଙ୍କର ମୋଟ ନେଟ୍‌ କ୍ଷତି ୨୩୧୬ କୋଟି ଟଙ୍କା ରହିଛି। ଏନ୍‌ପିଏ ଏବଂ ଲୋନ୍‌ବୁକ ବୃଦ୍ଧି ଫଳରେ ଏଭଳି ସ୍ଥିିିତି ସାମ୍ନାକୁ ଆସିଛି। ବିଭିନ୍ନ ଉପାୟରେ ୧୫୦୦ କୋଟି ଟଙ୍କା ପୁଞ୍ଜି ଉଠାଣ ଦ୍ୱାରା ଯୋଜନା ରହିଥିବା ସେ ଏଠାରେ ସୂଚନା ଦେଇଛନ୍ତି। ରିଟେଲ,କୃଷି ଏବଂ ଏମ୍‌ଏମ୍‌ଏମ୍‌ଇ ଋଣ ଯୋଗାଣକୁ ପ୍ରାଥମିକତା ଦିଆଯାଉଥିବା ସେ କହିଛନ୍ତି। ବ୍ୟାଙ୍କରେ ବିମା ସୁବିଧା ପ୍ରଦାନ ଲାଗି ବିଭିନ୍ନ ଅଂଶୀଦାରଙ୍କ ସହ ଚୁକ୍ତି ସହ ମ୍ୟୁଚୁଆଲ ଫଣ୍ଡ ତଥା ଡିମାଟ ଟ୍ରେଡିଂ ସୁବିଧା ଲାଗି ପଦକ୍ଷେପ ନିଆଯାଇଛି। ଋଣ ଅସୁଲି ଲାଗି ଷ୍ଟ୍ରେସ ଆସେଟ ପରିଚାଳନା ଶାଖା ଖୋଲାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଜୁନ ତେନ୍ଦୁଲକରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ମୁମ୍ବାଇ, ୧୫ା୫ (ପି.ଟି.)-ମୁମ୍ବାଇ ଟି୨୦ ଲିଗ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚରେ ଅର୍ଜୁନ ତେନ୍ଦୁଲକର ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିଥିବାବେଳେ ତାଙ୍କ ଦଳ  ଆକାଶ ଟାଇଗର୍ସ ମୁମ୍ବାଇ...

ଚୋରି ମୋବାଇଲ ଲାଗି ଆସନ୍ତା ମାସରୁ ଆସିବ ଟ୍ରାକର ବ୍ୟବସ୍ଥା

ନୂଆଦିଲ୍ଲୀ,୮-୭: ଦାମୀ ସ୍ମାର୍ଟଫୋନ୍‌ ହଜିଯିବା ଅଥବା ଚୋରି ହୋଇଯିବା କ୍ଷେତ୍ରରେ ଏହାର ମାଲିକଙ୍କୁ ଆଣିଦେଇଥାଏ ଅନେକ ଦୁଃଖ। ଏଥିପାଇଁ ସେ ପୋଲିସର ଦ୍ୱାରସ୍ଥ ହୋଇ ଅନେକ...

ଦେଶ ଉନ୍ନତିରେ ସହଭାଗୀ ହୁଅନ୍ତୁ ଯୁବଗୋଷ୍ଠୀ

କ୍ଷେତ୍ରକୁ କିପରି ଆସିଲେ? ମୁଁ ରେଭେନ୍‌ଶାରୁ ସ୍ନାତକ ପାସ୍‌ କରି ଖଲିକୋଟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଲି। ସେହି ସମୟରେ ମୋ ମାମୁ ତଥା ବ୍ରହ୍ମପୁରର...

ରୁଷିଆରେ ଫସିରହିଛି ତୈଳ କମ୍ପାନୀଙ୍କ ଲାଭାଂଶ

ନୂଆଦିଲ୍ଲୀ,୩୦ା୫: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଲାଗି ଅନେକ ସମସ୍ୟା ଦେଖାଦେଇଛି। ଏପରି କି ପାଶ୍ଚାତ୍ୟ କଟକଣା ଯୋଗୁ ରୁଷିଆ ଡଲାରର କାରବାର ବନ୍ଦ କରିଛି।...

ବେଦାନ୍ତ ଲାଞ୍ଜିଗଡ଼କୁ ସିଆଇଆଇ ଏକ୍ସିଲେନ୍ସ ପୁରସ୍କାର

ଭୁବନେଶ୍ୱର, ୧୩।୯ : ବେଦାନ୍ତ ଲାଞ୍ଜିଗଡ଼ ଚଳିତ ବର୍ଷର ସିଆଇଆଇ ଏକ୍ସିଲେନ୍ସ ପୁରସ୍କାର ପ୍ରାପ୍ତ ହୋଇଛି। କମ୍ପାନୀରେ କାର୍ଯ୍ୟରତ ୨୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କର ସୁରକ୍ଷା, ସ୍ବାସ୍ଥ୍ୟ...

ବ୍ଲୁ ଟୋକାଇ ପକ୍ଷରୁ କୋରାପୁଟ କଫିର ଶୁଭାରମ୍ଭ

ଭୁବନେଶ୍ୱର,୧୧ା୯: କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେଶନ (କେଡିଏଫ୍‌)ର ସହଯୋଗୀ ସଂସ୍ଥା ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଦ୍ୱାରା କୋରାପୁଟରୁ କଫିର ଦେଶବ୍ୟାପୀ ଖୁଚୁରା ବ୍ୟବସାୟ ଶୁଭାରମ୍ଭ...

ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସେପ୍ଟେମ୍ବର ୩ରେ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ବୈଠକରେ ଋଣ ପୁନର୍ଗଠନ ଯୋଜନା ଉପରେ ସମୀକ୍ଷା...

ନୂଆ ଗ୍ରାହକ ଯୋଡ଼ିପାରିବନି ମାଷ୍ଟରକାର୍ଡ

ନୂଆଦିଲ୍ଲୀ, ୧୫ା୭: ନିୟମ ଉଲ୍ଲଂଘନ ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ମାଷ୍ଟରକାର୍ଡ ଉପରେ କଟକଣା ଲଗାଇଛି। ଫଳରେ ଏହା ନୂଆ ଗ୍ରାହକ ଯୋଡ଼ିପାରିବନି। ୨୨ ଜୁଲାଇଠାରୁ ନିଜ ନେଟ୍‌ଓ୍ବର୍କରେ...

Advertisement
Archives

Model This Week