ୟୁନୋ ଉପଭୋକ୍ତାଙ୍କ ସଂଖ୍ୟା ୧୬ ନିୟୁତ ଟପିଲା

ଭୁବନେଶ୍ୱର,୧୪-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଡିଜିଟାଲ ପ୍ଲାଟଫର୍ମ ୟୋନୋର ୟୁଜର ବେସ୍‌ ବା ଉପଭୋକ୍ତା ସଂଖ୍ୟା ୧୬ ନିୟୁତ ଟପିଥିବା ଜଣାପଡିଛି। ଶୁଭାରମ୍ଭ ହେବାର ମାତ୍ର ୨ ବର୍ଷ ସମୟ ମଧ୍ୟରେ ୟୁନୋ ଏହି ସଫଳତା ହାସଲ କରିବାକୁ ସକ୍ଷମ ହୋଇଛି ବୋଲି ଏଠାରେ ଏକ ଖବରଦାତା କାର୍ଯ୍ୟକ୍ରମରେ ଏସ୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏସ୍‌ବିଆଇ ଭୁବନେଶ୍ୱର ସର୍କଲ ଚିଫ୍‌ ଜେନେରାଲ ମ୍ୟାନେଜର ପ୍ରବୀଣା କାଲା କହିଛନ୍ତି ଯେ, ଏସ୍‌ବିଆଇର ସମନ୍ବିତ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମ ଗତ ୨ ବର୍ଷ ମଧ୍ୟରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ପ୍ଲାଟଫର୍ମରେ ଦୈନିକ ହାରାହାରି ୪ ନିୟୁତ ୟୁଜର ଭିଜିଟ୍‌ ରହିଛି। ଓଡ଼ିଶାରେ ଏହି ଆପ୍ଲିକେଶନକୁ ୩ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି। ସେହିଭଳି ୧ ଲକ୍ଷ କନକରେଣ୍ଟ ଲଗ୍‌ଇନ ୟୁଜରବେସ୍‌ ସହ ଏଥିରେ ଉନ୍ନତ ଅଭିବୃଦ୍ଧି ରହିଥିବା ସେ ସୂଚନା ଦେଇଛନ୍ତି। ୟୁନୋ ଆପ୍‌ ବ୍ୟବହାରରେ ଲୋକମାନେ କାର, ଘର, ଶିକ୍ଷା, କୃଷି, ବ୍ୟକ୍ତିଗତ ଋଣ, ମର୍ଚ୍ଚାଣ୍ଟ ଭଳି ଋଣ ଲାଭ କରିପାରିବେ। ଏହି ଆପ୍‌ ଜରିଆରେ ଏସ୍‌ବିଆଇ ୧୦ ହଜାର କୋଟି ଟଙ୍କାର ଋଣ ମଞ୍ଜୁର କରିଥିବା ସେ ସୂଚନା ଦେଇଛନ୍ତି। ଏହି ଆପ୍‌ ଜରିଆରେ ଲୋକମାନେ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ସକ୍ଷମ ହେଉଥିବାରୁ ଆଗାମୀ ଦିନରେ ଏହା ଦ୍ୱାରା ଏଟିଏମ୍‌ ବ୍ୟବହାର କମିବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ ପାଇବେ ସାମାଜିକ ସୁରକ୍ଷା

ନୂଆଦିଲ୍ଲୀ : ଦେଶ ମଧ୍ୟରେ ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୫୦ କୋଟି ଶ୍ରମିକଙ୍କୁ ଶୀଘ୍ର ସାମାଜିକ ସୁରକ୍ଷା ମିଳିବ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ...

୨୫ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରସ୍ଫୀତି

ନୂଆଦିଲ୍ଲୀ,୧୪-୮: ଖୁଚୁରା ମୁଦ୍ରାସ୍ଫୀତି ପରେ ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ମୋଦି ସରକାର ଆଶ୍ୱସ୍ତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି...

ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଛି:ସୀତାରାମନ

ନୂଆଦିଲ୍ଲୀ,୧୨-୨: ଏବେ ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି। ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର ଉଠାଉଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଏହାର ଲାଭ...

କ୍ଲୋଭିଆର ୮୯% ଅଂଶଧନ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ,୨୧।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିର ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଅନ୍ତଃବସ୍ତ୍ର ବ୍ରାଣ୍ଡ୍‌ ‘କ୍ଲୋଭିଆ’ରେ ୯୫୦କୋଟି ଟଙ୍କା ନିବେଶ ସହିତ ୮୯% ଅଂଶଧନ କ୍ରୟ...

ଭାରତର ଅଭିବୃଦ୍ଧି କମାଇଲା ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୧୯-୩: ଗ୍ଲୋବାଲ ରେଟିଂ ଏଜେନ୍ସି ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ (ଏସ୍‌ ଆଣ୍ଡ ପି) ବୁଧବାର ଭାରତରେ ବିକାଶ ଅନୁମାନକୁ ୨୦୨୦ ଲାଗି ୫.୨%କୁ ଖସାଇ ଦେଇଛି।...

ସେବା କ୍ଷେତ୍ର ପିଏମ୍‌ଆଇରେ ଉନ୍ନତି

ମୁମ୍ବାଇ,୭-୧: ଡିସେମ୍ବର ମାସରେ ଦେଶର ସେବା କ୍ଷେତ୍ର କାର୍ଯ୍ୟକଳାପରେ ଉନ୍ନତି ଆସିଥିବା ଜଣାପଡିଛି। ଏହି ସମୟରେ ଉକ୍ତ କ୍ଷେତ୍ରର କାର୍ଯ୍ୟକଳାପ ୫ ମାସର ସର୍ବୋଚ୍ଚ ସ୍ତରରେ...

ଫର୍ଚୁନ ବିଜନେସ୍‌ ପର୍ସନ ଅଫ୍‌ ଦି ଇୟର ତାଲିକାରେ ୩ ଭାରତୀୟ

ନୂଆଦିଲ୍ଲୀ,୨୧-୧୧: ଫର୍ଚୁନ ପକ୍ଷରୁ ପ୍ରକାଶିତ ୨୦୧୯ ବିଜନେସ ପର୍ସନ ଅଫ୍‌ ଦି ଇୟର ତାଲିକାରେ ୩ ଭାରତୀୟ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ମାଇକ୍ରୋସଫ୍ଟ ସିଇଓ...

ହ୍ବାଟ୍ସଅପ୍‌ ବ୍ୟବହାର କରୁଛନ୍ତି କି? ଏଥିପ୍ରତି ଧ୍ୟାନ ନଦେଲେ ଡିଲିଟ୍‌ କରିବାକୁ ପଡ଼ିବ ଆକାଉଣ୍ଟ

ନୂଆଦିଲ୍ଲୀ,୫।୧୨: ବିଶ୍ୱର ସବୁଠାରୁ ବଡ ମେସେଜିଂ ଆପ୍‌ ‘ହ୍ବାଟ୍ସଆପ୍‌’ ନିଜର ସେବା ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ବ୍ୟବହାରକାରୀଙ୍କ...

Advertisement
Archives

Model This Week