ୟୁକ୍ରେନ ବିମାନ ଦୁର୍ଘଟଣା: ଇରାନରେ ୩୦ ଗିରଫ

ତେହେରାନ,୧୫ା୧(ପି.ଟି.): ୟୁକ୍ରେନ ବିମାନ ଦୁର୍ଘଟଣାକୁ ନେଇ ଇରାନରେ ସରକାର ବିରୋଧୀ ବିକ୍ଷୋଭ ତେଜିବା ପରେ ମଙ୍ଗଳବାର ୩୦ ଜଣଙ୍କୁ ଗିରଫ କରାଯାଇଛି। ଗତ ୮ ତାରିଖରେ ଶତ୍ରୁପକ୍ଷର ବିମାନ ଭାବି ୟୁକ୍ରେନର ବୋଇଂ ୭୩୭କୁ ଇରାନ ପକ୍ଷରୁ ଭୁଲ୍‌ବଶତଃ ମିଶାଇଲ ମାଡ଼ କରାଯାଇଥିଲା। ଏଥିରେ ୭ଟି ଦେଶର ୧୭୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଇରାନ କ୍ଷମାମାଗିସାରିଛି। କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଦାୟୀ ୩୦ ଜଣଙ୍କୁ ଗିରଫ କରାଯାଇଥିବା ଜୁଡିସିଆରି ମୁଖପାତ୍ର ଗୁଲାମ ହୁସୈନୀ ଇସ୍‌ମାଇଲ୍‌ ସୂଚନା ଦେଇଛନ୍ତି। ସରକାର ଦୋଷ ମାନିବାରେ ବିଳମ୍ବ କରିଥିବାରୁ ତେହେରାନ ୟୁନିଭର୍ସିଟିରେ ୨୦୦ ଛାତ୍ରୀଛାତ୍ର ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ‘ଏକଚ୍ଛତ୍ରବାଦୀ ମୁର୍ଦ୍ଦାବାଦ’ ବୋଲି ସ୍ଲୋଗାନ ଦେଇଥିଲେ। ମଙ୍ଗଳବାର ଏହି ବିକ୍ଷୋଭ ଚତୁର୍ଥ ଦିନରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପ୍ରବଳ ବନ୍ୟା: ଗଲାଣି ୯୩୭ ଜୀବନ, ଜରୁରିକାଳୀନ ପରିସ୍ଥିତି ଘୋଷଣା

ଇସଲାମାବାଦ,୨୬ା୮: ପାକିସ୍ତାନରେ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଜାତୀୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜାତୀୟ...

ମହାକାଶରେ ଆମେରିକା-ଚାଇନା ମୁହାଁମୁହିଁ…

ଓ୍ବାଶିଂଟନ/ବେଜିଂ,୪।୩ : ଚାଇନାର ମହାକାଶଯାନ ପୃଥିବୀର ଜିଓଷ୍ଟେିଶନାରୀ କକ୍ଷପଥରେ ଗତି କରୁଥିବା ଆମେରିକୀୟ ଉପଗ୍ରହ ଉପରେ କଡ଼ା ନଜର ରଖୁଛି। ଜାଣିବାକୁ ମିଳିଛି ଯେ ଚାଇନାର...

ଦେଶ ଛାଡ଼ିବାକୁ ଜୀବନ ବାଜି

କାବୁଲ, ୧୭ା୮: ଆଫଗାନିସ୍ତାନ ଏବେ ସମ୍ପୂର୍ଣ୍ଣ ଅସ୍ଥିରତା ଭିତରକୁ ଠେଲି ହୋଇଯାଇଛି। ତାଲିବାନ ରାଜଧାନୀ କାବୁଲ ଅକ୍ତିଆର କରିବା ପରେ ଲୋକେ ଭୟରେ ଏବେ ଦେଶ...

ପାକିସ୍ତାନ ସଂସଦରେ ହଙ୍ଗାମା: ‘ଗୋ ନିୟାଜି ଗୋ’ ସ୍ଲୋଗାନ ଦେଲେ ବିରୋଧୀ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ସଂସଦରେ ଗୁରୁବାର ଆୟୋଜିତ  ଯୁଗ୍ମ ଅଧିବେଶନରେ ହଙ୍ଗାମା ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାର୍ଯ୍ୟକାଳ ୧ବର୍ଷ ପୂର୍ତ୍ତି ଅବସରରେ ଏହି ଅଧିବେଶନ ଡକାଯାଇଥିଲା।...

ବୋଟ୍‌ ଦୁର୍ଘଟଣାରେ ୧୬ ରୋହିଙ୍ଗ୍ୟାଙ୍କ ମୃତ୍ୟୁ

ବ୍ୟାଙ୍କକ୍‌,୨୫।୫: ମ୍ୟାନ୍‌ମାରରୁ ରୋହିଙ୍ଗ୍ୟାମାନଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ଥିବା ଯାତ୍ରୀ ଅନ୍ୟ ଦେଶରେ ଶରଣ...

୧୬ କୋଟି ଟଙ୍କାର ଇଞ୍ଜେକ୍ସନ ନେବ ୮ ସପ୍ତାହର ଶିଶୁ: ରୋଗ ବିଷୟରେ ଜାଣିଲେ ଲାଗିବ ଭୟ

ବ୍ରିଟେନରେ, ମାତ୍ର ଆଠ ସପ୍ତାହର ଏକ ପିଲାକୁ ଦୁନିଆର ସବୁଠାରୁ ମହଙ୍ଗା ଇଞ୍ଜେକ୍ସନ ଦିଆଯିବ। ବର୍ତ୍ତମାନ ଆପଣ ଭାବୁଥିବେ ଏମିତି କେଉଁ ରୋଗ ଶିଶୁଟିକୁ ହେଇଛି,...

ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’: ଜଣେ ମୃତ, ୭୦ ଆହତ

ଟୋକିଓ,୧୨।୧୦: ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’ ତାଣ୍ଡବ ରଚିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ ଆହତ ହୋଇଛନ୍ତି। ଶନିବାର ହେଂସୁ ଦ୍ୱୀପରେ ଭୂ-ଭାଗକୁ ପ୍ରବେଶ...

ମ୍ୟାନମାରରେ ସାମରିକ ଶାସନ ବିରୋଧରେ ବସନ୍ତ କ୍ରାନ୍ତି ଆହ୍ବାନ…

ନାପିଦ୍ୱ,୮।୧୧ : ପ୍ରକାଶ ଯେ, ମ୍ୟାନମାରରେ ସାମରିକ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ କରୁଥିବା ଦଳ ବର୍ତ୍ତମାନ ଏକ ନିର୍ଣ୍ଣାୟକ ଲଢ଼େଇ କରିବାକୁ ଯୋଜନା କରୁଛନ୍ତି।...

Advertisement
Archives

Model This Week