ୟୁଏସ୍‌ ଭିଜା ପାଇଁ ଆବେଦନ; ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡିଆ ରେକର୍ଡ

ଓ୍ବାଶିଂଟନ,୩-୬: ଆମେରିକାର ଟ୍ରମ୍ପ ସରକାର ଭିଜା ନିୟମରେ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଏଣିକି ଭିଜା ଆବେଦନ କରିବା ବେଳେ ଆବେଦନକାରୀଙ୍କୁ ନିଜର ସୋସିଆଲ ମିଡିଆରେ ଥିବା ଆକାଉଣ୍ଟ ନାମ ଏବଂ ଗତ ୫ ବର୍ଷର ସମସ୍ତ ତଥ୍ୟ ଦେବାକୁ ହେବ। ନିୟମାନୁସାରେ ଟ୍ରମ୍ପ ସରକାର ଆବେଦନକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଯେକୌଣସି ମୁହୂର୍ତ୍ତରେ ଯାଞ୍ଚ କରିପାରିବେ। ଏହାଛଡ଼ା ଭିଜା ଆବେଦନକାରୀଙ୍କୁ ଗତ ୧୫ ବର୍ଷ ଧରି ତାଙ୍କର ଜୀବନ ଏବଂ ଶରୀରରେ ଦେଖାଦେଇଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରଶ୍ନ ପଚରାଯାଇପାରେ। ଆମେରିକା ନାଗରିକଙ୍କ ସୁରକ୍ଷାକୁ ଧ୍ୟାନ ରଖି ଭିଜା ନିୟମରେ ଏଭଳି ସଂଶୋଧନ କରାଯାଇଛି ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି।
କଡ଼ା ସୁରକ୍ଷା କାରଣରୁ ଦେଶକୁ ଆସୁଥିବା ବିଦେଶୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଓ ପରିଚୟ ଜାଣିବାକୁ ହେବ। ତେବେ ଏହାକୁ ଶିକ୍ଷା ସହ ଜଡ଼ିତ ଅଫିସରସମୂହ ଏବଂ ଆକାଡେମିକ ଗ୍ରୁପ୍‌ ବିରୋଧ କରିଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ, ୫ବର୍ଷର ସୋସିଆଲ ମିଡିଆ ରେକର୍ଡ, ପୁରୁଣା ପାସପୋର୍ଟର ନମ୍ବର ଏବଂ ତଥ୍ୟ, ଇ-ମେଲ ଆଡ୍ରେସ୍‌, ୫ ବର୍ଷ ଧରି ବ୍ୟବହାର କରିଥିବା ଫୋନ ନମ୍ବର, ୧୫ ବର୍ଷର ବାୟୋଲଜିକାଲ ସୂଚନା ଅର୍ଥାତ୍‌ କେଉଁ କେଉଁ ସ୍ଥାନରେ ରହିଥିଲେ, କେଉଁଠି ପାଠ ପଢ଼ିଥିଲେ, କେଉଁ ସ୍ଥାନକୁ ଯାତ୍ରା କରିଛନ୍ତି ଇତ୍ୟାଦି। ପୂର୍ବରୁ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ଆତଙ୍କବାଦ ଅଥବା ଅନ୍ୟ କୌଣସି ରାଷ୍ଟ୍ରୀୟ ବିପଦ ଦୃଷ୍ଟିରୁ ସନ୍ଦିଗ୍ଧ ମନେକରାଯାଉଥିବା ବ୍ୟକ୍ତିମାନଙ୍କଠାରୁ ତଥ୍ୟ ନିଆଯିବ।
କିନ୍ତୁ ସରକାର ମତପରିବର୍ତ୍ତନ କରି ଏହାକୁ ସମସ୍ତଙ୍କ ପାଇଁ ଲାଗୁ କରିଛନ୍ତି। ସୂଚନାଥାଉ କି, ଟ୍ରମ୍ପ ପ୍ରଶାସନ ପକ୍ଷରୁ ୨୦୧୮ ମାର୍ଚ୍ଚରେ ଭିଜା ନିୟମରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେତେବେଳେ ଏହାକୁ ସଂସଦରେ ଜୋର୍‌ଦାର ବିରୋଧ କରାଯାଇଥିଲା। ତେବେ ଏହାକୁ ଶେଷରେ ଅନୁମୋଦନ କରାଯାଇଛି। ନୂଆ ନିୟମ ଅନୁଯାୟୀ, ସୋସିଆଲ ମିଡିଆ ରେକର୍ଡରୁ ହିଁ ଆବେଦନକାରୀଙ୍କୁ ଭିଜା ମିଳିବ କି ନା ଜଣାପଡିଯିବ। ଗତବର୍ଷ ଆମେରିକାରେ ସାରା ବିଶ୍ୱରୁ ୧.୪୭ କୋଟି ଭିଜା ଆବେଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଭୋଲ୍‌ଭ ଫ୍ୟାଶନ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୨୦।୧୦: ଦେଶର ଜଣାଶୁଣା ଫ୍ୟାଶନ ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରିମିୟମ ବର୍ଗର ମହିଳା ପୋଷାକ ସାଙ୍ଗକୁ ଗହଣା ଡିଜାଇନର ସମ୍ଭାରକୁ ନେଇ ଏକ ଆକର୍ଷଣୀୟ ଷ୍ଟୋର...

ପୁଣି ବଢ଼ିଲା ବିମାନ ଇନ୍ଧନ ମୂଲ୍ୟ

ନୂଆଦିଲ୍ଲୀ,୧୭।୧:  ବିମାନ ଇନ୍ଧନ ବା ଏଟିଏଫ୍‌ ମୂଲ୍ୟ ରବିବାର ୪.୨% ବୃଦ୍ଧି ପାଇଛି। ଚଳିତ ମାସରେ ଏହା ୨ୟ ଥର ପାଇଁ ବୃଦ୍ଧି ଘଟିଥିବା ସୂଚନା ମିଳିଛି।...

ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଏମ୍‌ଡି

ନୂଆଦିଲ୍ଲୀ, ୯।୯: ଓଡ଼ିଶାର ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଉପସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଆଇବିଏମ୍‌ରେ କାମ...

ରେପୋ ରେଟ୍‌ ୦.୪% କମାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୨୩।୫: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଭୂତାଣୁ ନିୟନ୍ତ୍ରଣ ଲାଗି ସରକାର ଘୋଷଣା କରିଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ...

୨୫ ହଜାର କୋଟି ପୁଞ୍ଜି ସଂଗ୍ରହ କରିବେ ବ୍ୟାଙ୍କ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨୫ ହଜାର ଅତିରିକ୍ତ ପୁଞ୍ଜି ସଂଗ୍ରହ କରିବା ନେଇ ବର୍ତ୍ତମାନ ଯୋଜନା କରୁଛନ୍ତି। ଆଗାମୀ ୩ ମାସରେ ଉଭୟ ଇକ୍ୱିଟି ଏବଂ...

ରେଲଓ୍ବେର କାଉଣ୍ଟର ଟିକେଟ ବୁକିଂ ଶୀଘ୍ର

ନୂଆଦିଲ୍ଲୀ,୨୨।୫ : କରୋନା ମାମଲା ଥମୁ ନ ଥିବାରୁ ବର୍ତ୍ତମାନ ସାରା ଦେଶରେ ରେଳସେବା ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇପାରି ନାହିଁ। ୧୫ ଯୋଡ଼ା ସ୍ବତନ୍ତ୍ର...

ଓଜିବି ପକ୍ଷରୁ ସତର୍କତା ଜାଗରଣ ସପ୍ତାହ

ଭୁବନେଶ୍ୱର,୩।୧୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ପକ୍ଷରୁ ‘ସତର୍କତା ଜାଗରଣ ସପ୍ତାହ’ ନିକଟରେ ପାଳିତ ହୋଇଯାଇଛି। ଏପରିକି ଓଜିବିର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ...

ଜୀ-ସାର୍ଥକର ‘ନାଲି ବିନ୍ଦୁ’ କ୍ୟାମ୍ପେନକୁ ସିଲଭର ମେଡାଲ

ଭୁବନେଶ୍ୱର,୨୧।୨: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକର ‘ନାଲି ବିନ୍ଦୁ’ କ୍ୟାମ୍ପେନକୁ ସିଲଭର ମେଡାଲ ମିଳିଥିବା ଜଣାପଡିଛି। ବିଶେଷକରି ଗତବର୍ଷ ରଜ ସମୟରେ...

Advertisement
Archives

Model This Week