Posted inଜାତୀୟ

ୟୁଏନ୍‌ଏଚ୍‌ଆର୍‌ସିରେ ଭାରତ-ପାକ୍‌ ମୁହଁ।ମୁହିଁ: ୩୭୦ ଉଚ୍ଛେଦ ସାର୍ବଭୌମ ନିଷ୍ପତ୍ତି

ଜେନେଭା,୧୧ା୯,(ପି.ଟି./ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ମଙ୍ଗଳବାର ଭାରତ ଓ ପାକିସ୍ତାନ ପୁଣିଥରେ ଅନ୍ତର୍ଜାତୀୟ ମଞ୍ଚରେ ମୁହଁ।ମୁହିଁ ହୋଇଛନ୍ତି। ପାକିସ୍ତାନ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି) ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ ଉଦ୍ୟମ କରିଛି। କଶ୍ମୀର ସ୍ଥିତିକୁ ନେଇ ୟୁଏନ୍‌ଏଚ୍‌ଆର୍‌ସି ପକ୍ଷରୁ ଏକ ଅନ୍ତର୍ଜାତୀୟ ତଦନ୍ତ କରାଯାଉ ବୋଲି ପାକିସ୍ତାନ ଦାବି କରିଛି। ଅନ୍ୟପକ୍ଷରେ କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଭାରତର ସାର୍ବଭୌମ ନିଷ୍ପତ୍ତି ବୋଲି ଭାରତ ଜବାବ ରଖିଛି।
ଜେନେଭାରେ ମଙ୍ଗଳବାର ୟୁଏନ୍‌ଏଚ୍‌ଆର୍‌ସିର ୪୨ ତମ ଅଧିବେଶନ ବସିଛି। ଏଥିରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରି ସେଠାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ କିଛି ପଦକ୍ଷେପ ନେଇ ନ ଥିବାରୁ ୟୁଏନ୍‌ଏଚ୍‌ଆର୍‌ସି ଲଜ୍ଜିତ ହେବା ଅନୁଚିତ। ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତାକୁ ଭାରତ ପ୍ରତ୍ୟାହାର କରିବା ପରେ ଉପତ୍ୟକାର ସ୍ଥିତିକୁ ନେଇ ବିଶ୍ୱ ମାନବାଧିକାର ପରିଷଦ ନିଃସ୍ପୃହ ରହିପାରିବ ନାହିଁ। କଶ୍ମୀରୀଙ୍କୁ ନ୍ୟାୟ ଓ ସମ୍ମାନ ପ୍ରଦାନ ପାଇଁ ମାନବାଧିକାର ପାଇଁ ଆମେ ଏହି ସଂସ୍ଥାର ଦ୍ୱାରସ୍ଥ ହୋଇଛୁ। ଭାରତୀୟ ସେନା ଉପତ୍ୟକାରେ ପେଲେଟ୍‌ ଗନ୍‌ ବ୍ୟବହାର ବନ୍ଦ କରିବା ସହ ସମସ୍ତ ପ୍ରକାର କଟକଣା ହଟାଇଦେଇ ଲୋକଙ୍କୁ ସେମାନଙ୍କ ସ୍ବାଧୀନତା ଦେଉ। ଏହାସହ ଅନ୍ତର୍ଜାତୀୟ ଆଇନାନୁସାରେ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରି ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପନାମା ଓ ମାନବାଧିକାର ଚୁକ୍ତିଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରୁ। ଏଥି ସକାଶେ ୟୁଏନ୍‌ଏଚ୍‌ଆର୍‌ସି ଭାରତକୁ ପରାମର୍ଶ ଦେଉ। ମାନବାଧିକାର ସମ୍ପର୍କିତ ଜାତିସଂଘ ଉଚ୍ଚାୟୁକ୍ତଙ୍କ ସୁପାରିସ ଅନୁସାରେ କଶ୍ମୀର ସ୍ଥିତିର ତଦନ୍ତ ପାଇଁ ଏକ କମିଶନ ଗଠନ କରାଯାଉ ବୋଲି କୁରେଶୀ ଦାବି କରିଥିଲେ। ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭାରତର ଏକତରଫା ଓ ବେଆଇନ ନିଷ୍ପତ୍ତି ବୋଲି ସେ ଅଭିହିତ କରିଥିଲେ, ଯାହାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି। ଭାରତର ବହିର୍ବ୍ୟାପାର ସଚିବ(ପୂର୍ବ) ବିଜୟ ଠାକୁର ସିଂ ପରିଷଦକୁ ସମ୍ବୋଧିତ କରି ପାକିସ୍ତାନ ଉଦ୍ଦେଶ୍ୟରେ କହିଛନ୍ତି, ନିଜ ରାଜନୈତିକ କାର୍ଯ୍ୟସୂଚୀକୁ ଆଗକୁ ବଢ଼ାଇବା ପାଇଁ ମାନବାଧିକାର ଆଳରେ ୟୁଏନ୍‌ଏଚ୍‌ଆର୍‌ସିକୁ ବ୍ୟବହାର କରୁଥିବା ଦେଶଗୁଡ଼ିକୁ ଡାକି ଦାଗିଦ୍‌ କରାଯାଉ। ସେମାନେ ପ୍ରକୃତରେ ଅପରାଧୀ ହୋଇଥିବାବେଳେ ନିଜକୁ ପୀଡ଼ିତ ବୋଲି ଦେଖାଇହେଉଛନ୍ତି। ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତି ଭାରତର ସାର୍ବଭୌମ ଅଧିକାର। ସେହିପରି ମନ୍ତ୍ରଣାଳୟର ପ୍ରଥମ ସଚିବ ବିମର୍ଶ ଆର୍ୟନ ପାକିସ୍ତାନର ଦାବିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଅନୁଚ୍ଛେଦ ୩୭୦ ଭାରତୀୟ ସମ୍ବିଧାନର ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଏହାକୁ ଉଚ୍ଛେଦ କରାଯିବା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏଥିରେ ହସ୍ତକ୍ଷେପ କରିବା ଅଧିକାର ପାକିସ୍ତାନର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri