ୟଶ୍‌ ବିର୍ଲା ଓ୍ବିଲଫୁଲ ଡିଫଲ୍ଟର ଘୋଷିତ

ନୂଆଦିଲ୍ଲୀ,୧୮-୬: କୋଲକାତାର ୟୁକୋ ବ୍ୟାଙ୍କ ଯଶୋବର୍ଦ୍ଧନ ବିର୍ଲା(ୟଶ୍‌ ବିର୍ଲା)ଙ୍କୁ ଓ୍ବିଲଫୁଲ ଡିଫଲ୍ଟର ଘୋଷଣା କରିଛି। ତାଙ୍କ ଗ୍ରୁପ୍‌ଙ୍କ ଗୋଟିଏ କମ୍ପାନୀ ବିର୍ଲା ସୂର଼୍ୟା ଲିମିଟେଡ ଉପରେ ୬୭.୫୫ କୋଟି ଟଙ୍କାର ବକେୟା ଋଣ ରହିଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ନିକଟରେ ୧୦୦ କୋଟି ଟଙ୍କାର କ୍ରେଡିଟ ଲିମିଟ ଥିଲା, ଯାହାର ୬୭ କୋଟି ଟଙ୍କାରୁ ଅଧିକ ସୁଧ ବାକି ଥିଲା। ଏହି ଋଣକୁ ୨୦୧୩ରେ ଏନ୍‌ପିଏ ଘୋଷଣା କରାଯାଇଥିଲା। ନିୟମ ଅନୁଯାୟୀ, ଜଣେ ପ୍ରମୋଟରଙ୍କୁ କୌଣସି ଋଣ ମାମଲାରେ ଓ୍ବିଲଫୁଲ ଡିଫଲ୍ଟର ଘୋଷଣା କରାଗଲେ, ତାଙ୍କର ବର୍ତ୍ତମାନର କମ୍ପାନୀ ସହ ସେ ଯେଉଁ କମ୍ପାନୀରେ ଡାଇରେକ୍ଟର ରହିଥିବେ, ତାକୁ ମଧ୍ୟ କୌଣସି ବ୍ୟାଙ୍କ ଋଣ ଦେବ ନାହିଁ। ବିର୍ଲା ସୂର଼୍ୟା ଲିମିଟେଡରେ ଯଶ୍‌ ବିର୍ଲା ଡାଇରେକ୍ଟର ରହିଛନତ୍‌ି। ସେ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି। ଗ୍ରୁପ୍‌ ନିକଟରେ ଏକ ଡଜନରୁ ଅଧିକ କମ୍ପାନୀ ରହିଛି। ଯେଉଁଥିରେ, ଜେନିଥ ଷ୍ଟିଲ୍‌, ବିର୍ଲା ପାଓ୍ବାର, ବିର୍ଲା ଲାଇଫଷ୍ଟାଇଲ ଏବଂ ଶ୍ଲୋକା ଇନ୍‌ଫୋଟେକ୍‌ ଭଳି କମ୍ପାନୀ ସାମିଲ ରହିଛି। ଅଧିକାଂଶ କମ୍ପାନୀ ଏବେ କ୍ଷତିରେ ଚାଲୁଛି ଏବଂ ସେମାନେ ଋଣ ପରିଶୋଧ ସ୍ଥିତିରେ ନାହାନ୍ତି। ଗତବର୍ଷ ଗ୍ରୁପ୍‌ର ୩ କମ୍ପାନୀ ବିର୍ଲା କୋଟସିନ୍‌, ବିର୍ଲା ଶ୍ଲୋକା ଏଜୁଟେକ୍‌ ଏବଂ ଜେନିଥ ବିର୍ଲା ବିରୋଧରେ ଅର୍ଥ ତୋଷରପାତ ଭଳି ଅଭିଯୋଗର ଯାଞ୍ଚ ହୋଇଥିଲା। ଆଶ୍ଚର୍ଯ୍ୟର କଥା ଯେ, କୋଲକାତାସ୍ଥିତ ୟୁକୋ ବ୍ୟାଙ୍କକୁ ୟଶ୍‌ଙ୍କ ପିତାମହ ଘନଶ୍ୟାମ ଦାସ ବିର୍ଲା ୧୯୪୩ରେ ପ୍ରତିଷ୍ଠା କରିଥିଲେ। ସେ ଯଶୋବର୍ଦ୍ଧନଙ୍କ ପିତାମହ ରାମେଶ୍ୱର ଦାସ ବିର୍ଲାଙ୍କ ଭାଇଥିଲେ। ମାତାପିତାଙ୍କର ବେଙ୍ଗାଲୁରୁରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ୟଶ୍‌ ମାତ୍ର ୨୩ ବର୍ଷ ବୟସରେ ବିର୍ଲା ଗ୍ରୁପ୍‌ ଅଫ୍‌ କମ୍ପାନୀ ଦାୟିତ୍ୱ ନେଇଥିଲେ। ବହୁ ବର୍ଷ ପର୍ଯ୍ୟନ୍ତ ଗ୍ରୁପ୍‌ର ପରିଚାଳନା ପରାମର୍ଶଦାତାଙ୍କ ଦ୍ୱାରା ହେଉଥିଲା। ବିର୍ଲା ଶ୍ଲୋକା ଏଜୁଟେକ୍‌ ଅଧୀନରେ ଏହି ଗ୍ରୁପ୍‌ର ଅନେକ ଚାରିଟେବଲ ଟ୍ରଷ୍ଟ ରହିଛି। ୧୯୬୯ରେ କେନ୍ଦ୍ର ସରକାର ୟୁକୋ ବ୍ୟାଙ୍କକୁ ଅଧିଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?