ହ୍ୟୁଣ୍ଡାଇର ୭ ଆକର୍ଷଣୀୟ ଫାଇନାନ୍ସ ସୁବିଧା

ନୂଆଦିଲ୍ଲୀ,୧୬।୬: ଦେଶର ପ୍ରମୁଖ ଯାନ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୭ ଆକର୍ଷଣୀୟ ଫାଇନାନ୍ସ ସୁବିଧା ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଣ ଲାଗି ଏଭଳି ସୁବିଧା ଆରମ୍ଭ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ସାରା ଦେଶରେ ଗ୍ରାହକ ଏହାର ଲାଭ ନେଇପାରିବେ। ଏଥିଲାଗି କମ୍ପାନୀ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଇଣ୍ଡସ ଇଣ୍ଡ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ୟେସ ବ୍ୟାଙ୍କ ସମେତ ମହିନ୍ଦ୍ରା ଓ ଚୋଳ ମଣ୍ଡଳ ଫାଇନାନ୍ସ ଭଳି ଏନ୍‌ବିଏଫ୍‌ସି ସହ ଯୋଡ଼ିହୋଇଛି। କମ୍ପାନୀର ଫାଇନାନ୍ସ ସ୍କିମ୍‌ଗୁଡିକ ମଧ୍ୟରେ ଦୀର୍ଘମିଆଦୀ, ନୂ୍ୟନ ଡାଉନ ପେମେଣ୍ଟ, ମୋରାଟୋରିୟମ ସ୍କିମ୍‌, ୩ କିମ୍ବା ୬ ମାସର ନିମ୍ନ ଇଏମ୍‌ଆଇ ସ୍କିମ୍‌, ଷ୍ଟେପ ଅପ୍‌ ସ୍କିମ୍‌, ବାଲୋନ ସ୍କିମ୍‌ ଏବଂ ଇଏମ୍‌ଆଇ ଆସ୍ୟୁରାନ୍ସ ସ୍କିମ୍‌ ରହିଛି। ଚଳିତ ମାସ ଲାଗି ଏହା ଉପଲବ୍ଧ ହେବ। କମ୍ପାନୀ ଏହାର ଅନ୍‌ଲାଇନ ପୋର୍ଟାଲ ଦ୍ୱାରା ଗ୍ରାହକଙ୍କୁ କାର ବୁକିଂ କରିବାର ସୁବିଧା ମଧ୍ୟ ପ୍ରଦାନ କରୁଛି। ହ୍ୟୁଣ୍ଡାଇ କେୟାର ଆପ୍ଲିକେଶନ ଦ୍ୱାରା ଲୋକମାନେ ସର୍ଭିସ ପାଇଁ ବୁକିଂ ମଧ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୮୦% ଟପିବ ସରକାରଙ୍କ ଋଣ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଘରୋଇ ବଜାର କ୍ଷତିଗ୍ରସ୍ତ ହୋଇ ରହିଛି। ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଲଗାତର ଖସିଚାଲିଛି। ଟିକସ ସଂଗ୍ରହ ହ୍ରାସ ହୋଇଥିବା...

ବିଗ୍‌ ବାସ୍କେଟରେ ଅଂଶଧନ କିଣିପାରେ ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ: ଅନ୍‌ଲାଇନରେ ଗ୍ରସେରି କ୍ଷେତ୍ରରେ ପ୍ରମୁଖ କମ୍ପାନୀ ବିଗ୍‌ ବାସ୍କେଟରେ ଟାଟା ଗ୍ରୁପ୍‌ ଅଂଶଧନ ହାସଲ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ବିଗ୍‌ ବାସ୍କେଟ...

ଆସିବ ‘ଏକ ରାଷ୍ଟ୍ର, ଏକ ରାଶନ କାର୍ଡ’

ନୂଆଦିଲ୍ଲୀ,୨୮-୬: କେନ୍ଦ୍ର ସରକାର ଦେଶରେ ‘ଏକ ରାଷ୍ଟ୍ର, ଏକ ରାଶନ କାର୍ଡ’ ଯୋଜନା ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ନିଜ ପସନ୍ଦ...

୨୦୨୫ରେ ଜାପାନକୁ ଟପିବ ଭାରତ

ନୂଆଦିଲ୍ଲୀ,୧୩।୭: ଚଳିତ ବର୍ଷ ବ୍ରିଟେନକୁ ଟପି ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହେବ। ସେହିଭଳି ୨୦୨୫ରେ ଏହା ଜାପାନକୁ ଟପି ତୃତୀୟ ବୃହତ ଅର୍ଥବ୍ୟବସ୍ଥା...

ପିଏମ୍‌ କିଷାନରେ ଦିଆଯିବ ୧୭ ହଜାର କୋଟି

ନୂଆଦିଲ୍ଲୀ,୨୯।୭: କୃଷକମାନଙ୍କର ଉନ୍ନତି ଲାଗି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ବା ପିଏମ୍‌ କିଷାନ ଯୋଜନା ଘୋଷଣା କରିଛନ୍ତି। ସରକାର ଏହି ଯୋଜନାର ୬ଷ୍ଠ...

ଇନଫୋସିସ ସହ-ପ୍ରତିଷ୍ଠାତାଙ୍କ ପରିବାର ବିକିଲେ ୮୫ ଲକ୍ଷ ଶେୟାର

ବାଙ୍ଗାଲୋର,୨୫।୭: ଇନ୍‌ଫୋସିସ ସହ ପ୍ରତିଷ୍ଠାତା ଏସ୍‌.ଡି ଶିବୁଲାଲଙ୍କ ପରିବାର ସଦସ୍ୟ କମ୍ପାନୀରେ ଥିବା ସେମାନଙ୍କ ମୋଟ ଶେୟାର ମଧ୍ୟରୁ ୮୫ ଲକ୍ଷ ଶେୟାର ବିକ୍ରି କରିଦେଇଛନ୍ତି।...

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଠକେଇ ମାମଲା;ସାମ୍ନାକୁ ଆସିଲା ଅଡିଟରଙ୍କ କାରସାଦି

ନୂଆଦିଲ୍ଲୀ,୧୦-୬: ଋଣ ସଙ୍କଟରେ ଫସିଥିବା ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। କମ୍ପାନୀକୁ ଗୋଷ୍ଠୀଗତ ଭାବେ ଲୁଟ କରାଯାଇଥିବା ବେଳେ ଏହି ଧାରାରେ ଅଡିଟରମାନେ...

ପାସେଞ୍ଜର ଯାନ ବିକ୍ରି ୨୦% କମିଲା

ନୂଆଦିଲ୍ଲୀ,୧୯-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ୨୦% ହ୍ରାସ ଘଟିଛି। ଏହି ସମୟରେ ଯାନ ବିକ୍ରି ୨୦.୧% ହ୍ରାସ ଘଟି...

Advertisement


Archives

Model This Week