ହ୍ୟାକିଂ ସମ୍ଭାବନା: ଅପ୍‌ଡେଟ୍‌ ଲାଗି ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୧୫-୫: ସିକ୍ୟୁରିଟି ଫିଚର୍ସରେ ତ୍ରୁଟି ପରିଲକ୍ଷିତ ହେବା ପରେ ହ୍ବାଟ୍ସଆପ୍‌ ଏହାର ୟୁଜରଙ୍କୁ ତୁରନ୍ତ ଏହି ଆପ୍‌କୁ ଅପ୍‌ଡେଟ୍‌ କରିନେବା ଲାଗି ଚେତାଇ ଦେଇଛି। କାରଣ ସିକ୍ୟୁରିଟିରେ ଥିବା ତ୍ରୁଟି ଯୋଗୁ ଯେକୌଣସି ମୂହୁର୍ତ୍ତରେ ୟୁଜରଙ୍କ ଫୋନ୍‌ ହ୍ୟାକ୍‌ ହୋଇଯିବାର ସମ୍ଭାବନା ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ସୁରକ୍ଷାରେ ଥିବା ତ୍ରୁଟିକୁ ତୁରନ୍ତ ସଜାଡିନିଆଯାଇଥିବା କମ୍ପାନୀ କହିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସିକ୍ୟୁରିଟି ଫିଚର୍ସରେ ତ୍ରୁଟିର ଫାଇଦା ଉଠାଇ ହ୍ୟାକର୍ସ ୟୁଜରଙ୍କ ମୋବାଇଲରେ ଏକ କଲ୍‌ କରି ଭାଇରସ୍‌ ଛାଡ଼ି ଦେଇପାରନ୍ତି। ୟୁଜରଙ୍କ ଫୋନ୍‌ କ୍ୟାମେରା ଏବଂ ମାଇକକୁ ମଧ୍ୟ ହ୍ୟାକ୍‌ କରିନିଆଯାଇପାରେ। ଏହାଛଡ଼ା ୟୁଜରଙ୍କ ଇ-ମେଲ୍‌ ଠାରୁ ଆରମ୍ଭ କରି ମେସେଜ୍‌ ଓ ଲୋକେଶନ ଡାଟା ପର୍ଯ୍ୟନ୍ତ ସବୁକିଛି ତଥ୍ୟ ହ୍ୟାକରଙ୍କ ହାତରେ ପହଞ୍ଚତ୍ୟାଇପାରେ ବୋଲି ହ୍ବାଟ୍ସଆପ୍‌ ସୂଚାଇଛି। ମିଡିଆରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ସନ୍ଦେହଘେରରେ ଥିବା ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ଏହି ସ୍ପାଇଓ୍ବେର ତିଆରି କରିଛି। ଏହି ଗ୍ରୁପ୍‌ ମଧ୍ୟପ୍ରାଚ୍ୟରୁ ଆରମ୍ଭ କରି ମେକ୍ସିକୋ ପର୍ଯ୍ୟନ୍ତ ସରକାରୀ ଅଧିକାରୀ ତଥା ଖବରଦାତାଙ୍କ ପାଇଁ ଗୋଇନ୍ଦାଗିରିରେ ସହାୟତା କରୁଛି। ଚଳିତ ମାସରେ ହ୍ବାଟ୍ସଆପ୍‌ ସିକ୍ୟୁରିଟିରେ ଥିବା ତ୍ରୁଟିକୁ ଧରିପାରିଥିଲା। ଏହା ଜାଣିବା ପରେ କମ୍ପାନୀ ତୁରନ୍ତ ଏହାକୁ ସୁଧାରିବା କାର୍ଯ୍ୟରେ ଲାଗି ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଅଟୋମୋବାଇଲ୍‌ କମ୍ପାନୀ ତିଆରି କରିବେ ଭେଣ୍ଟିଲେଟର

ନୂଆଦିଲ୍ଲୀ,୩୦।୩: ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅଟୋମୋବାଇଲ୍‌ କମ୍ପାନୀକୁ ଭେଣ୍ଟିଲେଟର ତିଆରି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ହିନ୍ଦୀ ଭାଷା ବ୍ୟବହାର କରିବାକୁ ରେଳ କର୍ମଚାରୀଙ୍କୁ ପରାମର୍ଶ

ଭୁବନେଶ୍ୱର,୧୬।୧୨:ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଆର୍‌.ଏନ୍‌.ସୁନକରଙ୍କ ଅଧ୍ୟକ୍ଷତାରେ ଗୁରୁବାର ୪୯ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ବୟନ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରମୁଖ ବିଭାଗୀୟ...

ବିବାଦୀୟ ନିୟମ ପ୍ରତ୍ୟାହାର କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୩୦।୧: ଦେଶର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସ୍‌ବିଆଇ ଆଣିଥିବା ନୂଆ ନିଯୁକ୍ତି ନିୟମକୁ ନେଇ ବିବାଦ ଦେଖାଦେବା ପରେ ଶନିବାର ଏହାକୁ ପ୍ରତ୍ୟାହାର କରିନିଆଯାଇଛି। ନୂଆ...

୯୦୦୦ ଟଙ୍କା କମ୍‌ ମୂଲ୍ୟରେ କିଣିପାରିବେ ସାମସଙ୍ଗ ଗାଲାକ୍ସି ନୋଟ ୧୦ ଲାଇଟ୍‌

ନୂଆଦିଲ୍ଲୀ,୧୯।୬: ଦକ୍ଷିଣ କୋରିଆ ଟେକ୍ନୋଲୋଜି କମ୍ପାନୀ ସାମସଙ୍ଗ ଗାଲାକ୍ସି ନୋଟ ୧୦ ଲାଇଟ୍‌ ମୂଲ୍ୟ ହ୍ରାସ କରିଛି। ବର୍ତ୍ତମାନ ଗାଲାକ୍ସି ନୋଟ ୧୦ ଲାଇଟ୍‌କୁ ମୂଳ...

କୋଭିଡ ସ୍ଥିତି ସୁଧୁରିଲେ ଘରୋଇ ବିମାନ ଭଡା କଟକଣା ହଟିବ

ନୂଆଦିଲ୍ଲୀ : କୋଭିଡ ଯୋଗୁ ସରକାର ବିମାନ ଯାତ୍ରା ଉପରେ କଟକଣା ଲଗାଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିମାନ ଯାତ୍ରା ସମ୍ପୂର୍ଣ୍ଣ ସ୍ବାଭାବିକ ସ୍ଥିତିକୁ ଫେରିନାହିଁ। ଦେଶ...

୫ ବର୍ଷ ତଳକୁ ଚାଲିଯିବ ବିମାନ ଶିଳ୍ପ କାରବାର

ନୂଆଦିଲ୍ଲୀ,୯।୪: କରୋନା ଭାରତୀୟ ବିମାନ ଚଳାଚଳ ଶିଳ୍ପକୁ କ୍ଷତିଗ୍ରସ୍ତ କରିଛି। ଏଥି ଲାଗି ବଜାରର କାରବାର ୫ ବର୍ଷ ତଳକୁ ଖସିଯିବ ବୋଲି ଏକ ରିପୋର୍ଟରେ...

ପ୍ରଶାନ୍ତ କୁମାର ଏଏଏଆଇର ସଭାପତି ନିର୍ବାଚିତ

ନୂଆଦିଲ୍ଲୀ,୧।୧୨: ସାଉଥ ଏସିଆ ଅଫ୍‌ ଗ୍ରୁପ୍‌-ଏମ୍‌ ମିଡିଆ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପ୍ରଶାନ୍ତ କୁମାର ବିଜ୍ଞାପନ ଶିଳ୍ପର ଜଣାଶୁଣା ସଂଘ...

୫୯ ମିନିଟରେ ମିଳିବ ରିଟେଲ ଋଣ

ନୂଆଦିଲ୍ଲୀ,୭-୮: ଦେଶର ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ଚାହିଦା ବୃଦ୍ଧି କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ସରକାର ମାତ୍ର ୫୯ ମିନିଟରେ ରିଟେଲ ଋଣ...

Advertisement
Archives

Model This Week