ହ୍ରିତିକ୍‌-ଅମିତାଭ ପାଲଟିଲେ ଟିକ୍‌ଟକ୍‌ ଷ୍ଟାର ଯୁବରାଜଙ୍କ ଫ୍ୟାନ୍‌

ବମ୍ବେ: ସୋସିଆଲ ମିଡିଆରେ ନିଜର କଳା ପ୍ରଦର୍ଶନ କରି ଅନେକେ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି। ସେପରି ଏକ ପ୍ଲାଟଫର୍ମ ଟିକ୍‌ଟକ୍‌ରେ ନିଜର ଏକ ଭିଡିଓ ଶେୟାର କରି ଏବେ ଚର୍ଚ୍ଚାରେ ରାଜସ୍ଥାନ ଯୋଧପୁରର ଜଣେ ଯୁବକ ଚର୍ଚ୍ଚାକୁ ଆସିଛନ୍ତି। ବିଗ୍‌ ବି ଅମିତାଭଙ୍କଠାରୁ ଆରମ୍ଭ କରି ଅଭିନେତା ହ୍ରିତିକ୍‌ ରୋଶନଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ।

ଯୁବକ ଜଣକ ହେଲେ ଯୋଧପୁରରେ ରହୁଥିବା ଯୁବରାଜ ସିଂ। ତାଙ୍କ ବାପା ଜଣେ ଶ୍ରମିକ। ପିଲାବେଳୁ ତାଙ୍କର ବକ୍ସିଂ ପ୍ରତି ଦୁର୍ବଳତା ରହିଥିଲା। ହେଲେ ଗରିବ ପରିବାରର ହୋଇଥିବାରୁ ସେ ନିଜ ଇଚ୍ଛାକୁ ଚାପିଦେବାକୁ ବାଧ୍ୟ ହୋଇଥିଲେ। ମା’ବାପା ମୋତେ ଇଞ୍ଜିନିୟର ହେବାକୁ ଇଚ୍ଛା ରଖିଥିଲେ। ହେଲେ ପାଞ୍ଚ ମାସ ତଳେ ଫିଲ୍ମ ‘ମୁନ୍ନା ମାଇକେଲ୍‌’ ଦେଖିବା ପରେ ନୃତ୍ୟ ପ୍ରତି ସେ ଆକର୍ଷିତ ହୋଇଥିଲେ। ନିଜ ଘରର ଛାତ ଅଥବା ନିଜ କୋଠରିରେ ସେ ନାଚିବା ଅଭ୍ୟାସ କରିଥିଲେ। ଏହା ଭଲ ହେବା ପରେ ସେ ଉକ୍ତ ଭିଡିଓକୁ ଟିକ୍‌ଟକ୍‌ ଶେୟାର କରି ଆସୁଛନ୍ତି। ବିଶେଷକରି ସେ ମାଇକେଲ ଜ୍ୟାକ୍‌ସନ ଓ ଟାଇଗର ଶ୍ରଫ୍‌ଙ୍କୁ ଫଲୋ କରନ୍ତି। ପ୍ରଭୁ ଦେବା ମଧ୍ୟ ତାଙ୍କ ପ୍ରେରଣା ବୋଲି ସେ କୁହନ୍ତି।

ନିକଟରେ ଚଳଚ୍ଚିତ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସରର ଗୀତ ‘ମୁକ୍କାଲା ମୁକାବିଲା..ଲୈଲା..’ ରିଲିଜ୍‌ ହେବା ପରେ ସେ ଏହାକୁ ନେଇ ନିଜର ଏକ ଭିଡିଓ କରିଥିଲେ। ଏହା ଭାଇରାଲ ହେଉଛି। ହ୍ରିତିକ୍‌, ଅମିତାଭ ପ୍ରମୁଖ ଅଭିନେତା ନିଜର ଟୁଇଟରରେ ତାଙ୍କର ଭିଡିଓକୁ ଶେୟାର କରିଛନ୍ତି। ଯୁବକ ଜଣକ କିଏ ବୋଲି ହ୍ରିତିକ୍‌ ପ୍ରଶ୍ନ କରିଥିବା ବେଳେ ଅମିତାଭ ଅବିଶ୍ୱସନୀୟ ବୋଲି କହିଛନ୍ତି। ଅପରପକ୍ଷେ ଏତେ ବଡ଼ ସୁପରଷ୍ଟାରଙ୍କ ପ୍ରଶଂସା ପାଇ ବେଶ୍‌ ଖୁସି ଅଛନ୍ତି ଯୁବରାଜ। ତାଙ୍କୁ ସବୁ ସ୍ବପ୍ନ ପରି ମନେ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ୱୁ ରତ୍ନାନୀଙ୍କ କ୍ୟାଲେଣ୍ଡରରେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍ ବିୟୁଟି ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଏବେ ତାଙ୍କ ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ । ଅସଲରେ ବେଶ କିଛିଦିନ ହେବ ବଡ ପରଦାରୁ...

ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People...

ହଲିଉଡ୍‌ରେ ଡେବ୍ୟୁ କରିବେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ପରେ ଏବେ ଆଲିଆ ଭଟ୍ଟ ମଧ୍ୟ ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡ୍‌ରେ...

ଚର୍ଚ୍ଚାରେ ନୋରା

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହି ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ନିଜର କ୍ୟୁଟନେସ୍ ଓ ଭିନ୍ନ ଡ୍ୟାନ୍ସ ଶୈଳୀ ପାଇଁ ଏହି ଅଭିନେତ୍ରୀ ଅଧିକାଂଶ...

କରନଙ୍କୁ ଧନ୍ୟବାଦ ଦେଲେ କେଟି

ମୁମ୍ବାଇ: ଆମେରିକାନ୍‌ ସିଙ୍ଗର କେଟି ପେରୀ ମୁମ୍ବାଇରେ ପରଫର୍ମ କରିବାକୁ ଭାରତ ଆସିଥିଲେ। ମୁମ୍ବାଇ ପହଞ୍ଚିବା ପରେ ସେ ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ସହ ମିଶିଥିଲେ।...

ରାଗିଗଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗ୍‌ର୍‌ ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ଏକ କମେଡି ଶୋ’ରେ ତାଙ୍କ ମଜାକ୍‌ ଉଡାଯିବାକୁ ନେଇ ସେ ରାଗିଯାଇଛନ୍ତି।...

ପୁଣି ଥରେ ପିତା ହେଲେ କମେଡି କିଙ୍ଗ୍‌, ଟୁଇଟ୍‌ କରି ଦେଲେ ସୂଚନା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଫ୍ୟାନ୍‌ମାନଙ୍କୁ ଖୁସି ଖବର ଦେଇଛନ୍ତି। ଏହି ଖୁସିଟି ହେଲା କପିଲ ପୁଣି ଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ...

ତିନି ବର୍ଷ ଧରି କ୍ୟାନ୍‌ସର ସହ ଲଢ଼ୁଛନ୍ତି କିଜିଏଫ୍‌ର ‘କାସିମ୍‌ ଚାଚା’

ବମ୍ବେ: ତିନି ବର୍ଷ ହେଲାଣି କ୍ୟାନ୍‌ସର ସହ ଲଢ଼ୁଛନ୍ତି ସୁପରହିଟ୍‌ ଚଳଚ୍ଚିତ୍ର କେ.ଜି.ଏଫ୍‌ ୨ ଅଭିନେତା ହରିଶ ରାୟ। ବକ୍ସ ଅଫିସରେ ଏକାଧିକ ରେକର୍ଡ ଭାଙ୍ଗିଥିବା...

Advertisement
Archives

Model This Week