ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାନ୍‌ଭି ନାମକ ଗାଁ ନୌକା ଉପରେ ଭାସମାନ ଅବସ୍ଥାରେ ରହିଛି। ଅଧିକାଂଶ ଲୋକଙ୍କ ଘର ହ୍ରଦର ଠିକ୍‌ ମଧ୍ୟବର୍ତ୍ତୀ ସ୍ଥାନରେ ଅବସ୍ଥିତ। ହ୍ରଦରେ ଗଢ଼ିଉଠିଥିବା ଗାନ୍‌ଭି ଗାଁକୁ ଆଫ୍ରିକାର ସବୁଠୁ ବଡ଼ ଗାଁ ବୋଲି କୁହାଯାଏ। ପର୍ଯ୍ୟଟକମାନେ ଏହି ଗାଁକୁ ଦେଖିବାକୁ ଦୂର ଦୂରାନ୍ତରୁ ଆସିଥାନ୍ତି। କିଛି ଲୋକଙ୍କ କହିବା କଥା, ଷୋଡ଼ଶ କିମ୍ବା ସପ୍ତଦଶ ଶତାବ୍ଦୀରେ ତୋଫିନୁ ସମୁଦାୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବାକୁ ଏଭଳି ଗାଁର ନିର୍ମାଣ କରିଥିଲେ। ଫୋନ୍‌ ନାମକ ଜନଜାତି ଏମାନଙ୍କୁ ନିଜ ଗୁଲାମ କରିବାକୁ ଆସିଥିଲେ। କିନ୍ତୁ ନିଜ ଧାର୍ମିକ ମାନ୍ୟତା କାରଣରୁ ପାଣିରେ ପ୍ରବେଶ କରିପାରିଲେ ନାହଁି। ଏତେ ବର୍ଷ ଧରି ପାଣି ଉପରେ ଘର କରି ରହିଯାଇଥିବାରୁ ତୋଫିନୁ ସମ୍ପ୍ରଦାୟ ଭୂସ୍ଥଳକୁ ଆସିବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି। ଏହି ହ୍ରଦ ଭିତରେ ସେମାନେ ନିଜର ସମସ୍ତ ସୁଖ ସୁବିଧା ହାସଲ କରିବାରେ ଲାଗିଛନ୍ତି। ପାଣି ଭିତରେ ଦୋକାନ, ରେଷ୍ଟୁରାଣ୍ଟ୍‌ ଆଦିକୁ ଖୁବ୍‌ ସୁନ୍ଦର ଢଙ୍ଗରେ ତିଆରି କରିଛନ୍ତି। ପରିବା ବିକ୍ରି ପାଇଁ ପ୍ରତିଦିନ ନୌକାରେ ବ୍ୟବସାୟୀମାନେ ଘର ଘର ବୁଲନ୍ତି। ନଚେତ୍‌ କେତେବେଳେ ଘର ସବୁ ବୁଲି ବୁଲି ଦୋକାନ ପାଖକୁ ଚାଲିଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ତିଆରି ହେବ ଜେଟ୍‌ ଇନ୍ଧନ

ଓ୍ବାଶିଂଟନ,୫।୬: ବୈଜ୍ଞାନିକମାନେ ପ୍ରତିଦିନ ଘରୁ ବାହାରୁ ଥିବା ପ୍ଲାଷ୍ଟିକ ପାଣି ବୋତଲ, ବ୍ୟାଗ ଭଳି ବର୍ଜ୍ୟବସ୍ତୁକୁ ନେଇ କିପରି କାମରେ ଲଗାଯାଇ ପାରିବ ତା’ ଉପରେ...

କରୋନା ଟିକା ନେଇ ଡାକ୍ତର ଅସୁସ୍ଥ!

ବୋଷ୍ଟନ,୨୬ ।୧୨: ଆମେରିକାର ବୋଷ୍ଟନରେ ଜଣେ ଡାକ୍ତର କରୋନା ଟିକା ନେବା ପରେ ଅସୁସ୍ଥ ହୋଇଥିବା ଜଣାପଡିଛି । ତାଙ୍କ ଶରୀରରେ ଆଲର୍ଜି ହୋଇଯାଇଥିବା କୁହାଯାଉଛି...

ବଢୁଛନ୍ତି ମାନସିକ ରୋଗୀ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ସୁସ୍ଥ ଶରୀର ପାଇଁ ଆବଶ୍ୟକ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇବା ସହ ଫିଟ୍‌ ରହିବା ଲାଗି ଜିମ୍‌ ବା ଯୋଗ ଆଦି...

ଅଜବ ନିଶା : କାର କିଣିବାକୁ ୧୧ ଲକ୍ଷ ନକଲି ନୋଟ୍‌ ଛାପିଲେ ଯୁବତୀ

ଜଣେ ଯୁବତୀଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବତୀଙ୍କ ପାଖରେ କାର୍‌ କିଣିବା ପାଇଁ ଟଙ୍କା ନ ଥିଲା। କିନ୍ତୁ କାର କିଣିବାର...

କର୍ମଚାରୀଙ୍କୁ ୮ ଲକ୍ଷ ଟଙ୍କାର ଥ୍ୟାଙ୍କ୍‌ ୟୁ ବୋନସ୍‌

ୱାଶିଂଟନ: ଅନେକ ଅନୁଷ୍ଠାନର ଲାଭ ହେଲେ ଅନୁଷ୍ଠାନ ପ୍ରତିଷ୍ଠାତା ଖୁସି ହୋଇ ତାଙ୍କ କର୍ମଚାରୀଙ୍କୁ ବୋନସ୍‌ ଦେଇଥାନ୍ତି। ହେଲେ ନିକଟରେ ଆମେରିକାର ଏକ କମ୍ପାନୀ ତାଙ୍କ...

ହଗ୍‌ କର୍ଟନ୍‌

କାଲିଫର୍ଣ୍ଣିଆ: କରୋନା ସଂକ୍ରମଣରୁ ରକ୍ଷାପାଇବା ପାଇଁ ସମସ୍ତେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଉପରେ ଜୋର୍‌ ଦେଉଛନ୍ତିି। ସେଥିପାଇଁ ତ କେହି କାହା ପାଖକୁ ନ...

ପୁଣି କର୍ମଚାରୀଙ୍କୁ ଛଟେଇ କରିବ ମେଟା

କାଲିଫର୍ନିଆ,୭।୩: ଫେସ୍‌ବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟ୍‌ଫର୍ମ ଇନକର୍ସ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଏହି ନୂତନ ରାଉଣ୍ଡର ଛଟେଇ ଚଳିତ...

ଭାବି ଦିଅରଙ୍କ ସହ ଡିଜେର ତାଳେ ତାଳେ ନାଚିଲେ କନ୍ୟା, ଭିଡିଓ ଦେଖିଲେ…

ବିବାହ ସମୟରେ ଯଦି ଡିଜେ ତାଳେ ତାଳେ ବରଯାତ୍ରୀ ଡ୍ୟାନ୍ସ ନ କରିଲେ ତେବେ ବାହାଘରର ମଜା ଆସି ନ ଥାଏ। ଏହି ମଜା ଅଧିକ...

Advertisement
Archives

Model This Week