ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାନ୍‌ଭି ନାମକ ଗାଁ ନୌକା ଉପରେ ଭାସମାନ ଅବସ୍ଥାରେ ରହିଛି। ଅଧିକାଂଶ ଲୋକଙ୍କ ଘର ହ୍ରଦର ଠିକ୍‌ ମଧ୍ୟବର୍ତ୍ତୀ ସ୍ଥାନରେ ଅବସ୍ଥିତ। ହ୍ରଦରେ ଗଢ଼ିଉଠିଥିବା ଗାନ୍‌ଭି ଗାଁକୁ ଆଫ୍ରିକାର ସବୁଠୁ ବଡ଼ ଗାଁ ବୋଲି କୁହାଯାଏ। ପର୍ଯ୍ୟଟକମାନେ ଏହି ଗାଁକୁ ଦେଖିବାକୁ ଦୂର ଦୂରାନ୍ତରୁ ଆସିଥାନ୍ତି। କିଛି ଲୋକଙ୍କ କହିବା କଥା, ଷୋଡ଼ଶ କିମ୍ବା ସପ୍ତଦଶ ଶତାବ୍ଦୀରେ ତୋଫିନୁ ସମୁଦାୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବାକୁ ଏଭଳି ଗାଁର ନିର୍ମାଣ କରିଥିଲେ। ଫୋନ୍‌ ନାମକ ଜନଜାତି ଏମାନଙ୍କୁ ନିଜ ଗୁଲାମ କରିବାକୁ ଆସିଥିଲେ। କିନ୍ତୁ ନିଜ ଧାର୍ମିକ ମାନ୍ୟତା କାରଣରୁ ପାଣିରେ ପ୍ରବେଶ କରିପାରିଲେ ନାହଁି। ଏତେ ବର୍ଷ ଧରି ପାଣି ଉପରେ ଘର କରି ରହିଯାଇଥିବାରୁ ତୋଫିନୁ ସମ୍ପ୍ରଦାୟ ଭୂସ୍ଥଳକୁ ଆସିବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି। ଏହି ହ୍ରଦ ଭିତରେ ସେମାନେ ନିଜର ସମସ୍ତ ସୁଖ ସୁବିଧା ହାସଲ କରିବାରେ ଲାଗିଛନ୍ତି। ପାଣି ଭିତରେ ଦୋକାନ, ରେଷ୍ଟୁରାଣ୍ଟ୍‌ ଆଦିକୁ ଖୁବ୍‌ ସୁନ୍ଦର ଢଙ୍ଗରେ ତିଆରି କରିଛନ୍ତି। ପରିବା ବିକ୍ରି ପାଇଁ ପ୍ରତିଦିନ ନୌକାରେ ବ୍ୟବସାୟୀମାନେ ଘର ଘର ବୁଲନ୍ତି। ନଚେତ୍‌ କେତେବେଳେ ଘର ସବୁ ବୁଲି ବୁଲି ଦୋକାନ ପାଖକୁ ଚାଲିଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ମନ୍ଦିର CEO ପଦବୀ ପାଇଁ ବାହାରିଲା ନିଯୁକ୍ତି: ଏହିସବୁ ଯୋଗ୍ୟତା ଥିବା ବ୍ୟକ୍ତି କରିପାରିବେ ଆବେଦନ

ନୂଆଦିଲ୍ଲୀ, ୧୩।୭ ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି ହେବା ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି। ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀ ପାଇଁ ଆବେଦନ…

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୨୩ କୋଠରୀ ବିଶିଷ୍ଟ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌ ଠାବ

କୋରାପୁଟ/ବଲାଙ୍ଗୀର, ୧୩।୭ (ଅମିତାଭ ବେହେରା/ସୁନିଲ କୁମାର ମହାନ୍ତି): ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ (OCCL)ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ…

୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା: ଏହି ସବୁ ଜିଲାରେ ୨୪ ଘଣ୍ଟାରେ…

ଭୁବନେଶ୍ୱର, ୧୩।୭: ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା । ୨୪ ଘଣ୍ଟା ପାଇଁ ୧୪ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ତେବେ କେନ୍ଦୁଝର,…

ନିଜେ ରୋଲର ଚଲାଇ ଡ୍ରଗ୍ସ ନଷ୍ଟ କଲେ ମୁଖ୍ୟମନ୍ତ୍ରୀ: ୧୦ ଦିନ ମଧ୍ୟରେ ୪୭୨ କୋଟିର…

ଗୁଆହାଟୀ,୧୩।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନାଲବାରୀ ଜିଲାର ଦୌଲାସାଲସ୍ଥିତ ୧୪ତମ ଆସାମ ପୋଲିସ ବାଟାଲିୟନରେ ଏକ ରାଜ୍ୟସ୍ତରୀୟ ନିଶା ନିବାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।…

ବଲାଙ୍ଗୀର ସହରର ବ୍ୟବସାୟୀଙ୍କ ମିଳୁନି ପତ୍ତା : କଲ୍ କଲେ ଫୋନ ସ୍ୱିଚ୍‌ ଅଫ୍‌

ବଲାଙ୍ଗୀର, ୧୩।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ପ୍ୟାଲେସ ଲାଇନ୍ ଅଞ୍ଚଳର ବାସିନ୍ଦା ତଥା ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାରଠାରୁ ନିଖୋଜ ଥିବା ନେଇ ଅଭିଯୋଗ…

ଅସୁସ୍ଥ ମା’, ଗ୍ରୁପ୍ ଋଣ ଚିନ୍ତାରେ ଏମିତି କାଣ୍ଡ କରିଦେଲେ ପୁଅ

ଭଞ୍ଜନଗର,୧୩।୭ (ବାବୁଲା ପ୍ରଧାନ): ଆର୍ଥିକ ଅନାଟନରେ ପଡ଼ି ମଣିଷ ଅନେକ ସମୟରେ ଭୁଲ ପଦକ୍ଷେପ ନେଇଥାଏ। ପରବର୍ତ୍ତୀ ସମୟରେ ତାହାର ପରିଣାମ ଭୟାବହ ହୋଇଥାଏ। ଏଭଳି ଏକ…

କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ରଥଯାତ୍ରାରେ ଦେବେ ଯୋଗ

ଦାରିଙ୍ଗବାଡ଼ି, ୧୩।୭ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ  ୨ ଦିନିଆ ଦାରିଙ୍ଗବାଡି ଗସ୍ତ  କାର୍ଯ୍ୟକ୍ରମ ରହିଛି | ଏହାକୁ ନେଇ କନ୍ଧମାଳ ଜିଲାର…

ହୋଟେଲ ରୁମରେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ଦେଖିଲେ ସ୍ତ୍ରୀ; ତା’ପରେ ହୋଟେଲରୁ ପୋଲିସ ଷ୍ଟେଶନ…

ଇନ୍ଦୋର,୧୩।୭: ମଧ୍ୟପ୍ରଦେଶର ରେୱାର ସମନ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହୋଟେଲରେ ଜଣେ ମହିଳା ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଥିବା ଅଭିଯୋଗ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri