ହୋମ୍‌ ଡେଲିଭରି ଦେବେ ଗ୍ରସେରି ଷ୍ଟୋର

ମୁମ୍ବାଇ,୨୬।୪: ଆଗାମୀ କିଛିଦିନରେ ସ୍ଥାନୀୟ ଗ୍ରସେରି ଷ୍ଟୋରଗୁଡିକ ସାମଗ୍ରୀ ଡେଲିଭରି ଦେବେ। ଏଥି ଲାଗି ଏକ ଜାତୀୟ ଇ-କମର୍ସ ମାର୍କେଟ ପ୍ଲେସ୍‌ର ଯୋଜନା ହାତକୁ ନିଆଯାଉଛି। ଏହା କାର୍ଯ୍ୟକାରୀ ହେଲେ ଘର ପାଖରେ ଥିବା ଷ୍ଟୋରଗୁଡିକରୁ ଲୋକମାନେ କଣ୍ଟାକ୍ଟଲେସ ଡେଲିଭରି ସୁବିଧା ପାଇବାକୁ ସକ୍ଷମ ହେବେ ବୋଲି କନଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନର ଅସୁବିଧା ସମୟରେ ଲୋକଙ୍କ ନିକଟରେ ଜରୁରୀ ସାମଗ୍ରୀ ପହଞ୍ଚାଇବା ଲାଗି ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃବାଣିଜ୍ୟ ବିଭାଗ ସହଯୋଗରେ ସିଏଆଇଟି ମିଳିତ ଭାବେ ଯୋଜନା ହାତକୁ ନେଉଥିବା ଜଣାପଡିଛି। ସ୍ଥାନୀୟ କିରାନା ଷ୍ଟୋରଗୁଡିକ କିଭଳି ଅର୍ଡର ନେଇପାରିବେ ତାକୁ ଧ୍ୟାନରେ ରଖାଯାଇଛି। ଯୋଗାଣ ଚେନ୍‌କୁ ଦୃଢ କରିବା ପାଇଁ ସବୁ ପ୍ରକାରର ଚେଷ୍ଠା କରାଯାଉଛି ବୋଲି ସିଏଆଇଟି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ସାରା ଦେଶରେ ୭ କୋଟି ଟ୍ରେଡର ରହିଛନ୍ତି। ଇ-କମର୍ସ ନ୍ୟାଶନାଲ ମାର୍କେଟ ପ୍ଲେସ୍‌ ଶୁଭାରମ୍ଭ କରାଯିବା ନେଇ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ରହିଛି ବୋଲି ସିଏଆଇଟି ମହାସଚିବ ପ୍ରଭୀନ ଖଣ୍ଡେଲଓ୍ବାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ସାମଗ୍ରୀ ବିକ୍ରିରୁ ବାର୍ଷିକ କ୍ଷତି ହେଉଛି ୧ ଲକ୍ଷ କୋଟି

ନୂଆଦିଲ୍ଲୀ,୧୨-୮: ବିଭିନ୍ନ କ୍ଷେତ୍ରରେ ନକଲି ସାମଗ୍ରୀ ବିକ୍ରି ଯୋଗୁ ଦେଶକୁ ପ୍ରତିବର୍ଷ ପ୍ରାୟ ୧.୦୫ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି। ଏହାକୁ ରୋକିବା...

ପହିଲାରୁ ମୂଲ୍ୟ ବଢ଼ାଇବ ହିରୋ

ନୂଆଦିଲ୍ଲୀ,୨୩।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ ଚଳିତ ବର୍ଷ ଏପ୍ରିଲ ୧ରୁ ବାଇକ୍‌ ମୂଲ୍ୟ ବଢ଼ାଇବାକୁ ଯାଉଛି। ଏହି ବର୍ଦ୍ଧିତ ମୂଲ୍ୟ...

ଭୁବନେଶ୍ୱରରେ ଖୋଲା ରହିଲା ସିସିଡି

ଭୁବନେଶ୍ୱର,୧।୮ (ବ୍ୟୁରୋ) ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର କିଛି ପ୍ରାନ୍ତରେ ଥିବା ସିସିଡି ଆଉଟଲେଟଗୁଡିକ ବନ୍ଦ ରହିଥିଲା। ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱର,...

ଯୁଦ୍ଧ ସଙ୍କଟରେ ବ୍ୟବସାୟ ବୃଦ୍ଧି, ଆମେରିକାରୁ ୧୧ ପ୍ରତିଶତ ଅଧିକ ତୈଳ ଆମଦାନୀ କରିବ ଭାରତ…

ନୂଆଦିଲ୍ଲୀ, ୧୯।୩ : ରୁଷିଆ ଭାରତକୁ ରିହାତି ଦାମ୍‌ରେ ଅଶୋଧିତ ତୈଳ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲା। ମାତ୍ର ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେବାର ଆଶଙ୍କାକୁ ଦୃଷ୍ଟିରେ...

ଜିମ୍‌ନିର ଅଫ୍‌ ରୋଡ୍‌ ଡ୍ରାଇଭିଂ ଅନୁଭୂତି

ଭୁବନେଶ୍ୱର,୪।୯: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌)ର ଅଗ୍ରଣୀ ମଡେଲ ଜିମ୍‌ନି ପକ୍ଷରୁ ଏକ ଅଫ୍‌ ରୋଡିଂ ଏକ୍ସପେରିଏନ୍ସ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି। ବିଶେଷକରି ସାରା...

୪ ଥାକିଆ ହେବ ପ୍ରତ୍ୟକ୍ଷ ଟିକସ ସ୍ଲାବ୍‌;୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ସୁପାରିସ୍‌

ନୂଆଦିଲ୍ଲୀ,୨୫-୯: ଦେଶରେ ଡାଇରେକ୍ଟ ଟ୍ୟାକ୍ସ କୋଡ୍‌(ଡିଟିସି) ଲାଗୁ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏବେ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଯାଉଛନ୍ତି। ଏହାକୁ କିପରି...

ଜୁଲାଇରେ ବାଣିଜ୍ୟ ନିଅଣ୍ଟ ୩୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୩ା୮: ଜୁଲାଇରେ ଭାରତର ବାଣିଜ୍ୟ ନିଅଣ୍ଟ ୩୧ ବିଲିୟନ ଡଲାର ବୃଦ୍ଧି ପାଇଛି। ସେହିଭଳି ରପ୍ତାନିରେ କ୍ରମାଗତ ହ୍ରାସ ଏବଂ ବିକଶିତ ଅର୍ଥନୀତିରେ ବିମୁଦ୍ରୀକରଣର ଧାରା...

୩ ବିଲିୟନ ଡଲାରର ମେଟାଭର୍ସ ନିର୍ମାଣ କରିବ ଟ୍ରାନ୍ସଲୁସିଆ

ନୂଆଦିଲ୍ଲୀ,୧୨।୧୦: ଟି ଆଣ୍ଡ୍‌ ବି ମିଡିଆ ଗ୍ଲୋବାଲ (ଥାଇଲାଣ୍ଡ)ର ଏକ ସହାୟକ କମ୍ପାନୀ ଟ୍ରାନ୍ସଲୁସିଆ ୩ ବିଲିୟନ ଡଲାର ମୂଲ୍ୟର ଏକ ଭର୍ଚୁଆଲ ୱାଲର୍‌ଡ ସୃଷ୍ଟି...

Advertisement
Archives

Model This Week