ନୂଆଦିଲ୍ଲୀ,୨୬।୮:ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇଏଲ୍)ର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ସାଇନ୍ ସେଲିବ୍ରେସନ୍ ଏଡିଶନକୁ ନିକଟରେ ଉନ୍ମୋଚନ କରାଯାଇଛି। କମ୍ପାନୀର ଉକ୍ତ ମଡେଲ ଉନ୍ମୋଚନ ହେବା ପରଠାରୁ ନିଜର ଅତୁଳନୀୟ ମାନ ଓ ପ୍ରଦର୍ଶନ ପାଇଁ ୧୨୫ ସିସି ଏକ୍ଜିକ୍ୟୁଟିଭ ବର୍ଗରେ ହୋଣ୍ଡା ସାଇନ୍ର ରାଜୁତି ବଜାୟ ରହିଛି। ଏଚ୍ଏମ୍ଏସ୍ଆଇଏଲ୍ର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି, ଦେଶ ଆଗାମୀ ଉତ୍ସବ ଋତୁ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏଚ୍ଏମ୍ଏସ୍ଆଇଏଲ୍ରେ ଆମେ ସବୁ ଅଞ୍ଚଳର ଗ୍ରାହକମାନଙ୍କ ଉତ୍ସାହକୁ ଆହୁରି ବଢ଼ାଇବାକୁ ଚାହଁୁଛୁ। ସବୁଠୁ ଆକର୍ଷଣୀୟ ଏକ୍ଜିକ୍ୟୁଟିଭ ମୋଟରସାଇକଲ ଭାବେ ସବୁଠୁ ଲୋକପ୍ରିୟ ଥିବା ବ୍ରାଣ୍ଡ୍ ସାଇନ୍ ଦୁଇ ଚକ ଯାତ୍ରାରେ ନିୟୁତାଧିକ ଭାରତୀୟଙ୍କୁ ଉଲ୍ଲସିତ କରିବା ଜାରି ରଖିବ। ମୋର ବିଶ୍ୱାସ ରହିଛି ଯେ ସମ୍ପୂର୍ଣ୍ଣ ନୂଆ ସେଲିବ୍ରେସନ୍ ଏଡିଶନ ଆମ ଗ୍ରାହକଙ୍କ ପାଇଁ ନୂଆ ଉଲ୍ଲାସ ଆଣିଦେବ। ଏହି ମଡେଲରେ ଅନେକ ବୈଶିଷ୍ଟ୍ୟ ସାଙ୍ଗକୁ ମ୍ୟାଟ୍ ଷ୍ଟିଲ୍ ବ୍ଲାକ୍ ମେଟାଲିକ୍ ଓ ମ୍ୟାଟ୍ ସାଙ୍ଗ୍ରିଆ ରେଡ୍ ମେଟାଲିକ୍ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗରେ ଉଭୟ ଡ୍ରମ୍ ଓ ଡିସ୍କ ଭାରିଆଣ୍ଟରେ ଏହା ଉପଲବ୍ଧ। ଏହାର (ଏକ୍ସ ଶୋ’ରୁମ୍, ନୂଆଦିଲ୍ଲୀ) ବଜାର ମୂଲ୍ୟ ୭୮,୮୭୮ ଟଙ୍କା ରହିଛି।
![](https://www.dharitri.com/wp-content/uploads/2024/07/20-7.jpg)
ବିଶ୍ୱ ବାଣିଜ୍ୟ ଦିବସ ପାଳିତ
ଭୁବନେଶ୍ୱର, ୨୭।୭: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୱାଲର୍ଡ ଟ୍ରେଡ୍ ସେଣ୍ଟର(ଡବ୍ଲ୍ୟୁଟିସି) ଭୁବନେଶ୍ୱର ପରିସରରେ ବିଶ୍ୱ ବାଣିଜ୍ୟ ଦିବସ-୨୦୨୪ (ୱାଲର୍ଡ ଟ୍ରେଡ୍ ଡେ-୨୦୨୪)...
![](https://www.dharitri.com/wp-content/uploads/2024/07/16-7.jpg)
ଭୁବନେଶ୍ୱରରେ ଲଜିଷ୍ଟିକ୍ କଲୋକ୍ୟୁମ୍-୨୦୨୪
ଭୁବନେଶ୍ୱର, ୨୭।୭: ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଲଜିଷ୍ଟିକ୍ କଲୋକ୍ୟୁମ୍-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏପରିକି ‘ପୂର୍ବ ଭାରତରେ ଲଜିଷ୍ଟିକ ପରିବର୍ତ୍ତନ: ବ୍ୟବଧାନ ଦୂରୀକରଣ...
![](https://www.dharitri.com/wp-content/uploads/2024/07/14-7.jpg)
ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ
ଭୁବନେଶ୍ୱର, ୨୭।୭: ଦେଶର ପ୍ରମୁଖ ଶିଳ୍ପ ସଂଘ ଆସୋସିଏଟେଡ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ଆସୋଚାମ୍) ପକ୍ଷରୁ ଓଡ଼ିଶା ସିଏସ୍ଆର୍ ଏବଂ...
![](https://www.dharitri.com/wp-content/uploads/2024/07/13-7.jpg)
ଓଜିଏସ୍ରେ ଟ୍ରାନ୍ସଫର୍ମେଟିଭ୍ ମାଷ୍ଟରକ୍ଲାସ୍
ଭୁବନେଶ୍ୱର, ୨୭।୭: ଓଡିଏମ୍ ଗ୍ଲୋବାଲ ସ୍କୁଲ୍ (ଓଜିଏସ୍)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ‘ ଟ୍ରାନ୍ସଫର୍ମେଟିଭ୍ ମାଷ୍ଟରକ୍ଲାସ୍’ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ...
![](https://www.dharitri.com/wp-content/uploads/2024/07/11-27.jpg)
ଅକ୍ଟୋବର ୧୯ରୁ ଆନ୍ଥେ ୨୦୨୪ର ଶୁଭାରମ୍ଭ
ଭୁବନେଶ୍ୱର, ୨୭।୭: ଆକାଶ ଏଜୁକେଶନାଲ ସର୍ଭିସେସ୍ ଲିମିଟେଡ୍ (ଏଇଏସ୍ଏଲ୍)ର ବହୁ ପ୍ରତୀକ୍ଷିତ ସ୍କଲାରଶିପ ପରୀକ୍ଷା ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଡ୍ ଏକ୍ଜାମ ବା ଆନ୍ଥେ-୨୦୨୪’ସଂସ୍କରଣର ଶୁଭାରମ୍ଭ...
![](https://www.dharitri.com/wp-content/uploads/2024/07/10-17.jpg)
ଶେଷଦିନରେ ୭ ଲକ୍ଷ କୋଟି ଯୋଡ଼ିଲେ ନିବେଶକ
ନୂଆଦିଲ୍ଲୀ,୨୭।୭: କ୍ରମାଗତ ଭାବେ ହ୍ରାସ ପାଉଥିବା ଘରୋଇ ଶେୟାର ବଜାର ଚଳିତ ସପ୍ତାହ କାର୍ଯ୍ୟ ଦିବସର ଶେଷ ଦିନରେ ନିବେଶକ ୭ ଲକ୍ଷ କୋଟି ଟଙ୍କାରୁ...
![](https://www.dharitri.com/wp-content/uploads/2024/07/WhatsApp-Image-2024-07-26-at-4.46.15-PM.jpeg)
BSNLର ୩୩୬ ଦିନିଆ ପ୍ଲାନ୍, ଫେଲ୍ ମାରିବେ ଜିଓ, ଏୟାରଟେଲ୍
ନୂଆଦିଲ୍ଲୀ,୨୬।୦୭: ଖୁବ୍ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍ଏନ୍ଏଲ୍ । ପ୍ରାଇଭେଟ୍ ଟେଲିକମ୍ କମ୍ପାନୀମାନଙ୍କୁ ଟକ୍କର ଦେବା...
![](https://www.dharitri.com/wp-content/uploads/2024/07/WhatsApp-Image-2024-07-26-at-3.10.23-PM.jpeg)
ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’
ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...
Archives
![Why Dharitri](https://www.dharitri.com/wp-content/themes/dharitri/images/1.jpeg)