ହୋଣ୍ଡାର ନୂଆ ବିଏସ୍‌-୬ ଟୁହ୍ବିଲର୍ସ ଏସ୍‌ପି ୧୨୫

ଭୁବନେଶ୍ୱର,୧୫-୧୧: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ ବିଏସ୍‌ -୬ ମୋଟର ସାଇକେଲ ଏସ୍‌ପି ୧୨୫ ବଜାରକୁ ଆସିଛି। ଏହାକୁ କମ୍ପାନୀ ଆକର୍ଷଣୀୟ କରି ପ୍ରସ୍ତୁତ କରିଛି। ଏହା ଡ୍ରମ ଏବଂ ଡିସ୍କ ଆଦି ୨ଟି ବର୍ଗରେ ଉପଲବ୍ଧ। ମଡେଲଟିରେ ଗ୍ରାହକଙ୍କୁ ୬ ବର୍ଷର ଓ୍ବାରେଣ୍ଟି ପ୍ରଦାନ କରାଯାଉଛି। ବିଏସ୍‌ -୬ ଆକ୍ଟିଭା ୧୨୫ ମଡେଲଟିକୁ ଗ୍ରାହକ ବେଶ ଭଲ ପାଇବା ଦେଇଛନ୍ତି। ଏହି ଧାରାକୁ ଆଗକୁ ବଢାଇ ନୂଆ ଏସ୍‌ପି ୧୨୫ ବାଇକ୍‌ ବଜାରକୁ ଛାଡିଥିବା କମ୍ପାନୀର ସିିଇଓ ମିନୋରା କାଟୋ କହିଛନ୍ତି। ଗ୍ରାହକଙ୍କୁ ଏକ ଉନ୍ନତ ଯାନ ଯୋଗାଣ ଦିିଗରେ ହୋଣ୍ଡା ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି। ମଡେଲଟିରେ ପ୍ରଯୁକ୍ତିକୁ ବୃଦ୍ଧି କରାଯାଇଛି। ଏହାର ଚାଳନା ଦକ୍ଷତା ବେଶ ଉନ୍ନତି ହୋଇଥିବା ସେଲ୍‌ସ ମାର୍କେଟିଂ ଉପସଭାପତି ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି। ଏଥିରେ ଇନ୍ଧନ ଦକ୍ଷତା ୧୬% ଅଧିକ ରହିଛି। ଇଞ୍ଜିନ ଷ୍ଟାର୍ଟ, ଷ୍ଟପ ସ୍ବିଚ, ଏଲ୍‌ଇଡି ଡିସି ହେଡଲ୍ୟାମ୍ପ, ଇଣ୍ଟିଗ୍ରେଟେଡ ହେଡ ଲ୍ୟାମ୍ପ, ବିଏମ୍‌ ଏଣ୍ଡ ପାସିଂ ସ୍ବିଚ, ୫ ସ୍ପିଡ ଟ୍ରାନ୍ସମିଶନ, ସମ୍ପୂର୍ଣ୍ଣ ଡିଜିଟାଲ ମିଟର ଏଥିରେ ଗ୍ରାହକ ଲାଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାୟ ହେବ ଟିକସ: କ୍ଷତି ଦର୍ଶାଇ ଠକୁଛନ୍ତି ୨.୫ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୧୪-୬: ଦେଶର ଅର୍ଥନୀତିକୁ ଗତିଶୀଳ କରିବା ଲକ୍ଷ୍ୟରେ ମୋଦି ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବିମୁଦ୍ରୀକରଣ ପରେ ଭୂତ କମ୍ପାନୀଙ୍କୁ ବନ୍ଦ...

୧୬ ଶହ କମ୍ପାନୀ ପାଇଛନ୍ତି ଚାଇନା ଏଫ୍‌ଡିଆଇ

ନୂଆଦିଲ୍ଲୀ,୧୬।୯: ଘରୋଇ ବଜାରର ପ୍ରାୟ ୧୬ରୁ ଊର୍ଦ୍ଧ୍ୱ କମ୍ପାନୀ ଚାଇନାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ(ଏଫ୍‌ଡିଆଇ) ଲାଭ କରିଛନ୍ତି। ୨୦୧୬ ଏପ୍ରିଲରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଏହି...

ଅଧିକ ୧ କୋଟିଙ୍କୁ ମାଗଣା ଏଲ୍‌ପିଜି ସଂଯୋଗ

ନୂଆଦିଲ୍ଲୀ: ଆଗାମୀ ୨ ବର୍ଷରେ ଆଉ ୧ କୋଟି ଲୋକଙ୍କୁ ମାଗଣା ଏଲ୍‌ପିଜି ସଂଯୋଗ ଦେବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଲୋକଙ୍କୁ ସହଜରେ...

୧୩ ଯାଏ ମୋରାଟୋରିୟମ ମାମଲା ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଋଣ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୧୩ ଯାଏ ସ୍ଥଗିତ ରଖିଛନ୍ତି। ସୋମବାର ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରିଜର୍ଭ...

ଶ୍ରମ ଆଇନରେ ପରିବର୍ତ୍ତନ : ଘଣ୍ଟାକୁ ଶହେ ବର୍ଷ ପଛକୁ ଘୁଞ୍ଚାଇଦେବ

ନୂଆଦିଲ୍ଲୀ,୨୧ା୫: କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ସ୍ବେଚ୍ଛାଚାରୀ ପଦକ୍ଷେପ ଏବଂ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନର ପ୍ରତିବାଦରେ ୧୦...

ଏଟିଏମ୍‌ରୁ ବାହାରୁଛି ଅଧିକ ୫୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ, ୨୭-୨: ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ଗୁଡିକରୁ ଏବେ ୨୦୦୦ ଟଙ୍କିଆ ନୋଟ ତୁଳନାରେ ଅଧିକ ୫୦୦ ଟଙ୍କିଆ ନୋଟ ବାହାରୁ ଥିବା ନଜରକୁ ଆସୁଛି। ୨୦୦୦...

ବ୍ୟାଙ୍କ ଅଫ୍‌ ବରୋଦାର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩-୭: ବ୍ୟାଙ୍କ ଅଫ୍‌ ବରୋଦା ଆସେଟ ରିକଭରି ମ୍ୟାନେଜମେଣ୍ଟ ଶାଖା ପକ୍ଷରୁ ୧୧୨ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ପ୍ରବନ୍ଧକ...

ବେତନ ହ୍ରାସ କରିପାରେ ଟାଟା ଗ୍ରୁପ୍‌

ମୁମ୍ବାଇ,୧୨।୫- ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଗ୍ରୁପ୍‌ ଅଫ କମ୍ପାନିଜ୍‌ ଏହାର କର୍ମଚାରୀଙ୍କ ବେତନ ହ୍ରାସ ବିଚାର କରୁଛି ା ଗତ ୩ମାସ ହେଲା ଏହି...

Advertisement
Archives

Model This Week