ହୋଟେଲରୁ ସେକ୍ସ ର଼୍ୟାକେଟ ଠାବ: ୨ ଦଲାଲ ସହ ହୋଟେଲ ମ୍ୟାନେଜର ଗିରଫ, ଅନଲାଇନରେ ହେଉଥିଲା ବୁକିଂ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଖଣ୍ଡଗିରି ଥାନା ଏମ୍‌ସ ନଗରରେ ଥିବା ସନସିପ୍‌ ହୋଟେଲରେ ପୋଲିସ ଚଢାଉ କରି ଏକ ସେକ୍ସ ର଼୍ୟାକେଟ ଠାବ କରିଛି। ଚଢାଉ ସମୟରେ ପୋଲିସ ଉକ୍ତ ହୋଟେଲରୁ ୬ ଜଣ ବଙ୍ଗୀୟ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାେରେ ଉଦ୍ଧାର କରିବା ସହ ୨ ଜଣ ଦଲାଲ, ଜଣେ ଗ୍ରାହକ ଏବଂ ହୋଟେଲ ମ୍ୟାନେଜରଙ୍କୁ ଗିରଫ କରିଛି। ଦଲାଲ ୨ ଜଣ ହେଲେ ଏମ୍‌ଡି ନିହାର ଏବଂ ଏମ୍‌ଡି ସେହଓ୍ବାଜ୍‌। ସେହି ହୋଟେଲରୁ ପୋଲିସ କିଛି ଆପତ୍ତିଜନକ ସାମଗ୍ରୀ ଓ ଏକ କାର ଜବତ କରିଛି। ଉଦ୍ଧାର କରିଥିବା ଯୁବତୀମାନଙ୍କୁ ପ୍ରଥମେ ଡାକ୍ତରୀମାଇନା ପରେ ସର୍ଟଷ୍ଟେ ହୋମକ୍‌ୁ ପଠାଇଛି। ସୂଚନାଯୋଗ୍ୟ, ଏହି ସେକ୍ସ ର଼୍ୟାକେଟ ଅନଲାଇନ ମାଧ୍ୟମରେ ଚାଲିଥିବା ଜଣାପଡିଛି। ଓଡ଼ିଶାର ମୁନ୍ନା ବୋଲି ଜଣେ ଦଲାଲ ବଙ୍ଗୀୟ ଯୁବତୀମାନଙ୍କୁ ଭୁବନେଶ୍ୱର ଆଣି ହୋଟେଲରେ ରଖି ଦେହ ବ୍ୟବସାୟ ଚଳାଉଥିଲେ। ଯୁବତୀମାନେ ପ୍ରତିଦିନ ୭ ହଜାର ଟଙ୍କା ନେଉଥିଲେ ଏବଂ କାରରେ ଗ୍ରାହକଙ୍କ ପାଖକୁ ଯାଉଥିଲେ। ଏହିଭଳି ୩ ଦିନ ତଳେ ଦଲାଲ ଏମ୍‌ସ ନଗରରେ ଥିବା ସନସିପ୍‌ ହୋଟେଲର ଦୁଇଟି ରୁମ୍‌ ବୁକ୍‌ କରିଥିଲେ। ସେଠାକୁ ଜଣେ ଗ୍ରାହକ ଯାଇଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ହୋଟେଲ ଉପରେ ଚଢାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟାନରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ ଛକସ୍ଥିତ ଏକ ଘରୋଇ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ ନେଇଛି। ପରିବାର ଲୋକେ...

ଧରାପଡ଼ିଲା ଦୁଇ ଲୁଟେରା ଗ୍ୟାଙ୍ଗ୍‌, ୮ ଗିରଫ

ଭୁବନେଶ୍ୱର,୪। ୮(ବ୍ୟୁରୋ):  କମିଶନରେଟ ପୋଲିସର ନିଦ ହଜାଇଥିବା ଦୁଇ ଲୁଟେରା ଗ୍ୟାଙ୍ଗ୍‌ ଧରାପଡିଛି। ଏଥିସହ ୮ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୭୦ ମୋବାଇଲ ଫୋନ୍‌,...

ମହିଳାଙ୍କ ବେକ କାଟିଦେଲେ ଦୁର୍ବୃତ୍ତ : ଭୟଭୀତ ଅବସ୍ଥାରେ ସହରବାସୀ

କଟକ ଅଫିସ,୨୯।୭: କଟକରେ ୩ ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ପୋଲିସ। ଏପରିସ୍ଥଳେ ରବିବାର ରାତିରେ କଟକରେ...

୨୯ ତାରିଖ ମଧ୍ୟରେ ବାତିଲ ହେବ ଏକାଧିକ ଟ୍ରେନ୍‌

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଲାଗି ଛଅ ପାସେଞ୍ଜର ଟ୍ରେନ ଓ ଦୁଇ ଏକ୍ସପ୍ରେସ...

ଶତାଧିକ ଅଦିବାସୀଙ୍କ ନାମରେ ବ୍ୟାଙ୍କରୁ ଋଣ ଠକେଇ

ମାଲକାନଗିରି,୩ା୩ (ଡି.ଏନ.ଏ.) ମାଲକାନଗିରି ଜିଲାରେ ଦିନକୁ ଦିନ ଠକ ଏବଂ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସେମାନେ ଜିଲାର ଆଦିବାସୀଙ୍କୁ ଟର୍ଗେଟ୍‌ କରୁଛନ୍ତି। ନିରୀହ ସରଳ...

ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଏଡିଏମ୍‌ଓ, ତହସିଲଦାରଙ୍କ ହସ୍ତକ୍ଷେପ ପରେ ହଟିଲା ଧାରଣା

କର୍ଲାମୁଣ୍ଡା, ୨୧।୮(ଡି.ଏନ.ଏ.) : କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜନୈକା ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ପଞ୍ଚାୟତ ପ୍ରତିନିଧି ଓ...

ଲୁଟେରା ଗ୍ୟାଙ୍ଗ୍‌କୁ କାବୁକଲା ପୋଲିସ

ଅନୁଗୋଳ ଅଫିସ, ୨୧।୪ ଅନୁଗୋଳ ସହର ହେମସୁରପଡ଼ା ଦୁର୍ଗା ମଣ୍ଡପ ପଛରେ ଲୁଟ୍‌ ଯୋଜନା ଚାଲିଥିବାବେଳେ ଅନୁଗୋଳ ପୋଲିସ ଚଢ଼ାଉ କରି ଗ୍ୟାଙ୍ଗର ସର୍ଦ୍ଦାର ଛେଳିଆପଡ଼ାର...

ଗ୍ରାମାଞ୍ଚଳରେ ସଚେତନତା ଜୋର୍‌ଦାର କରିବାକୁ ପରାମର୍ଶ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଜୋର୍‌ଦାର ପ୍ରୟାସ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ସରକାରୀ ଏବଂ ଘରୋଇ ସଂସ୍ଥା ମଧ୍ୟ...

Coronavirus Update


Archives

Model This Week

Why Dharitri