ହୋଇପାରୁନି ବନ୍ୟା ପାଣି ନିଷ୍କାସନ: ୧୦୦ ପରିବାର ଜଳବନ୍ଦୀ

ବସ୍ତା, ୨୮।୮(ସ୍ବ.ପ୍ର.) – ଗତ କିଛି ଦିନ ଧରି ଉପରମୁଣ୍ଡରେ ଏବଂ ସ୍ଥାନୀୟ ଅଞ୍ଚଳରେ ବର୍ଷା ଯୋଗୁ ବସ୍ତା ବ୍ଲକ ଦେଇ ପ୍ରବାହିତ ନଦୀ ଜଳକା ବିପଦ ସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ମଥାନୀଠାରେ ନଦୀର ଜଳସ୍ତର ୫.୫୦ ମିଟର ଥିବାବେଳେ ମଙ୍ଗଳବାର ସନ୍ଧ୍ୟା ୭ଟାରେ ଏହି ନଦୀ ୬.୩୮ ମିଟରରେ ପ୍ରବାହିତ ହେଉଛି।
ନଦୀର ଜଳସ୍ତର କ୍ରମଶଃ ହ୍ରାସ ପାଉଥିବା ଜଳସେଚନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଜଳସ୍ତର ବୃଦ୍ଧି ଯୋଗୁ ନଦୀ ପାର୍ଶ୍ୱ କିଛି ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ବନ୍ୟା ପ୍ରଭାବରେ ସେଭଳି କିଛି କ୍ଷୟକ୍ଷତି ହୋଇନାହିଁ। ବନ୍ୟା ଓ ବର୍ଷା ପାଣି ନିଷ୍କାସନରେ ବାଧା ଉପୁଜିବା ଯୋଗୁ ବସ୍ତା ବ୍ଲକ ମଥାନୀ ପଞ୍ଚାୟତର ସାନଖୁଡ଼ି ଗ୍ରାମ ପାର୍ଶ୍ୱରେ ଥିବା ୧୦୦ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ମଥାନୀ ପଞ୍ଚାୟତର ଏହି ପରିବାର ୩ ନଂ ଓ ୪ନଂ ୱାର୍ଡ଼ ମଧ୍ୟରେ ରହୁଛନ୍ତି। ଏହି ଲୋକମାନେ ଜଳ ଘେରରେ ରହିଥିବା ଖବର ପାଇ ବସ୍ତା ତହସିଲଦାର ନରେନ୍ଦ୍ର ଖମାରୀ ଲୋକଙ୍କ ପାଖରେ ପହଞ୍ଚତ୍ ସେମାନଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ। ମଙ୍ଗଳବାର ବାଲେଶ୍ୱର ଉପଜିଲାପାଳ ନୀଲୁ ମହାପାତ୍ର, ତହସିଲଦାର ନରେନ୍ଦ୍ର ଖମାରୀ, ବସ୍ତା ବିଡିଓ କୁକୁମୀନା ଦାସଙ୍କ ସମେତ ଡ୍ରେନେଜ, ଇରିଗେସନ, ପୂର୍ତ୍ତ ବିଭାଗ, ରାଜପଥ ଅଧିକାରୀ ସେଠାରେ ପହଞ୍ଚତ୍ ସ୍ଥିତି ପରଖିବା ସହ ଏହି ସମସ୍ୟାକୁ ଦୂରୀଭୁତ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। ବାରମ୍ବାର ଏଭଳି ସମସ୍ୟା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରଶାସନ ଏହି ଜଳବନ୍ଦୀଙ୍କ ଉପରେ ସର୍ତକ ଦୃଷ୍ଟି ରଖିଥିବା ନରେନ୍ଦ୍ର ଖମାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସୁନାହାନ୍ତି ଗ୍ରାମ୍ୟ କୃଷି କର୍ମଚାରୀ

ରଘୁନାଥପୁର,୧୩।୭(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏପରିକି ତୃଣମୂଳସ୍ତରରେ ଥିବା ଚାଷୀଙ୍କ କୃଷି ସମ୍ପର୍କିତ...

ରାଜ୍ୟରେ ପ୍ରଥମ: ଟ୍ରକ ଧକ୍କାରେ ୩ହାତୀଙ୍କ ମୃତ୍ୟୁ

ଢେଙ୍କିକୋଟ/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଉପରଡିହା ଗ୍ରାମପଞ୍ଚାୟତର ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଲୁହାପଥର ବୋଝେଇ ଟ୍ରକ...

ମରୁଡ଼ି ଘୋଷଣା ଦାବି

ଛତ୍ରପୁର,୧୬। ୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ୭୮ ପ୍ରତିଶତ ଜମିରେ ତଳି ନଷ୍ଟ ହୋଇଯାଇଥିବାରୁ ପ୍ରଶାସନ ତୁରନ୍ତ ମରୁଡ଼ି ଘୋଷଣା କରିବା ସହ ଫସଲ ବୀମା ଋଣ...

ତରକାରି ଅଲଣା ହେବାରୁ ପିଟିଲେ ସ୍ବାମୀ, ଖଟିଆରେ ବୁହାହେଲେ ଗୁରୁତର ମହିଳା

ଫିରିଙ୍ଗିଆ,୨୩ା୧୦- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପଞ୍ଚାୟତ ମୁଣ୍ଡାମାସ୍କା ଗ୍ରାମରେ ସ୍ବାମୀଙ୍କଠାରୁ ମାଡ଼ ଖାଇ ଗୁରୁତର ହୋଇଥିବା ଜଣେ ମହିଳାଙ୍କୁ ଖଟିଆରେ ବୁହାଯାଇ ଡାକ୍ତରଖାନାକୁ...

ବିଧାନସଭାରେ ବିଜୁ ଜୟନ୍ତୀ

ଭୁବନେଶ୍ୱର, ୬ା୩(ବ୍ୟୁରୋ): ଓଡ଼ିଶା ବିଧାନସଭା ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ...

ଗଛ ତଳେ, ବାରଣ୍ଡାରେ ପଢ଼ିଲେ ପିଲା

ଖୋର୍ଦ୍ଧା ଅଫିସ/ନିରାକାରପୁର, ୩।୪(ଡି.ଏନ୍‌.ଏ.)କରୋନା ସଂକ୍ରମଣ ନିୟନ୍ତ୍ରଣ ପରେ ବିଦ୍ୟାଳୟ ଖୋଲିଥିବା ବେଳେ ଅବ୍ୟବସ୍ଥା ଦେଖାଦେଇଛି। ସ୍କୁଲ ମିଶ୍ରଣକୁ ବିରୋଧ କରି ଗୋଟିଏ ସ୍କୁଲର ଛାତ୍ରୀଛାତ୍ର ଏକ...

ଅନ୍ତର୍ଜାତୀୟ ରେଡିିଓ ମେଳା ଆରମ୍ଭ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବିଶ୍ୱ ରେଡିଓ ଦିବସ ଅବସରରେ ଆଉଟ୍‌ରିଚ୍‌ ପକ୍ଷରୁ ୬ଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳା ଗୁରୁବାର ଭଞ୍ଜକଳା ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ଓ...

ଏଥର ଲଣ୍ଡନର ଐତିହାସିକ ମ୍ୟୁଜିୟମ୍‌

ବାରିପଦା ଅଫିସ,୩୦ା୯: ପୂଜାପାର୍ବଣ ସମୟରେ ବିଭିନ୍ନ ରାଜ୍ୟ ଓ ବିଦେଶର କଳାକୃତି ତୋରଣ ମାଧ୍ୟମରେ ଦେଖିବାକୁ ମିଳିଥାଏ। ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ତୁଳସୀ ଚଉରା ପୂଜା...

Advertisement
Archives

Model This Week