ହେଲିକପ୍ଟର ଦୁର୍ଘଟଣାରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ମୃତ

କାଲିଫର୍ଣ୍ଣିଆ,୨୭।୧: ଆମେରିକାର କାଲିଫର୍ଣ୍ଣିଆ ସହରରେ ଏକ ବଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ(୪୧) ଓ ତାଙ୍କର ୧୩ ବର୍ଷୀୟ ଝିଅ ଅଛନ୍ତି। ସ୍ଥାନୀୟ ସମୟ ସକାଳ ୧୦ଟାବେଳେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୂଚନାଯୋଗ୍ୟ, ବ୍ରାଏଣ୍ଟ ତାଙ୍କ ଝିଅ ଜିଆନାଙ୍କ ସହ ଏହି ହେଲିକପ୍ଟରରେ ଯାତ୍ରା କରୁଥିଲେ। ହେଲିକପ୍ଟରଟି କାଲାବାସାସସ୍ଥିତ ଏକ ପାହାଡରେ ପିଟି ହୋଇଯିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରିଛନ୍ତି। ବ୍ରାଏଣ୍ଟ ଏକ ଅପ୍ରତିଦ୍ୱନ୍ଦ୍ୱୀ ଖେଳାଳି ଥିଲେ। ସେ ୫ ଥର ଏନବିଏ ଚାମ୍ପିଅନ ହୋଇଥିବାବେଳେ ୨ ଥର ଅଲିମ୍ପିକ ଗୋଲ୍ଡ ମେଡାଲ ଜିତିଥିଲେ। ଏହାସହ ୫ଟି ଚାମ୍ପିୟନଶିପ୍‌ ନିଜ ନାମରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେସଲିଂ ବିଶ୍ୱ ଚାମ୍ପିୟନଶିପ୍‌ : ଭାରତୀୟଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି

ନୁର-ସୁଲତାନ(କାଜାଖସ୍ଥାନ),୧୫।୯(ପି.ଟି.)- ଏଠାରେ ଚାଲିଥିବା ରେସଲିଂ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତୀୟ ରେସଲର ମାନେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ରବିବାର ଭାରତୀୟ ଗ୍ରୀକୋ- ରୋମାନ ରେସଲରଙ୍କ ନୈରାଶ୍ୟଜନକ...

ସୌଦି ଆରବରୁ ଆସିଲା ବର୍ଷର ପ୍ରଥମ ଦୁଃଖଦ ଖବର: କୋମାକୁ ଚାଲିଗଲେ ଜଣାଶୁଣା ଭାରତୀୟ ବାଇକ୍‌ ରାଇଡର

ନୂଆଦିଲ୍ଲୀ,୭।୧- ଜଣାଶୁଣା ଭାରତୀୟ ମୋଟରସାଇକେଲ ରେସର ସି. ଏସ୍‌. ସନ୍ତୋଷ ସୌଦି ଆରବରେ ଚାଲିଥିବା ଡାକରା ରାଲିରେ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏୟାରଲିଫ୍ଟ ଯୋଗେ...

ଅବସର ନିଷ୍ପତ୍ତି

ଦୀର୍ଘ ୧୯ ବର୍ଷର କ୍ୟାରିୟରରେ ଡେଭିଡ ଭିଲା ସ୍ପେନ୍‌ ପାଇଁ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ...

ଟ୍ରେନିଂକୁ ଫେରିବେ ଆବିଦ୍‌ ଅଲି

ଡର୍ବି, ୨୦ା୧ (ପି.ଟି.)-ଓପନିଂ ବ୍ୟାଟ୍ସମ୍ୟାନ ଆବିଦ ଅଲି ବୁଧବାର ଟ୍ରେନିଂକୁ ଫେରିବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୂଚନା ଦେଇଛି। ଏଠାରେ ରବିବାର ଇଣ୍ଟ୍ରା-ସ୍କ୍ବାଡ୍‌...

ମାସ୍କ ନ ପିନ୍ଧିଲେ କରୋନାରେ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ: ଆମେରିକା

ଓ୍ବାଶିଂଟନ,୫।୯: କରୋନା ସଂକ୍ରମଣ ଆମେରିକାର ସ୍ଥିତିକୁ ବିଗାଡିବାରେ ଲାଗିଛି। ଏବେ ଆମେରିକାର ଡାଟା ବିଶ୍ଳେଷଣର କେତେଜଣ ବିଶେଷଜ୍ଞ କହିଛନ୍ତି ଯଦି ଆମେରିକାରେ ଲୋକ ମାସ୍କ ନ...

ସୂର୍ଯ୍ୟକୁମାର ବର୍ଷର ସର୍ବଶ୍ରେଷ୍ଠ ଟି-୨୦ କ୍ରିକେଟର୍‌

ନୂଆଦିଲ୍ଲୀ,୨୫।୧: ଭାରତର ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସି ଦ୍ୱାରା ୨୦୨୨ ବର୍ଷର ଶ୍ରେଷ୍ଠ ଟି -୨୦ ପୁରୁଷ କ୍ରିକେଟର ଭାବେ ମନୋନୀତ କରାଯାଇଛି। ଅଷ୍ଟ୍ରେଲିଆର...

ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ବଢ଼ାଇବୁ

ନୂଆଦିଲ୍ଲୀ,୭।୬: ଭାରତ ବିରୋଧରେ ଆମେରିକାର ଟାରିଫ୍‌ ଯୁଦ୍ଧକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁଣିଥରେ ବଢ଼ାଇଛନ୍ତି। ଭାରତରୁ ଆମେରିକା ଆମଦାନୀ କରୁଥିତ୍ବା ଚିଙ୍ଗୁଡ଼ି, ବାସମତି ଚାଉଳଠାରୁ ଆରମ୍ଭ...

ଭାରତ-ଚାଇନା ମଧ୍ୟରେ ସମ୍ପର୍କ ଖରାପ କରୁଛି ନାଟୋ: ରୁଷିଆ ବୈଦେଶିକ ମନ୍ତ୍ରୀ

ମସ୍କୋ,୧୯।୧: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ ଗୁରୁବାର ନାଟୋ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଭାରତ...

Advertisement
Archives

Model This Week