ହେଲିକପ୍ଟର ଦୁର୍ଘଟଣାରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ମୃତ

କାଲିଫର୍ଣ୍ଣିଆ,୨୭।୧: ଆମେରିକାର କାଲିଫର୍ଣ୍ଣିଆ ସହରରେ ଏକ ବଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ(୪୧) ଓ ତାଙ୍କର ୧୩ ବର୍ଷୀୟ ଝିଅ ଅଛନ୍ତି। ସ୍ଥାନୀୟ ସମୟ ସକାଳ ୧୦ଟାବେଳେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୂଚନାଯୋଗ୍ୟ, ବ୍ରାଏଣ୍ଟ ତାଙ୍କ ଝିଅ ଜିଆନାଙ୍କ ସହ ଏହି ହେଲିକପ୍ଟରରେ ଯାତ୍ରା କରୁଥିଲେ। ହେଲିକପ୍ଟରଟି କାଲାବାସାସସ୍ଥିତ ଏକ ପାହାଡରେ ପିଟି ହୋଇଯିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରିଛନ୍ତି। ବ୍ରାଏଣ୍ଟ ଏକ ଅପ୍ରତିଦ୍ୱନ୍ଦ୍ୱୀ ଖେଳାଳି ଥିଲେ। ସେ ୫ ଥର ଏନବିଏ ଚାମ୍ପିଅନ ହୋଇଥିବାବେଳେ ୨ ଥର ଅଲିମ୍ପିକ ଗୋଲ୍ଡ ମେଡାଲ ଜିତିଥିଲେ। ଏହାସହ ୫ଟି ଚାମ୍ପିୟନଶିପ୍‌ ନିଜ ନାମରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇଜୁ ମାଲିକଙ୍କୁ ବଡ଼ ଝଟ୍‌କା: ୬ ମାସ ଜେଲ୍‌, ଏହାସହ…

ନୂଆଦିଲ୍ଲୀ,୨୭।୫: ଭାରତର ସବୁଠାରୁ ହାଇ-ପ୍ରୋଫାଇଲ ଷ୍ଟାର୍ଟଅପ ମଧ୍ୟରେ ଗଣିତ ଏଡଟେକ କମ୍ପାନୀ ବାଇଜୁର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନ ଫସିଯାଇଛନ୍ତି। ସିଙ୍ଗାପୁରର ଏକ କୋର୍ଟରେ ରବିନ୍ଦ୍ରନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ, ଟଙ୍କା ଜବତ କରି…

ସୁନ୍ଦରଗଡ଼,୨୭ା୫(ଜୟ ନାରାୟଣ ମେଣ୍ଡୁଳି): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ। ଜଣେ ଠିକାଦାରଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାଥିବା ବେଳେ ଜିଲା ସ୍ବାସ୍ଥ୍ୟ…

ଭିଜିଲାନ୍ସ ଜାଲରେ ACSO, ଲାଞ୍ଚ ନେବାବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO)।  ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି।…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ବ୍ୟବସାୟୀଙ୍କ ଦୋକାନରୁ ୪୩ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ, ଅତର୍କିତ ଚଢାଉ କରି ପୋଲିସ…

ମହାକାଳପଡ଼ା, ୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା କଣ୍ଟିଲୋ ଓ ପୂର୍ବ ସୁନୀତି ଗ୍ରାମରେ ଦୁଇ ବ୍ୟବସାୟୀଙ୍କ ଦୋକାନ ଗୃହରୁ…

୧୦ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା ଘଟଣାର ପ୍ରେସମିଟ୍‌ କରୁଥିବାବେଳେ ହସି ହସି ଗଡ଼ିଲେ ୩ IPS: ଭିଡିଓ ଭାଇରାଲ ପରେ…

କୋଏମ୍ବାଟୁର,୨୭।୫: ତାମିଲନାଡୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ନୃଶଂସ ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ବିଜୟ ସରକାର…

ଆମ୍ବ ଗୋଟାଇବାକୁ ଯାଇଥିଲେ ଗୁରୁବାରୀ: ଆକ୍ରମଣ କଲା ହାତୀ: ଆଉ ତା’ପରେ…

ତିଗିରିଆ,୨୭।୫(ଜାଫର ଖାଁ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ବଡଭେଜିଆ ଆମ୍ବ ତୋଟାରୁ ବୁଧବାର ସକାଳେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ଗୋକର୍ଣ୍ଣଖାଲ ଗ୍ରାମର…

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି:ଏହି ଦିନ ହେବ ଭୋଟିଂ

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି ଛାଡ଼ି ଭାଜପାରେ ଦେଇଥିବା ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri