ହୃଦୟ ଜିତିଲେ କେଜରିଓ୍ବାଲଙ୍କ ଫ୍ୟାନ୍‌ କୁନି ‘ମଫଲରମ୍ୟାନ’

ନୂଆଦିଲ୍ଲୀ,୧୧।୨: ଗୋଟିଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ପଥେ ଅଗ୍ରସର ହେଉଥିବା ବେଳେ ଅନ୍ୟପଟେ ସୋସିଆଲ ମିଡିଆରେ ଝଡ ବେଗରେ ଭାଇରାଲ ହେଉଛି କୁନି ‘ମଫଲରମ୍ୟାନ’ଙ୍କ ଫଟୋ। ଏଏପି ତା’ର ଟୁଇଟରେ ଏହି କୁନି ‘ମଫଲରମ୍ୟାନ’ଙ୍କ ଫଟୋ ଶେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି। ଏବେ ଯଦିଓ କେଜରିଓ୍ବାଲଙ୍କ ପୁରୁଣା ମଫଲର ପିନ୍ଧା ଚେହେରା ଦେଖିବାକୁ ମିଳୁନାହିଁ। କିନ୍ତୁ ତାଙ୍କର ସେହି ପୁରୁଣା ଗେଟ୍‌ଅପ୍‌ରେ ଆସିଥିବା କୁନି ପିଲାଟିର ଫଟୋ ଏବେ ଭାଇରାଲ ହୋଇଛି। ମଙ୍ଗଳବାର ଭୋଟ ଗଣତି ପୂର୍ବରୁ ଏହି ଶିଶୁଟି କେଜରିଓ୍ବାଲଙ୍କ ଭଳି ଶୀତ ପୋଷାକ ଓ ଦଳୀୟ ଟୋପି ସହ ମଫଲର ପିନ୍ଧି ଏଏପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଖୁସି ବି ହୋଇଥିଲେ। ଏହାପରେ ପିଲାଟିର ଫଟୋ ଏଏପି ତା’ର ଟୁଇଟରରେ ଅପଲୋଡ କରିଥିଲା। ଆଉ ମାତ୍ର ୪ ଘଣ୍ଟା ମଧ୍ୟରେ ଏହି ଫଟୋକୁ ପ୍ରାୟ ୧୫ ହଜାର ୨ ଶହ ଲାଇକ୍‌ ମିଳିଥିବା ବେଳେ ୨ହଜାର ଶହେ ଥର ଶେୟାର କରାଯିବା ସହ ୪୪୮ କମେଣ୍ଟ ଆସିଛି। କେହି କେହି ୟୁଜର୍ସ ପିଲାଟିକୁ ଭବିଷ୍ୟତର ମୁଖ୍ୟମନ୍ତ୍ରୀ ବୋଲି ମଧ୍ୟ କମେଣ୍ଟ ବକ୍ସରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ଭାଜପାର ରାଜ୍ୟ ଅଧ୍ୟକ୍ଷ

ଭୋପାଳ,୧୫।୨: ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେ.ପି. ନଡ୍ଡା କେତେକ ରାଜ୍ୟର ଅଧ୍ୟକ୍ଷଙ୍କୁ ବଦଳାଇଥିବା ଜଣାପଡ଼ିଛି। ଶନିବାର ରାକେଶ ସିଂହଙ୍କ ସ୍ଥାନରେ ବିଷ୍ଣୁ ଦତ୍ତ ଶର୍ମାଙ୍କୁ...

ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଜେଲ ଟୁରିଜିମ: ସାଧାରଣ ଜନତା ବିନା ଅପରାଧରେ ପାଇବେ ଜେଲ୍‌ର ଅନୁଭୁତି!

ମୁମ୍ବାଇ,୨୫ ।୧: ଜେଲ୍ ଯିବାକୁ ସମସ୍ତେ ସାଧରଣତଃ ନିଚ୍ଚ ଦୃଷ୍ଟିରେ ଦେଖିଥାଆନ୍ତି । ଆଉ ଯେଉଁମାନେ ଜେଲ୍ ଯାଆନ୍ତି ସେମାନଙ୍କୁ ସମାଜରେ ବଦନାମ ହେବାକୁ ପଡିଥାଏ...

ଟିକା ନେବା ପରେ ବି ୧୪ ଡାକ୍ତର କରୋନା ପଜିଟିଭ୍‌

ରୋହତକ,୧।୪: କରୋନାର ଦୋହରା ମାଡ଼ରେ ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ହରିୟାଣାରେ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ରୋହତକ ପିଜିଆଇଏମ୍‌ଏସ୍‌ ହସ୍ପିଟାଲରେ ୨୨...

ହେଲ୍‌ମେଟ ପିନ୍ଧି କାମ କଲେ ଡାକ୍ତର

ନୂଆଦିଲ୍ଲୀ,୧୪।୬: ପଶ୍ଚିମବଙ୍ଗରେ ଡାକ୍ତରମାନେ ଅନଶନ କରିବା ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ଏମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ...

ଚନ୍ଦ୍ରୟାନ-୩ ପାଇଁ ଆରମ୍ଭ ହେଲାଣି କାମ: କେ. ଶିବନ

ବେଙ୍ଗାଲୁରୁ,୨୨।୧: ଚନ୍ଦ୍ରୟାନ-୩ ପାଇଁ କାମ ଆରମ୍ଭ ହୋଇ ସାରିଛି। ଏହାର ନିର୍ମାଣରେ ବୈଜ୍ଞାନିକମାନେ ଉତ୍ସାହର ସହିତ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଇସ୍ରୋ ମୁଖ୍ୟ କେ.ଶିବନ...

ଛାତ୍ରୀଛାତ୍ରଙ୍କ ଶ୍ରେଷ୍ଠ ସହର ବେଙ୍ଗାଲୁରୁ

ଲଣ୍ଡନ, ୧ା୮(ପି.ଟି.): ଲଣ୍ଡନ କ୍ରମାଗତ ଭାବେ ଛାତ୍ରୀଛାତ୍ରଙ୍କ ଲାଗି ଦ୍ୱିତୀୟ ଥର ପାଇଁ ବିଶ୍ୱର ଶ୍ରେଷ୍ଠ ସହର ହେବାର ମାନ୍ୟତା ଲାଭ କରିଛି। ଏହା ପଛକୁ...

ଚାଇନା ଦେଶର ୩ ସ୍ଥାନରେ କରିଛି ଜବର ଦଖଲ, ସତ କୁହନ୍ତୁ ମୋଦି: ରାହୁଲ

ନୂଆଦିଲ୍ଲୀ,୨୬।୬: ଚାଇନା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ରାହୁଲ ସୋସିଆଲ ମିଡିଆରେ ଏକ ଭିଡିଓ...

ମୋଦିଙ୍କ ବିରୋଧରେ କିଛି ବି ଓଲଟା ସିଧା କୁହନ୍ତୁ ନାହିଁ: ତେଜସ୍ୱୀ

ପାଟନା,୧୦ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି । ଏକ୍‌ଜିଟ୍ ପୋଲ୍ ଅନୁଯାୟୀ ଏଥର ମହାମେଣ୍ଟର ନେତା ତଥା ଆର୍‌ଜେଡି ନେତା...

Advertisement
Archives

Model This Week