ହିରୋଶିମା ଦିବସରେ ଶାନ୍ତିର ବାର୍ତ୍ତା

ପୁରୀ ଅଫିସ, ୭ା୮: ‘ଇଣ୍ଟିଗ୍ରେଟର ଆସୋସିଏଶନ ଫର୍‌ ଦ ଫ୍ୟୁଚର ଅଫ୍‌ ହ୍ୟୁମାନିଟି’ (ଆଇଏଏଫ୍‌ଏଚ୍‌) ପକ୍ଷରୁ ସ୍ଥାନୀୟ ଷ୍ଟେଶନରୋଡ଼ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ମଙ୍ଗଳବାର ହିରୋଶିମା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ଅଧ୍ୟାପିକା ଅଳକାନନ୍ଦା ମିଶ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଶ୍ରୀମନ୍ଦିର ପ୍ରଶାସକ (ରାଜସ୍ବ) ମଧୁସୂଦନ ଦାସ ଯୋଗଦେଇ ଲାଲ୍‌ ବାହାଦୁର ଶାସ୍ତ୍ରୀ, ଆବ୍ରାହମ ଲିଙ୍କନ ପ୍ରମୁଖଙ୍କ ଉଦାହରଣ ଦେଇ ନିଷ୍ଠା ଓ ସେବା ମନୋଭାବ ରଖି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ସୁରେନ୍ଦ୍ର ମହାନ୍ତି ହିରୋଶିମା ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଅଗଷ୍ଟ ୬ରେ ହିରୋଶିମାରେ ହୋଇଥିବା ଆକ୍ରମଣ ବିଭୀଷିକାର କେତେ ଭୟାନକ ଥିଲା ତାହା ଶାନ୍ତି ପାର୍କରୁ ଜଣାପଡ଼େ। ମନୁଷ୍ୟ ନିଜ ଗର୍ବ ଅହଙ୍କାରକୁ ତ୍ୟାଗ କରି ସମାଜ କଲ୍ୟାଣ ଦିଗରେ ଆଗେଇଲେ ରାଷ୍ଟ୍ରର ବିକାଶ ସମ୍ଭବ ହେବ। ସମ୍ମାନିତ ଅତିଥି ଭାବେ ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ବିଜୟ ଦାସ ଯୋଗଦେଇ କହିଥିଲେ, ମନୁଷ୍ୟ ନିଜ ଭୋଗବିଳାସ ଲାଗି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି। ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ କବି ଶରତ ସାହୁ ଶାନ୍ତି ଉପରେ କବିତା ପାଠ କରିଥିଲେ। ଅନୁଷ୍ଠାନର ସହସମ୍ପାଦକ ହେକ୍ଟେର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦେବୀ ପ୍ରସନ୍ନ ନନ୍ଦ, ରବି ସାହୁ, ବ୍ୟୋମକେଶ ପ୍ରସାଦ, ବ୍ରହ୍ମାନନ୍ଦ ସାହୁ, ଟୁକୁନି ବଡଜେନା, ମାୟାଧର ମହାରଣା, ଅବିନାଶ ଜେନାଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ବୁଦ୍ଧପ୍ରେମୀ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ଶାନ୍ତିର କପୋତ ଉଡ଼ାଇଥିଲେ। ପରେ ବୁଦ୍ଧ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ଶାନ୍ତିର ବାର୍ତ୍ତା ଦେଇ ଜିଲା ସ୍କୁଲ ପର୍ଯ୍ୟନ୍ତ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Ketan Murder Case: ଏବେ ପୋଲିସକୁ ନୂଆ କାହାଣୀ ଶୁଣାଇଲେ ଅଭିଯୁକ୍ତ ସିୟା, ପୋଲିସ ଚକିତ

ନୂଆଦିଲ୍ଲୀ,୨୬।୬: ପୁଣେର କେତନ ଅଗ୍ରୱାଲ ହତ୍ୟାକାଣ୍ଡର ଅଭିଯୁକ୍ତ ବାନ୍ଧବୀ ସିୟା ଗୋୟଲ ଏବେ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ସିୟାକୁ ଏହି ମାମଲାକୁ ନେଇ ପଚରାଉଚରା ଜାରି…

ଭେନେଜୁଏଲା ଭୂମିକମ୍ପର ଭାରତ ଉପରେ କି ପ୍ରଭାବ ପଡ଼ିବ? ଅଶୋଧିତ ତୈଳ ଯୋଗାଣ ପାଇଁ ଦେଖାଦେଲାଣି ସଙ୍କଟ

କାରାକାସ,୨୬।୬: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ କେବଳ ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟାଇନାହିଁ ବରଂ ଭାରତର ଅଶୋଧିତ ତୈଳ ଯୋଗାଣ ସମ୍ପର୍କରେ ନୂତନ ଚିନ୍ତା ସୃଷ୍ଟି କରିଛି।…

ହର୍ମୁଜରେ ପୁଣି ଆକ୍ରମଣ, ଜାହାଜକୁ ଟାର୍ଗେଟ କଲା ଇରାନ, ଜାଣନ୍ତୁ କେଉଁ ଜାହାଜ ଉପରେ ହୋଇଛି ଆକ୍ରମଣ

ତେହରାନ,୨୬।୬: ଶାନ୍ତି ଚୁକ୍ତିନାମା ପରେ ହର୍ମୁଜ ପ୍ରଣାଳୀରେ ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ଇରାନ ଏକ ଜାହାଜକୁ ଟାର୍ଗେଟ କରି ଅଭିଯୋଗ କରିଛି ଯେ ଏହା…

ସାଧାରଣ ପାସ୍‌ପୋର୍ଟ ଫି’ ୨୫୦୦ ଟଙ୍କାକୁ ବୃଦ୍ଧି, ତତ୍କାଳ ପାଇଁ ଦେବାକୁ ପଡ଼ିବ ୫ ହଜାର

ନୂଆଦିଲ୍ଲୀ,୨୬ା୬(ପି.ଟି.): କେନ୍ଦ୍ର ସରକାର ଦେଶରେ ପାସ୍‌ପୋର୍ଟ ପ୍ରସ୍ତୁତି ଏବଂ ଏହାର ନବୀକରଣ (ରି-ଇସ୍ୟୁ) ଫି’ରେ ବଡ଼ଧରଣର ବୃଦ୍ଧି କରିଛନ୍ତି । ୧୯୮୦ ମସିହାର ‘ପାସ୍‌ପୋର୍ଟ ନିୟମାବଳୀ’ରେ ସଂଶୋଧନ…

କ୍ୟାନ୍‌ସର ଔଷଧ, ଟିକା, ଆଣ୍ଟିବାୟୋଟିକ୍‌ରେ ‘କ୍ୟୁଆର୍‌ କୋଡ୍‌’ ବାଧ୍ୟତାମୂଳକ, ଜୁଲାଇ ୧ରୁ ପ୍ରଥମ ପର୍ଯ୍ୟାୟ ନିୟମ ଲାଗୁ

ନୂଆଦିଲ୍ଲୀ,୨୬ା୬(ପି.ଟି.): ଦେଶରେ ନକଲି ଏବଂ ନିମ୍ନମାନର ଔଷଧର ବେଆଇନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍‌…

ହଠାତ୍‌ ନାବାଳିକାଙ୍କ ହେଲା ପ୍ରସବ ବେଦନା: ମେଡିକାଲ ନେବାରୁ…

ଫୁଲବାଣୀ,୨୬ା୬(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅଞ୍ଚଳରେ ଜଣେ ନାବାଳିକା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି I ୧୭ ବର୍ଷୀୟା ଏହି ନାବାଳିକା ଜଣକ ଭୁବନେଶ୍ୱର…

ଷ୍ଟାଣ୍ଡିଙ୍ଗ କମିଟି ଗଠନ କଲେ ବାଚସ୍ପତି: କେଉଁ ନେତାଙ୍କୁ କି ଦାୟିତ୍ୱ ମିଳିଲା, ଦେଖନ୍ତୁ ଲିଷ୍ଟ…

ଭୁବନେଶ୍ୱର,୨୬।୬: ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠନ କଲେ ବାଚସ୍ପତି। ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି।…

ମା’ଙ୍କୁ କାଠଫାଳିଆରେ ପିଟିପିଟି ଲହୁଲୁହାଣ କଲେ ପୁଅ: ଆଉ ତା’ପରେ ଘଟିଲା…

ଉଦଳା,୨୬।୬(ସନ୍ତୋଷ କୁମାର ବାଛିନି): ଜନ୍ମ କଲା ପୁଅ ସାଜିଲା ଅମଣିଷ। ଅତି ନିର୍ମମ ଭାବେ ମା’ଙ୍କୁ ବାଡେଇ ଲହୁଲୁହାଣ କଲେ ପୁଅ। ନିଶା ଖାଇ ଆସି କାଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri