ହିମାଚଳର ଏହି ୨ଟି ଜିଲାରେ ବଢ଼ିଲା ଲକ୍‌ଡାଉନ ଅବଧି

ସୋଲନ,୨୫।୫: ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶର ୨ଟି ଜିଲାରେ ଜୁନ ୩୦ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଛି। ଦେଶରେ ଏବେ ଲକ୍‌ଡାଉନ ୪.୦ ଜାରି ରହିଥିବା ବେଳେ ଏହା ମେ ୩୧ରେ ଶେଷ ହେବ। ତେବେ ଆଗକୁ ଏହି ଲକ୍‌ଡାଉନ ବୃଦ୍ଧି କରାଯିବ କି ନାହିଁ ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଅପରପକ୍ଷେ କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ହିମାଚଳ ପ୍ରଦେଶ ସରକାର ଜୁନ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୋମବାର ୨ଟି ଜିଲାର ଜିଲା ମାଜିଷ୍ଟ୍ରେଟ ହମିରପୁର ଓ ସୋଲନରେ ଏହି ଲକ୍‌ଡାଉନକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ୨ଟି ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ତେବେ ଏହି ଲକ୍‌ଡାଉନ ସମୟରେ ପୂର୍ବପରି କିଛି ନିୟମ ଓ କଟକଣା ଉପରେ କୋହଳ କରାଯାଇଛି। ସକାଳ ୮ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ କଟକଣା କୋହଳ ରହିବ। ଏଥିସହ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ ଗତିବିଧି ଉପରେ ପ୍ରତିବନ୍ଧକ ରହିବ। ଏହି ନିର୍ଦ୍ଦେଶ ଜୁନ ୩୦ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ ବୋଲି ଜିଲା ମାଜିଷ୍ଟ୍ରେଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ନଫିଲ୍ମ ମାମଲାରେ ଶିଳ୍ପାଙ୍କୁ ପଚରାଉଚୁରା

ମୁମ୍ବାଇ,୨୩।୭: ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ବିକ୍ରି ମାମଲାରେ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତି ସମ୍ପର୍କରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବୟାନ ରେକର୍ଡ କରିଛି...

ଶାହାଙ୍କ ସହ କଥା ହେଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୨(ବ୍ୟୁରୋ): ୟୁକ୍ରେନରେ ଫସି ରହିଥିବା ଓଡ଼ିଆମାନଙ୍କୁ ଉଦ୍ଧାର  ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ପୋଲିସ ହେବ ତ ଏମିତି

ଜୟପୁର: ରାଜସ୍ଥାନ ପୋଲିସର ସହାୟକ ପୋଲିସ ନିରୀକ୍ଷକ(ଏଏସ୍‌ଆଇ)ପଦମ୍‌ ସିଂଙ୍କ କାର୍ଯ୍ୟ ନିଶ୍ଚୟ ପ୍ରେରଣାଦାୟକ। ସେ ୩୦୦ରୁ ଊର୍ଦ୍ଧ୍ୱ ଝିଅଙ୍କୁ ଉଦ୍ଧାର କରିଛନ୍ତି। ଏହା ଦ୍ୱାରା ଅନେକ...

ଆର୍‌ଜେଡି ୧୪୪ ଆସନରେ ଲଢ଼ିବ

ପାଟନା,୪।୧୦: ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଏକାକୀ ୧୪୪ ଆସନରେ ଲଢ଼ିବ। ବିରୋଧୀ ମହାମେଣ୍ଟରୁ ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ...

ଲକ୍‌ଡାଉନରେ ଟିକେଟ୍‌ ବୁକିଂ ଟଙ୍କା ଖୁବ୍‌ଶୀଘ୍ର ହେବ ଫେରସ୍ତ

ନୂଆଦିଲ୍ଲୀ,୮।୪: ଗତ ବର୍ଷ ଲାଗୁ ହୋଇଥିବା ଦେଶବ୍ୟାପୀ ଲକ୍‌ଡାଉନ ସମୟରେ ବୁକ ହୋଇଥିବା ବିମାନ ଟିକେଟ ଫେରସ୍ତରେ ବିଳମ୍ବ ହୋଇଥିବାରୁ ନାଗରିକ ବିମାନ ଚଳାଚଳ ମନ୍ତ୍ରଣାଳୟ...

ରାମମନ୍ଦିର ଚାନ୍ଦା ଆଦାୟରୁ ଉତ୍ତେଜନା

ଭୋପାଳ,୩୧।୧୨ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ମଧ୍ୟପ୍ରଦେଶରେ ଚାନ୍ଦା ଆଦାୟ ବେଳେ ଦୁଇଟି ସ୍ଥାନରେ ଉତ୍ତେଜନା ଦେଖାଦେବା ସହ ସଂଘର୍ଷ ହୋଇଛି। ମଙ୍ଗଳବାର ମଣ୍ଡସୌର...

୧୭୨ ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କଲା ଭାଜପା

ନୂଆଦିଲ୍ଲୀ,୧୩ା୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୧୭୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇଛି। ବର୍ତ୍ତମାନ ବିଧାନ ପରିଷଦ ସଦସ୍ୟ...

ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ପାଇଁ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: କରୋନା ମହାମାରୀ ସମୟରେ ଯେଉଁମାନେ ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ଇତ୍ୟାଦି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ...

Advertisement
Archives

Model This Week