ହିମାଚଳରେ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ଶିମଲା,୨୬ା୫: ହିମାଚଳ ପ୍ରଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୧୪ରେ ପହଞ୍ଚିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ୫ ସପ୍ତାହ ଲାଗି ବୃଦ୍ଧି କରାଯାଇଛି। ଜୟରାମ ଠାକୁରଙ୍କ ନେତୃତ୍ୱାଧୀନ ଭାଜପା ସରକାର ହମିରପୁର ଏବଂ ସୋଲାନ୍‌ ଜିଲାରେ ଜୁନ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବଢ଼ାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଜିଲା ପ୍ରଶାସନର ପ୍ରସ୍ତାବ କ୍ରମେ ସମସ୍ତ ଜିଲାରେ ଏହାକୁ ଲାଗୁ କରାଯାଇପାରିବ ବୋଲି ସରକାର କହିଛନ୍ତି। ପାହାଡ଼ପର୍ବତ ଘେରା ଏହି ରାଜ୍ୟରେ ଅଦ୍ୟାବଧି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୩ ଭୂତାଣୁ ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଥିବା ଜଣାପଡ଼ିଛି। କେବଳ ହମିରପୁରରେ ୬୩ ଓ ସୋଲାନ୍‌ରେ ୨୧ କରୋନା ରୋଗୀ ଅଛନ୍ତି। ଦେଶରେ ଜାରି ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩୧ରେ ଶେଷ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ କଟକଣାକୁ କୋହଳ କରାଯିବା ସହ ଗାଡ଼ି ଓ ବିମାନ ଚଳାଚଳ ଉପରେ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?