Posted inଜାତୀୟ

ହିଂସା ସୃଷ୍ଟି ନ କରିବାକୁ ଅନୁରୋଧ କଲେ ମମତା

କୋଲକାତା,୧୪।୧୨: ନାଗରିକ ସଂଶୋଧନ ବିଲ୍‌କୁ ନେଇ ପୂର୍ବ ଭାରତ ଏକ ପ୍ରକାର ଜଳୁଛି କହିଲେ ଭୁଲ୍‌ ହେବ ନାହିଁ। ଦେଶର ଅଧିକାଂଶ ଭାଗରେ ଏହାକୁ ବିରୋଧ କରାଯାଉଛି। ହେଲେ ଏହାକୁ ନେଇ କୌଣସି ହିଂସା ସୃଷ୍ଟି ନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ତେବେ ନାଗରିକ ସଂଶୋଧନ ଆଇନ ଓ ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଏହାକୁ ନେଇ ରାସ୍ତା ଜାମ୍‌ କରନ୍ତୁ ନାହିଁ କିମ୍ବା ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି ସେ ଶନିବାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏନ୍‌ଆର୍‌ସିକୁ ବିରୋଧ କରାଯାଉଥିବା ବେଳେ ଏହା ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ବୋଲି ମମତା ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦ ଭବନ ପରିସରରେ ଫୁଟବଲ ଖେଳିଳେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୧୧।୭: ତ୍ରୁଣ ମୂଳ କଂଗ୍ରେସ୍‌ ଏମ୍‌ପି ପ୍ରସୁନ ବାନାର୍ଜୀ ଗୁରୁବାର ସଂସଦ ଭବନ ପରିସରରେ ଯେତେବେଳେ ଫୁଟବଲ ଖେଳିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବାନାର୍ଜୀ...

ବଦଳିଲା ବ୍ୟାଙ୍କ କାର୍ଯ୍ୟ ସମୟ: ଅକ୍ଟୋବର ୧ରୁ ପୂର୍ବାହ୍ନ ୧୦ରୁ ଅପରାହ୍ନ ୪ ପର୍ଯ୍ୟନ୍ତ ରହିବ ଖୋଲା

ନୂଆଦିଲ୍ଲୀ,୩୦।୯: ଅକ୍ଟୋବର ୧ରୁ ଦେଶର ରାଷ୍ଟ୍ରାୟାତ ବ୍ୟାଙ୍କ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ  ଖୋଲା ରହିବ। ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି...

ନିର୍ବାଚନ ଫଳାଫଳ ଆସିବା ପରେ ଖାଇବା ଛାଡିଦେଇଥିଲେ ଲାଲୁ, ଡାକ୍ତର କହିଲେ ଏମିତି

ପାଟନା, ୨୭।୫: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ...

ଦିଲ୍ଲୀ କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, ୨୧।୬: ଦିଲ୍ଲୀର କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ଫର୍ଣ୍ଣିଚର ମାର୍କେଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସକାଳେ ଉକ୍ତ ମାର୍କେଟରେ ଲାଗିଥିବା...

କ୍ଷମା ମାଗିଲେ ତେଜସ୍ବୀ ଯାଦବ

ପାଟନା,୩।୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ କାର୍ଡ ଖେଳିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ।...

ମହାରାଷ୍ଟ୍ରରେ ଭୂକମ୍ପ: ଲୋକେ ଆତଙ୍କିତ

ମୁମ୍ବାଇ,୨୦।୭: ମହାରାଷ୍ଟ୍ର ପାଲଘରରେ ଶନିବାର ପୂର୍ବାହ୍ନ ୯ଟା ୧୭ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ...

‘ଉତ୍ପୀଡ଼ନ ପାଇଁ ଆପରାଧିକ ଆଇନ ଅସ୍ତ୍ର ନୁହେଁ’

ନୂଆଦିଲ୍ଲୀ, ୨୮।୧୧: ରଚନାତ୍ମକ ଉତ୍ପୀଡ଼ନ ପାଇଁ ଆପରାଧିକ ଆଇନକୁ ଯେପରି ଅସ୍ତ୍ର ଭାବେ ବ୍ୟବହାର କରା ନ ଯାଏ ତାହା ଦେଖିବା ନ୍ୟାୟପାଳିକାର କାର୍ଯ୍ୟ। ରିପବ୍ଲିକ୍‌...

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ,୧୩।୭: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ୮୮.୭୮ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ...


Coronavirus Update

Archives

Model This Week

Why Dharitri