Posted inଖେଳ

ହାମିଲଟନ ଟେଷ୍ଟ : ବନର୍‌ସ, ରୁଟ୍‌ଙ୍କ ଶତକ

ହାମିଲଟନ,୧।୧୨- ସ୍ଥାନୀୟ ସେଡନ ପାର୍କରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ଓପନର ରୋରି ବନର୍‌ସ ଓ ଅଧିନାୟକ ଜୋ ରୁଟଙ୍କ ଶତକ ସହୟତାରେ ଦୃଢ଼ ଜବାବ ଦେଇଛି। ତେବେ ଶସ୍ତାରେ କେତୋଟି ଉଇକେଟ ହରାଇବା ଫଳରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ଦେଇଛି। ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଓପନର ଟମ୍‌ ଲଥାମଙ୍କ ଶତକ, ରସ ଟେଲର, ବିଜେ ଓ୍ବାଟଲିଂ ଓ ଡାରିଲ ମିଚେଲଙ୍କ ଅର୍ଦ୍ଧଶତକ ସହାୟତାରେ ୧୨୯.୧ ଓଭରରେ ୩୭୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଇଂଲଣ୍ଡ ରବିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୯୯.୪ ଓଭରରେ ୫ ଉଇକେଟ ହରାଇ ୨୬୯ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ଦୁଇ ଦିନ ବାକିଥିବା ବେଳେ ଇଂଲଣ୍ଡ ୫ ଉଇକେଟ ହାତରେ ରଖି ୧୦୬ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ରୁଟ୍‌ ୧୧୪ ରନର ଶତକୀୟ ପାଳି ଖେଳି ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଓଲି ପୋପ୍‌ ୪ ରନ କରି ଅପରାଜିତ ରହିଛନ୍ତି। ଅନ୍ତିମ ସେସନରେ ଅବଶ୍ୟ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୯/୨ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଦୁଇ ଓଭରନାଇଟ ବ୍ୟାଟ୍ସମ୍ୟାନ ବନର୍‌ସ ଓ ରୁଟ୍‌ ଯଥାକ୍ରମେ ୨୪ ଓ ୬ ରନରୁ ଖେଳ ଆରମ୍ଭ କରି ଶତକ ହାସଲ କରିଥିଲେ। ବନର୍‌ସ ୨୦୯ଟି ବଲ ଖେଳି ୧୫ ଚୌକା ସହ ୧୦୧ ରନ କରି ଶତକ ହାସଲ କରିବା ପରେପରେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଦ୍ୱିତୀୟ ରନ ନେବାକୁ ପ୍ରୟାସ କରୁଥିବା ବେଳେ ମିଡ୍‌ ଉଇକେଟରୁ ଜିତ୍‌ ରାଭାଲ ଥ୍ରୋ କରିଥିଲେ ଓ ଉଇକେଟକିପର ବିଜେ ଓ୍ବାଟିଲିଂ ରନ୍‌ ଆଉଟ କରିଥିଲେ। ସେହିପରି ରୁଟ୍‌ ରବିବାର ଦିନ ସାରା ବ୍ୟାଟିଂ କରିଥିଲେ। ୨୭୮ଟି ବଲର ସମ୍ମୁଖୀନ ହୋଇ ୧୪ଟି ଚୌକା ସହ ୧୧୪ ରନ କରି ସେ ଅପରାଜିତ ରହିଛନ୍ତି। ଖରାପ୍‌ ଫର୍ମ ଦେଇ ଗତି କରିଆସୁଥିବା ରୁଟ୍‌ ଏଥିସହିତ ଫର୍ମକୁ ଫେରିଛନ୍ତି। ତୃତୀୟ ଉଇକେଟରେ ରୁଟ୍‌ ଓ ବନର୍‌ସ ୧୭୭ ରନ ସଂଗ୍ରହ କରିଥିଲେ। ଏକଦା ୨ ଉଇକେଟ ହରାଇ ୨୦୧ ରନ କରି ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ଥିଲା। ତେବେ ନ୍ୟୁଜିଲାଣ୍ଡ ବୋଲ ଆଉ ୩ଟି ଉଇକେଟ ଅକ୍ତିଆର କରି ପ୍ରତ୍ୟାବର୍ତ୍ତନ କରିଥିଲେ। ବନର୍‌ସଙ୍କ ପରେ ବେନ୍‌ ଷ୍ଟୋକ୍ସ ୨୬ ରନ କରି ଟିମ୍‌ ସୌଦିଙ୍କ ବଲ୍‌ରେ ରସ ଟେଲରଙ୍କୁ ଜ୍ୟାକ କ୍ରଲି ୧ ରନ କରି ନିଲ ଓ୍ବାଗନରଙ୍କ ବଲ୍‌ରେ ଓ୍ବାଟଲିଂଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଶନିବାର ଡୋମ ସିବ୍‌ଲି ଓ ଜୋ ଡେନଲି ୪ରନ ଲେଖାଏ କରି ଆଉଟ ହୋଇଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ସୌଦି ୨ଟି, ମ୍ୟାନ ହେନରୀ ଓ ଓ୍ବାଗନର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୬୫ ରନରେ ବିଜୟ ହାସଲ କରି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୧୨୯.୧ ଓଭରରେ ୩୭୫ ଅଲଆଉଟ
ଇଂଲଣ୍ଡ ପ୍ରଥମ ଇନିଂସ- ୯୯.୪ ଓଭରରେ ୨୬୯/୫
(ବନର୍‌ସ- ୧୦୧, ରୁଟ୍‌-୧୧୪*, ସୌଦି- ୨/୬୩, ହେନରୀ- ୧/୫୬, ଓ୍ବାଗନର- ୧/୭୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ପାରା ଆଥଲେଟିକ୍ସ: ଓଡ଼ିଶାରୁ ଭାଗନେବେ ୧୧ ପ୍ରତିଯୋଗୀ

ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ଜାତୀୟ ପାରା ଆଥଲେଟିକ୍ସର ୧୯ତମ ସଂସ୍କରଣ ଚଳିତମାସ ୨୪ରୁ ୨୭ ପର୍ଯ୍ୟନ୍ତ ବେଙ୍ଗାଲୁରୁର କାନ୍ତିରଭା ଏବଂ ବିଦ୍ୟାନଗର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ...

ଆଇପିଏଲ୍‌ରେ ବିଶ୍ୱରେକର୍ଡ ହାସଲ କରିବେ ଧୋନୀ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌ର ୧୩ତମ ସିଜିନରେ ସେମିତି କିଛି ଖାସ୍‌ ପ୍ରଦର୍ଶନ କରିପାରି ନ...

କାଦୁଲୁରି ଅଭିଷିକ୍ତାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର,୭ା୧(ସ୍ପୋଟର୍‌ସ ବ୍ୟୁରୋ): ଡିସେମ୍ବର ୨୯ରୁ ତାମିଲନାଡୁର ନାଗର କଏଲ୍‌ଠାରେ ଚାଲିଥିବା ଆଇଡବ୍ଲ୍ୟୁଏଫ୍‌ ୟୁଥ୍‌ (ବାଳକ ଓ ବାଳିକା) ଜୁନିୟର ଓ ସିନିୟର (ପୁରୁଷ ଓ ମହିଳା)...

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ୍‌ ଦେଇଛି। ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଲାଯାଉଥିବା ଏହି...

ସ୍ତ୍ରୀ ଜାଣିଲେ ମାରିବେ, କାହିଁକି ଏମିତି କହିଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲିଆ କ୍ରିକେଟର୍‌ ଡେଭିଡ୍‌ ଓ୍ବାର୍ନର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରୁହନ୍ତି। ସେ ଟିକ୍‌ଟକ୍‌ରେ ଭିଡିଓ କରି ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥାନ୍ତି। ସେ...

ସିରିଜ୍‌ ଜିତିଲା ଭାରତ…

ହରାରେ, ୨୦।୮ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ୫ ଓ୍ବିକେଟରେ ବିଜୟୀ ହୋଇଛି। ଧାର୍ଯ୍ୟ ଲକ୍ଷ୍ୟ...

ଆଗୁଆ ସିରିଜ୍‌ ଜିତିଲା ଭାରତ

ପୁଣେ,୧୩।୧୦- ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏକ ଇନିଂସ...

୯ ଉଇକେଟ୍‌ ନେବା ସତ୍ତ୍ୱେ ବୁମ୍‌ରାଙ୍କୁ କାହିଁକି ଦିଆଗଲାନି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର

ଲଣ୍ଡନ,୯।୮:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ହୋଇଛି। ଚତୁର୍ଥ ଦିନ ଶେଷ ପର୍ଯ୍ୟନ୍ତ ଏହି ମ୍ୟାଚ ଜିତିବାକୁ ଭାରତୀୟ ଆଗରେ ଥିଲା...

Advertisement
Archives

Model This Week