Posted inଖେଳ

ହାମିଲଟନ ଟେଷ୍ଟ: ନ୍ୟୁଜିଲାଣ୍ଡ ସ୍ଥିତି ଦୃଢ଼

ହାମିଲଟନ, ୩୦।୧୧(ଏଏଫପି): ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୬୫ ରନରେ ବିଜୟ ହାସଲ କରିବା ପରେ ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ନ୍ୟୁଜିଲାଣ୍ଡ ଦମ୍‌ଦାର ପ୍ରଦର୍ଶନ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଓପନର ଟମ୍‌ ଲଥାମଙ୍କ ଶତକ, ରସ ଟେଲର ଓ ଡାରିଲ ମିଚେଲଙ୍କ ଅର୍ଦ୍ଧଶତକ ସହାୟତାରେ ୧୨୯.୧ ଓଭରରେ ୩୭୫ ରନର ସମ୍ମାନଜନକ ସ୍କୋର ହାସଲ କରି ଅଲଆଉଟ ହୋଇଛି। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୮ ଓଭରରେ ୨ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହେବା ସହ ୩୯ ରନ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡ ୮ ଉଇକେଟ ହାତରେ ରଖି ଏବେ ୩୩୬ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ରୋରି ବନର୍‌ସ ୨୪ ଓ ଅଧିନାୟକ ଜୋ ରୁଟ୍‌ ୬ ରନ କରି ଅପରାଜିତ ରହିଛନ୍ତି। ଆଉଟ ହୋଇଥିବା ଦୁଇ ବ୍ୟାଟ୍ସମ୍ୟାନ ହେଲେ ଓପନର ଡୋମ ସିବ୍‌ଲି ଓ ଜୋ ଡେନ୍‌ଲି। ସିବ୍‌ଲି ୪ ରନ କରି ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସୌଦିଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ସେହିପରି ଡେନ୍‌ଲି ୪ ରନ କରିଥିବା ବେଳେ ମ୍ୟାଟ ହେନରୀଙ୍କ ବଲ୍‌ରେ ଉଇକେଟକିପର ବିଜେ ଓ୍ବାଟିଲିଂଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଇଂଲଣ୍ଡ ଏବେ ସିରିଜ ବଞ୍ଚାଇବାକୁ ସଂଘର୍ଷ କରୁଛି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୭୩/୩ରୁ ଖେଳ ଆରମ୍ଭ କରି ନ୍ୟୁଜିଲାଣ୍ଡ ଅଲଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଲଥାମ ୧୦୧ରୁ ଖେଳ ଆରମ୍ଭ କରି ଆଉ ଅଧିକ ୪ ରନ ସଂଗ୍ରହ କରି ୧୦୫ ରନର ଶତକୀୟ ପାଳି ଖେଳି ଷ୍ଟୁଆର୍ଟ ବ୍ରଡଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ହେନେରୀ ନିକୋଲ୍ସ ୫ ରନରୁ ଖେଳ ଆରମ୍ଭ କରି ୧୬ ରନ କରି ସାମ କୁରାନଙ୍କ ବଲ୍‌ରେ ଷ୍ଟୁଆର୍ଟ ବ୍ରଡଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ବାଟଲିଂ ୫୫ ଓ ମିଚେଲ ୭୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଉଭୟ ବ୍ରଡଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ମିଚେଲ ସାଣ୍ଟନର ୨୩, ସୌଦି ୧୮ ରନ କରି ଆଉଟ ହୋଇଥିବା ବେଳେ ହେନରୀ ୫ ରନ କରି ଅପରାଜିତ ରହିଥିଲେ। ପୂର୍ବରୁ ରସ୍‌ ଟେଲର ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ପକ୍ଷରୁ ବ୍ରଡ ୪, କ୍ରିସ୍‌ ଓ୍ବକ୍ସ ୩, କୁରାନ ୨ ଓ ଜୋଫ୍ରା ଆର୍ଚର ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୧୨୯.୧ ଓଭରରେ ୩୭୫ ଅଲଆଉଟ
(ଲଥାମ- ୧୦୫, ମିଚେଲ- ୭୩, ଓ୍ବାଟଲିଂ- ୫୫, ଟେଲର- ୫୩, ବ୍ରଡ- ୪/୭୩, ଓ୍ବକ୍ସ-/୮୩, କୁରାନ- ୨/୬୩ )।
ଇଂଲଣ୍ଡ ପ୍ରଥମ ଇନିଂସ- ୧୮ ଓଭରରେ ୩୯/୨
(ବନର୍‌ସ- ୨୪*, ରୁଟ୍‌- ୬*, ସୌଦି- ୧/୨୪, ହେନରୀ- ୧/୧୦) ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖାଲି ହାତରେ ଫେରିଲେ କ୍ରିଷ୍ଣନ

ନୂଆଦିଲ୍ଲୀ,୨୪।୭:ଟୋକିଓ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଛନ୍ତି ମୀରାବାଇ ଚାନ୍ନୁ। କିନ୍ତୁ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ବିକାଶ କ୍ରିଷ୍ଣନ ପ୍ରଥମ ରାଉଣ୍ଡ ମଧ୍ୟ...

ବିରାଟ ସେନାଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଅହମଦାବାଦ,୧୮।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୧୦ ସିରିଜ ଏବେ ନିର୍ଣ୍ଣାୟକ ମୋଡରେ ଅଛି। ଇଂଲଣ୍ଡ ପ୍ରଥମ ଏବଂ ତୃତୀୟ ମ୍ୟାଚ ଜିତି ସିରିଜ ଜିତିବା...

ଅବସର ନେବେ ଚିଗୁମ୍ବୁରା

ରାଓ୍ବଲପିଣ୍ଡି:ପାକିସ୍ତାନ ବିପକ୍ଷ ଚଳିତ ଟି୨୦ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ଜିମ୍ବାଓ୍ବେର ପୂର୍ବତନ ଅଧିନାୟକ ଏଲଟନ୍‌ ଚିଗୁମ୍ବୁରା। ତାଙ୍କ ଦେଶର କ୍ରିକେଟ ବୋର୍ଡ...

ଆଇପିଏଲ୍‌: ସୁପର ଓଭରରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ,୨୧ା୯(ପି.ଟି.): ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କିଙ୍ଗ୍ସ...

ଦାନ ଦେଇ ଟ୍ରୋଲ୍‌ ହେଲେ ଏହି କ୍ରିକେଟର୍‌

ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗକୁ ଆସିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା। ଉଭୟଙ୍କର ଉଦ୍ଦେଶ୍ୟ...

ମୁସ୍ତାକ ଅଲୀ ଟ୍ରଫି : ଦିଲ୍ଲୀ ଦଳରେ ଧାଓ୍ବନ, ଈଶାନ୍ତ

ନୂଆଦିଲ୍ଲୀ ୨୬ା୧୨- ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ପାଇଁ ଘୋଷଣା କରାଯାଇଥିବା ଦିଲ୍ଲୀ ଦଳରେ ସ୍ଥାନ ପାଇଛନ୍ତି ଭାରତୀୟ ପେସର ଈଶାନ୍ତ ଶର୍ମା। କିନ୍ତୁ...

‘କୋହଲି ନୁହେଁ, ଏବେ ବି ଧୋନୀ ଶ୍ରେଷ୍ଠ ଅଧିନାୟକ’

ନୂଆଦିଲ୍ଲୀ,୫।୯:ଓ୍ବେଷ୍ଟଇଣ୍ଡିଜରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କେବଳ ଟେଷ୍ଟ ସିରିଜ୍‌ ଜିତିନାହିଁ ବରଂ ଟେଷ୍ଟରେ ଭାରତର ସବୁଠୁ ସଫଳତମ ଅଧିନାୟକ ହେବାର ମଧ୍ୟ ସୌଭାଗ୍ୟଲାଭ...

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ସଫଳ ଆୟୋଜନ ଉପରେ କ୍ରୀଡ଼ାମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୬।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ମାସ ୨୨ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଓଡ଼ିଶାରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେବ। ଏହାର ସଫଳ ଆୟୋଜନ...

Advertisement
Ten Cric Info


Archives

Model This Week