Posted inଖେଳ

ହାଫ୍‌ ମାରାଥନରେ ଦ୍ରୁତତମ ମହିଳା ବ୍ରିଗିଡ କୋସ୍‌ଗି

ଲଣ୍ଡନ,୯।୯(ଏଏଫ୍‌ପି): କେନିଆର ବ୍ରିଗିଡ କୋସ୍‌ଗି ହାଫ୍‌ ମାରାଥନରେ ବିଶ୍ୱର ଦ୍ରୁତତମ ମହିଳା ହେବାର ରେକର୍ଡ ଅଧିକାର ହୋଇଛନ୍ତି। ଗ୍ରେଟ୍‌ ନର୍ଥ ରନ୍‌କୁ ସେ ଏକ ଘଣ୍ଟା, ୪ ମିନିଟ୍‌ ଓ ୨୮ ସେକେଣ୍ଡରେ ଶେଷକରି ଏହି ସଫଳତା ପାଇଛନ୍ତି। ତାଙ୍କ ଟାଇମିଂ ପୂର୍ବ ବିଶ୍ୱ ରେକର୍ଡଠାରୁ ୨୩ ସେକେଣ୍ଡ କମ୍‌। ପୂର୍ବରୁ କେନିଆର ଅନ୍ୟତମ ଧାବିକା ଜୋୟସିଲାଇନ ଜେପକୋସ୍‌ଗେଇ (୨୦୧୭) ହାଫ୍‌ ମାରାଥନର ଦ୍ରୁତତମ ମହିଳା ଥିଲେ। ଚଳିତ ବର୍ଷ ଲଣ୍ଡନ ମାରାଥନ ଜିତିଥିବା କୋସ୍‌ଗେଇଙ୍କ ନେତୃତ୍ୱାଧୀନ ପୋଡିୟମକୁ କେନିଆର ଧାବିକାମାନେ ଅକ୍ତିଆର କରି ରଖିଥିଲେ। ମାଗ୍‌ଡାଲିନେ (୧:୦୭.୩୬) ଦ୍ୱିତୀୟ ଓ ଲିନେଟ ମାସାଇ (୧:୦୭.୪୪) ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁରୁଷ ବିଭାଗରେ ମୋ ଫରାହ ଚାମ୍ପିୟନ ହୋଇଛନ୍ତି। କ୍ରମାଗତ ୬ଷ୍ଠ ଥର ପାଇଁ ସେ ଏହି ସମ୍ମାନଜନକ ହାଫ୍‌ ମାରାଥନ ଜିତିଛନ୍ତି। ୪ଥର ଅଲିମ୍ପିକ୍‌ ଚାମ୍ପିୟନ ୩୬ ବର୍ଷୀୟ ଫରାହଙ୍କୁ ତାମିରାତ ତୋଲା କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଇଥୋପିଆନ ଫରାହ ୧୩.୧ ମାଇଲ ହାଫ୍‌ ମାରାଥନକୁ ୫୯ ମିନିଟ ୭ ସେକେଣ୍ଡରେ ଶେଷକରି ୬ ସେକେଣ୍ଡ ବ୍ୟବଧାନରେ ଜିତିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାଇ ଡେବ୍ୟୁ କରିବାକୁ ନେଇ ଖୁସିରେ ଆତ୍ମହରା ହେଲେ ଏହି କ୍ରିକେଟର୍‌

କୋଲକତା,୨୮।୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଭାଇ ମହମ୍ମଦ କୈଫ ବଙ୍ଗଳା ପକ୍ଷରୁ ବିଜୟ ହଜାରେ ଟ୍ରଫିରେ ଡେବ୍ୟୁ କରୁଛନ୍ତି। ସେ ଜମ୍ମୁ-କଶ୍ମୀର ବିରୋଧରେ...

ବାଲାଂଦେଶ ବିପକ୍ଷରେ ଶତକ ମାରି ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ବର୍ମିଂହାମ, ୧।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପରେ ପୁଣି ଥରେ ଶତକ ଅର୍ଜନ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ବାଲାଂଦେଶ ବିପକ୍ଷରେ ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଉଥିବା ମ୍ୟାଚରେ...

ଏହି ତାରିଖଟି ସଚିନ ତେନ୍ଦୁଲକରଙ୍କ ପାଇଁ ଥିଲା ଅଶୁଭ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ରିକେଟ କ୍ୟାରିୟରରେ ଅନେକ ବିରଳ ରେକର୍ଡ ହାସଲ କରିଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ସଚିନ...

ବିବାହ ବନ୍ଧନରେ ଆବଦ୍ଧ ହେଲେ ତୀରନ୍ଦାଜ ଦୀପିକା-ଅତନୁ

ରାଞ୍ଚତ୍, ୩୦।୬- ଭାରତୀୟ ତୀରନ୍ଦାଜୀ କ୍ରୀଡ଼ାର ଦୁଇ ସଫଳ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସ ମଙ୍ଗଳବାର ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।...

ଅନୁଷ୍କା ଓ ବିରାଟଙ୍କ ଘରକୁ ଆସିବାକୁ ଥିବା କୁନି ଅତିଥିଙ୍କ ଲାଗି ବ୍ରେଟ ଲି କହିଲେ ଏମିତି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନୂଆ ଅତିଥିଙ୍କ ଅପେକ୍ଷାରେ ଅଛନ୍ତି। ୨୦୨୧ ଜାନୁୟାରୀରେ ଅନୁଷ୍କା ଏବଂ...

ଦ୍ୱିତୀୟ ବିବାହ କରିଛନ୍ତି ଏହିସବୁ ଭାରତୀୟ ଖେଳାଳି

କୁହାଯାଏ, ପ୍ରେମ ମାନେନା ବନ୍ଧବାଡ। କେତେବେଳେ କାହାକୁ ପ୍ରେମ ହୋଇଯାଏ ତାହା କହିବା ମୁସ୍କିଲ। କ୍ରିକେଟରଙ୍କ କ୍ଷେତ୍ରରେ ମଧ୍ୟ ସେମିତି ଘଟିଛି। କିଛି ଖେଳାଳି ବିବାହ...

ସିଏଏ ପ୍ରତିବାଦ: ଝିଅ ସପକ୍ଷରେ ବାହାରିଲେ ଗାଙ୍ଗୁଲି, କହିଲେ ସାନା ଏବେ ଛୋଟ ପିଲା

କୋଲକାତା,୧୯।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏ ନେଇ ଅନେକ ବିରୋଧର ବାର୍ତ୍ତା ମଧ୍ୟ...

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ସିରିଜ ବିଜୟୀ

ରାଓ୍ବଲପିଣ୍ଡି, ୯ା୨ (ଏପି)-ଫାଷ୍ଟ ବୋଲର ହସନ ଅଲୀଙ୍କ ପ୍ରଥମ ଟେଷ୍ଟ ୧୦ ଉଇକେଟ ସଫଳତା ସହାୟତାରେ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ...

Advertisement
Archives

Model This Week