ହାତୀ ମୃତ୍ୟୁର ଅନୁଧ୍ୟାନ କରିବ ୬ ଜଣିଆ କମିଟି

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ହାତୀଙ୍କୁ ହରପିସ୍‌ ସଂକ୍ରମଣକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହାର ଅନୁଧ୍ୟାନ ପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟି ପକ୍ଷରୁ ଏକ କମିଟି ଗଠନ ହୋଇଛି। ଏହି କମିଟିରେ ୬ଜଣ ସଦସ୍ୟ ରହିଛନ୍ତି। ଖୁବ୍‌ଶୀଘ୍ର ଏହି କମିଟି ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବ ବୋଲି ଶୁକ୍ରବାର ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ଦେଖାଦେଇଥିବା ସଂଘର୍ଷ ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ରାଜ୍ୟରେ ଥିବା ୧୧ହଜାର ବନ ସୁରକ୍ଷା ସମିତି ସଂଖ୍ୟାକୁ ୨୦ହଜାରକୁ ବୃଦ୍ଧି କରାଯିବ। ଏଥିପାଇଁ ଟେକ୍ନୋଲୋଜିର ବ୍ୟବହାର ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ନନ୍ଦନକାନନରେ ଗତ ୧ ମାସ ଭିତରେ ହରପିସ୍‌ରେ ୪ ହାତୀଙ୍କ ମୃତ୍ୟୁ ହୋଇଛି। ଏହା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ଅଗଷ୍ଟ ୨୫ରେ ହାତୀ ‘ଜୁଲି’, ସେପ୍ଟେମ୍ବର ୧୫ରେ ‘ଚନ୍ଦନ’ ଏବଂ ୧୯ରେ ‘କମଳା’ର ମୃତ୍ୟୁ ହୋଇଥିବା ବେଳେ ସେପ୍ଟେମ୍ବର ୨୦ରେ ୭ବର୍ଷର ଛୁଆହାତୀ ‘ଗୌରୀ’ର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌ ସକ୍ରିୟ ରହିଛି। ବର୍ତ୍ତମାନ ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ଲଘୁଚାପ ରେଖା ଉତ୍ତରପଶ୍ଚିମ ରାଜସ୍ଥାନରୁ ଓଡ଼ିଶା...

ନିୟନ୍ତ୍ରଣ ବାହାରେ କରୋନା: ରାୟଗଡ଼ାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ରାୟଗଡ଼ା ଅଫିସ,୨୨।୭: ରାୟଗଡ଼ା ଜିଲାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ବୁଧବାର ଗୋଟିଏ ଦିନରେ ୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ...

ସମୁଦ୍ରରେ ଆକ୍ରମଣ ଉଦ୍ୟମ ସହ ଜାଲ ନଷ୍ଟ

ଛତ୍ରପୁର,୪ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଋଷିକୁଲ୍ୟା ସମୁଦ୍ର ମୁହାଣରେ ମଙ୍ଗଳବାର ପାରାଦ୍ୱୀପର ଏକ ବୋଟ୍‌ରେ ଆସିଥିବା ମତ୍ସ୍ୟଜୀବୀମାନେ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ ସହ ଜାଲ ନଷ୍ଟ କରିଥିବା...

ଶତ୍ରୁତାରୁ ଟାର୍ଗେଟ୍‌ ଶିଶୁ

ଅନୁଗୋଳ/ ଢେଙ୍କାନାଳ ଅଫିସ,୧୯ା୧୨ ରାଜ୍ୟରେ ବଢ଼ୁଛି ଶିଶୁ ନିଖୋଜ ଓ ହତ୍ୟା ଘଟଣା। ଏନ୍‌ସିଆର୍‌ବି ତଥ୍ୟ ଅନୁଯାୟୀ ଓଡ଼ିଶାରୁ ଦୈନିକ ୧୨ ଜଣ ଶିଶୁ ନିଖୋଜ...

୪୩ ହଜାର ଗ୍ରାହକଙ୍କୁ ଦିଆଗଲାଣି ବିଦ୍ୟୁତ୍‌ ସଂଯୋଗରଥଯାତ୍ରା ପୂର୍ବରୁ ଜିଲାର ସବୁ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ

ପୁରୀ ଅଫିସ, ୨୭ା୫: ବାତ୍ୟାରେ ପୁରୀ ଜିଲାରେ ବିଦ୍ୟୁତ୍‌ ବିଭାଗର ସବୁଠୁ ଅଧିକ କ୍ଷତି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଚାଲୁଥିଲେ ମଧ୍ୟ ଏ...

ଶ୍ରବଣ ଶକ୍ତି ଫେରିପାଇଲେ ୨ ଝିଅ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ସାରା ଜୀବନ ପାଇଁ ବଧିର ହୋଇଯିବା ଆଶଙ୍କାରେ ଥିବା କୋରାପୁଟର ଦୁଇଜଣ କୁନି ଝିଅ ନିଜର ଶ୍ରବଣ ଶକ୍ତି ଫେରିପାଇଛନ୍ତି। ରାଜ୍ୟ ସରକାରଙ୍କ ସହାୟତାରେ...

୨,୩୩୦ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟ ପାଇଁ ଆବଶ୍ୟକ ଥିବା ବିଭିନ୍ନ କ୍ୟାଡରର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୮,୭୧୯ ରହିଛି। ସେଥିମଧ୍ୟରୁ ୬,୩୮୯ ପଦବୀରେ ନିୟମିତ ଡାକ୍ତର...

ଚାକିରି ଆଳରେ ଠକେଇ ର଼୍ୟାକେଟ ସକ୍ରିୟ

ଭୁବନେଶ୍ୱର,୨୦।୬(ବ୍ୟୁରୋ): କରୋନା କାଳରେ ଆଉଏକ କାଳ ସାଜିଛି ଠକେଇ। ପାଦେ ପାଦେ ସତର୍କ ନ ରହିଲେ ଠକଙ୍କ ଫାଶରେ ପଡ଼ିବା ନିଶ୍ଚିତ। ଅନେକେ ଚାକିରି ଓ...

Advertisement


Archives

Model This Week