ହାତୀ ଭୟରେ ବନ୍ଦ ହେଲା ସ୍କୁଲ, ଜଣେ ଆହତ

ବାଙ୍ଗିରିପୋଷି,୭ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଛି। ଶୁକ୍ରବାର ଝିଙ୍କପାହାଡି ଗ୍ରାମରେ ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ପାଚେରୀ ନ ଥିବା ଯୋଗୁ ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଛୁଟି କରି ଦିଆଯାଇଥିଲା ା ସେହିପରି ହାତୀ ଆକ୍ରମଣରେ ଉଆଣିଆ ଗ୍ରାମର ଗଙ୍ଗାଧର ସାହୁ ଆହତ ହୋଇଛନ୍ତି। ହାତୀ ଘଉଡାଇବା ସମୟରେ ସେ ଆକ୍ରମଣର ଶିକାର ହୋଇଥିଲେ।


ଗତ କିଛି ଦିନ ହେଲା ଧୋବଣିଶୋଳ ପଞ୍ଚାୟତ ଅନ୍ତର୍ଗତ ବାଲିଖଣି, ମାଟିଖଣି ଓ କୁଆବସା ଅଞ୍ଚଳରେ ହାତୀ ପଲ ବ୍ୟାପକ ପାଚିଲା ଧାନ ନଷ୍ଟ କରିଛନ୍ତି। ଏବେ ମଧ୍ୟ ସ୍ଥାନୀୟ ଟୁଲିଆ ଜଙ୍ଗଲ, ରାଙ୍ଗା ପାହାଡ ଓ ନାଫ୍ରି ପଞ୍ଚାୟତର ଝିଙ୍କପାହାଡ଼ି-ନେତ୍ରାପାଟ ଜଙ୍ଗଲରେ ହାତୀପଲ ଥିବା ସୂଚନା ମିଳିଛି। ଫଳରେ ଏହାର ଆଖପାଖ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ହାତୀ ଭୟରେ ସନ୍ଧ୍ୟା ହେଲେ ଲୋକେ ପଦାକୁ ବାହାରୁ ନ ଥିବା ବେଳେ ରାତି ଉଜାଗର ରହୁଛନ୍ତି। ରାତି ହେଲେ ହାତୀ ପଲ ଜଙ୍ଗଲରୁ ବାହାରି କ୍ଷେତରେ ପଶି ଧାନ ଫସଲ ଖାଇବା ସହ ପାଦରେ ଦଳି ନଷ୍ଟ କରୁଛନ୍ତି। ଏହି ହାତୀପଲରେ ଛୁଆ ଏବଂ ଦନ୍ତା ହାତୀ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି ା ବନ ବିଭାଗ କର୍ମଚାରୀମାନେ ହାତୀ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚିତ୍ରଡା,୧୦ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି। ମୃତ...

ସ୍ତ୍ରୀ ମୃତଦେହକୁ ଟ୍ରଲିରେ ବୋହିନେଲେ ସ୍ବାମୀ

ଉଦଳା,୧୭ା୧୨(ଡି.ଏନ୍‌.ଏ.)- ସ୍ତ୍ରୀଙ୍କ ମୃତଦେହକୁ ତାଙ୍କ ସ୍ବାମୀ ଟ୍ରଲିରେ ରଖି ବୋହି ନେବା ଭଳି ଏକ ଘଟଣା ପଦାକୁ ଆସିଛି। ସୋମବାର ସନ୍ଧ୍ୟାରେ ମୃତଦେହକୁ ଟ୍ରଲିରେ ନିଆଯାଉଥିବା...

ପ୍ରସୂତିଙ୍କୁ ଘରୋଇ ମେଡିକାଲ ନେବା ପାଇଁ ଡାକ୍ତରଙ୍କ ତାଗିଦ୍‌ ଭିଡିଓ ଭାଇରାଲ

ବାରିପଦା ଅଫିସ,୨୬ା୧୦- ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିିତ ମୟୂରଭଞ୍ଜ ଜିଲାରେ ଲୋକଙ୍କୁ ଠିକ୍‌ ଭାବେ ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ବାରିପଦାଠାରେ ମେଡିକାଲ କଲେଜ...

ମଝିଗଡ଼ିଆରୁ ହରିଣ ଉଦ୍ଧାର

କପ୍ତିପଦା,୨୦।୫(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ମଝିଗଡ଼ିଆ ଗ୍ରାମରେ ମଙ୍ଗଳବାର ଏକ ହରିଣକୁ ଉଦ୍ଧାର କରାଯାଇଛି ା ଉଦ୍ଧାର ହରିଣଟିକୁ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବେଖାତିର: ବାଇକ୍‌ ଚାଳକଙ୍କୁ ଜରିମାନା ୧୮,୫୦୦ ଟଙ୍କା

ବେତନଟୀ,୧୧ା୯(ଡି.ଏନ୍‌.ଏ.)- ନୂଆ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ କୋହଳ କରିଛନ୍ତି। ମାତ୍ର ଏହି ଘୋଷଣାର ଦିନକ...

ଅଧ୍ୟାପକ ପଦବୀ ପୂରଣ ଦାବିରେ ଧାରଣା

ବାରିପଦା ଅଫିସ, ୨୧ା୨- ବାରିପଦା ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ (ଏମ୍‌ିପିସି)ରେ ଖାଲି ପଡ଼ିଥିବା ଅଧ୍ୟାପକ ପୂରଣ ଦାବିରେ ଗୁରୁବାର ମାରିସା ସେନା ପକ୍ଷରୁ...

ବଡ଼ସାହି ଜଙ୍ଗଲରେ ଘୂରିବୁଲୁଛି ଦନ୍ତାହାତୀ: ଲୋକେ ଭୟଭୀତ

ବଡ଼ସାହି,୧୦।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି-ଉଦଳା ରାସ୍ତାର ସୁହାଗପୁର ଜଙ୍ଗଲରେ ଶୁକ୍ରବାର ଭୋର୍‌ରୁ ଏକ ଦନ୍ତାହାତୀ ବାଟବଣା ହୋଇ ଘୂରିବୁଲୁଛି। ରାସ୍ତାରେ ଚଳପ୍ରଚଳ କରୁଥିବା ଦେଖି ଲୋକମାନେ...

ଛାତ୍ରୀନିବାସରେ ନାଗ

ବାରିପଦା ଅଫିସ, ୧୯ା୩- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଧନପୁରଠାରେ ଥିବା ଲାଲମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀନିବାସରୁ ବୁଧବାର ଏକ ୬ ଫୁଟର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *