ହାତୀ ଆକ୍ରମଣରେ ବୃଦ୍ଧ ମୃତ, ମହିଳା ଗୁରୁତର

ଦେବଗଡ଼,୧୧।୧୧(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ସୋମବାର ସକାଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଲୁଲଙ୍ଗ ପଞ୍ଚାୟତର ବଡ଼କୁଦ ବାସିନ୍ଦା ଶନିଆ କୁଦର(୬୫)। ଆଜି ସକାଳେ ସେ ବିଲକୁ ଯାଉଥିବା ସମୟରେ ହାତୀଟି ପଛପଟୁ ଆସି ତାଙ୍କୁ ଶୁଣ୍ଢରେ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ହାତୀଟି ମଧ୍ୟ କଣ୍ଟାବାହାଳ ପଞ୍ଚାୟର ଶୁଣ୍ଢିନାଳୀ ଗ୍ରାମର ୫୮ ବର୍ଷୀୟା ସୀତା ସାହୁଙ୍କୁ ଉଠାଇ କଚାଡ଼ି ଦେଇଥିଲା। ଫଳରେ ସୀତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ବନ୍ଦ ରହିବ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ହସ୍ପିଟାଲ: ଜାଣନ୍ତୁ କେଉଁ ଦିନରୁ କେଉଁ ଦିନ

କୋରାପୁଟ,୩୧।୭(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଶୁକ୍ରବାରଠାରୁ ୫ ଦିନ ପର୍ଯ୍ୟନ୍ତ ସହରରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ...

ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଶିକ୍ଷକ ଗିରଫ

ବୋରିଗୁମ୍ମା, ୧୧।୪ (ଡି.ଏନ୍‌.ଏ.): ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିନେବା ଅଭିଯୋଗରେ କୋରାପୁଟ ଜିଲା ବିସିଂହପୁର ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି।...

କେନ୍ଦୁଝରରେ ଔଷଧ ଅଭାବ

କେନ୍ଦୁଝର,୫।୪ (ସ୍ବ.ପ୍ର.) : କରୋନା ପାଇଁ ଲକ ଡାଉନ ଘୋଷଣା ଯୋଗୁଁ କେନ୍ଦୁଝରରେ ଔଷଧର ଅଭାବ ଦେଖା ଦେଇଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବା ଯୋଗୁ...

ବିଜେଡି ଜିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ଫାଇଭ୍‌ ଟି, ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱାରୋପ

ଜଗତ୍‌ସିଂହପୁର ଅଫିସ,୮।୯: ବିଜେଡି ଜିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ରବିବାର ବୈଠକ ସ୍ଥାନୀୟ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଦଳର ଜିଲା ସଭାପତି ଅମରେନ୍ଦ୍ର ଦାସଙ୍କ...

ବୈତରଣୀରେ ବଢୁଛି ଜଳସ୍ତର

ଭଣ୍ଡାରିପୋଖରୀ, ୧୮।୮ (ଡି.ଏନ.ଏ.)- ବୈତରଣୀ ନଦୀରେ ଜଳସ୍ତର ବଢୁଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ରବିବାର ସକାଳୁ ଜଳସ୍ତର କମି...

କ୍ଷତି ସହୁଛନ୍ତି ବିସ୍ଥାପିତ

ବନ୍ତଳା,୧୫ା୨: ଡେରଜାଙ୍ଗ ଡ୍ୟାମ୍‌ବୁଡ଼ି ଅଞ୍ଚଳର ୩୦ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାର ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଗୁରଙ୍ଗ କରଡ଼ାବଣିରେ ଥଇଥାନ କରିଥିଲେ। ଘର ପାଇଁ ଜାଗା...

ଲୁହାଛଡ଼ରେ ଯୁବକଙ୍କୁ ଆକ୍ରମଣ ମାମଲା: ୨ ଭାଇ ଗଲେ ଜେଲ

ଦିଗପହଣ୍ଡି,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଲୁହାଛଡ଼ରେ ଯୁବକଙ୍କୁ ଆକ୍ରମଣ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିିରଫ କରିଛି। ସେମାନେ ହେଲେ ପିଙ୍କୁ ସେଠୀ ଓ ଚରଣ...

ଖୁବ୍‌ଶୀଘ୍ର ଦେବଝରଣରେ ବୋଟିଂ ସେବା

ସମ୍ବଲପୁର,୧୩ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଇକୋଟୁରିଜମ ଦେବଝରଣରେ ବୋଟିଂ ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ବୁଧବାର ଡ୍ୟାମ୍‌ରେ ବନ ବିଭାଗ ପକ୍ଷରୁ ପ୍ଲାଟଫର୍ମ ନିର୍ମାଣ...

Advertisement
Archives

Model This Week