ହାତୀ ଆକ୍ରମଣରେ ଚାଷୀ ମୃତ: କ୍ଷତିପୂରଣ ଦାବି

ଲୋଇସିଂହା,୧୬।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ବନଖଣ୍ଡ ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଧଉଁରାଦାଦର ଗାଁରେ ହାତୀ ଆକ୍ରମଣରେ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀରାମ ବିଶାଳ (୪୫)।
ସୂଚନାଯୋଗ୍ୟ, ଶ୍ରୀରାମ ଗ୍ରାମ ନିକଟ ଚାଷଜମିକୁ ଶୁକ୍ରବାର ରାତିରେ ଜଗିବାକୁ ଯାଇ ଶନିବାର ସକାଳେ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ୍‌ ହାତୀର ସମ୍ମୁଖୀନ ହୋଇଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମର ଅନ୍ୟ ଚାଷୀ ସକାଳୁ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା ଜାଣି ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ ଅଧିକାରୀ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉତ୍ତ୍ୟକ୍ତ ଲୋକେ ଶ୍ରୀରାମଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ପାଟିତୁଣ୍ଡ କରିଥିଲେ। ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରତିଶ୍ରୁତି ମିଳିବା ପରେ ଲୋକେ ଶାନ୍ତ ହୋଇଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ ଲାଗି ବଲାଙ୍ଗୀର ମେଡିକାଲ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାନା ଯୋଗାଉଛି ଖଲିପତ୍ର

ଯୋଡ଼ା, ୧୪।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ସାଧାରଣତଃ ଖଣିଖାଦାନ ତଥା ଜଙ୍ଗଲଭରା ଅଞ୍ଚଳ। ଏଠାକାର ଅଧିବାସୀ ପୂର୍ବେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି, ବିକି...

ଜରାଜୀର୍ଣ୍ଣ ଅବସ୍ଥାରେ ଗାନ୍ଧୀପାର୍କ

ଆଠମଲ୍ଲିକ, ୩୦।୭(ଡି.ଏନ.ଏ.)ଜନସାଧାରଣଙ୍କ ଚିତ୍ତବିନୋଦନ ଏବଂ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଆଠମଲ୍ଲିକ ସହର ପ୍ରବେଶ ଦ୍ୱାରରେ ନିର୍ମାଣ ହୋଇଥିଲା ଗାନ୍ଧୀପାର୍କ। ହେଲେ ପରିଚାଳନାଗତ ଅବ୍ୟବସ୍ଥାରୁ ଏହା...

୧ କୋଟି ଟଙ୍କାରୁ ଊଦ୍ଧର୍‌ବ ମୂଲ୍ୟର ଧାନ ଗୋଦାମ ଘରେ ନିଆଁ ଲଗାଇଦେଲେ ଚାଷୀ

ପାଟଣା,୭।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସମବାୟ ସମିତି ଅଧୀନରେ ଥିବା ଜମୁନାପଶି ଶାଖା ସମବାୟ ସମିତି ଗୋଦାମ ଗୃହରେ ସୋମବାର ଅପରାହ୍ନରେ...

୭ ବର୍ଷ ପରେ ନାବାଳିକାଙ୍କୁ ମିଳିଲା ନ୍ୟାୟ

ଝାରସୁଗୁଡ଼ା ଅଫିସ,୨୮ା୯: ୭ ବର୍ଷ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲିଙ୍କୁ ମଙ୍ଗଳବାର ଆଜୀବନ କାରାଦଣ୍ଡ...

ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ

ପାରାଦୀପ,୧୩ା୯(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରବିବାର ପଶ୍ଚିମବଙ୍ଗ ହୁଗୁଳି ନଦୀ ସୀମା ସମୁଦ୍ରର ସାଗରଦୀପ ଅଞ୍ଚଳରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଏହାପରେ ସେମାନଙ୍କୁ ପଶ୍ଚିମବଙ୍ଗସ୍ଥିତ...

ଆବର୍ଜନା ଦିଅ, ମାଗଣାରେ ଜଳଖିଆ ଖାଅ

ପୁରୀ ଅଫିସ, ୫ା୧୨: ଚନ୍ଦ୍ରଭାଗାରେ ଚାଲିଛି ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। ଏଥିରେ ଦେଶ ବିଦେଶର ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି। ଏହି ମହୋତ୍ସବ ଦେଖିବାକୁ...

ହଳ କରିବା ବେଳେ ଓଲଟିଲା ଟ୍ରାକ୍ଟର, ଚାପିହୋଇ ଚାଳକ ମୃତ

ମାଥିଲି, ୧୭ା୭: ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦି ପଞ୍ଚାୟତ ଅଧୀନ ମଇଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତି ଟ୍ରାକ୍ଟର ଦ୍ୱାରା ଚାଷ ଜମିରେ ହଳ...

୫୦ ସ୍ବାବ୍‌ ପରୀକ୍ଷା ପାଇଁ ପଠାଗଲା

ଖୋର୍ଦ୍ଧା ଅଫିସ,୧୪ା୪: ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନକୁ ବାଦ୍‌ ଦେଇ ସୋମବାର ସୁଦ୍ଧା ୪୦୨ ଜଣଙ୍କ ସ୍ବାବ ନମୁନା ପରୀକ୍ଷା ଲାଗି ଭୁବନେଶ୍ୱର ପଠାଯାଇଛି।...

Advertisement
Archives

Model This Week