Posted inଖେଳ

ହାଡ଼ଭଙ୍ଗା ଶୀତ ସତ୍ୱେ ମୋହନ ବାଗାନର ବିଜୟ

ଶ୍ରୀନଗର, ୫ା୧ (ପି.ଟି.)-ହାଡ଼ଭଙ୍ଗା ଶୀତ ସତ୍ୱେ ଏଠାରେ ରବିବାର ଅନୁଷ୍ଠିତ ଏକ ଆଇ-ଲିଗ୍‌ ମ୍ୟାଚରେ ମୋହନ ବାଗାନ ୨-୦ ଗୋଲରେ ରିୟଲ କଶ୍ମୀରକୁ ପରାସ୍ତ କରିଛି। ମ୍ୟାଚ ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟଭାବେ ଶେଷ ହୋଇଥିଲା। କୋଲକାତା ଦଳ ପକ୍ଷରୁ ଦ୍ୱିତୀୟାର୍ଦ୍ଧରେ ଜୋସେବା ବିଟିଆ (୭୧ତମ ମିନିଟ୍‌) ଏବଂ ନଙ୍ଗଡାମ୍ବା ନାଓରେମ (୭୩ତମ ମିନିଟ) ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଦୁଇ ମିନିଟ ବ୍ୟବଧାନରେ ଦୁଇଟି ଗୋଲ ଘରୋଇ ସମର୍ଥକଙ୍କୁ ହତାଶା କରିଥିଲା। ମ୍ୟାଚ ବେଳେ ତାପମାତ୍ରା ୧ ଡିଗ୍ରୀକୁ ଖସି ଆସିଥିଲେ ମଧ୍ୟ ଭାରତର ଅନ୍ୟତମ ପୁରାତନ କ୍ଲବର ଖେଳ ଦେଖିବା ଲାଗି ପାଖାପାଖି ୧୧,୫୦୦ କଶ୍ମୀର ଦର୍ଶକ ଉପସ୍ଥିତ ଥିଲେ। ଟିକେଟ ପାଇଁ ଖେଳପ୍ରେମୀମାନେ ସକାଳ ୯ଟାରୁ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। କେତେଜଣ ଟିକେଟ ନ ପାଇଁ ଘରକୁ ଫେରିଥିଲେ। ଏଥିରୁ ଖେଳ ପ୍ରତି ସ୍ଥାନୀୟ ଦର୍ଶକଙ୍କ କେତେ ଆଗ୍ରହ ତାହା ପ୍ରତିଫଳିତ ହୋଇଥିଲା। ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ମ୍ୟାଚ ୧୧ଟା ୩୦ରୁ ଆରମ୍ଭ ହୋଇଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ଭ୍ରମଣକାରୀ ଦଳ ଚମତ୍କାର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଥିଲା। ମୋହନ ବାଗାନ କୋଚ୍‌ କିବୁ ଭିକୁନା ନୂତନ ଭାବେ ଚୁକ୍ତିବଦ୍ଧ ହୋଇଥିବା ସେନେଗାଲ ଷ୍ଟାଇକର ବାବା ଦିଆଓ୍ବାରାଙ୍କୁ ଏହି ମ୍ୟାଚ ଖେଳାଇଥିଲେ। ଧନଚନ୍ଦ୍ର ସିଂଙ୍କୁ ବ୍ୟାକ୍‌ଲାଇନ୍‌ ପୋଜିଶନକୁ ଆଣିଥିଲେ। ରିୟଲ କଶ୍ମୀର ଏଫ୍‌ସି କୋଚ୍‌ ସ୍କଟମ୍ୟାନ ଡେଭିଡ୍‌ ରବର୍ଟସନ କିନ୍ତୁ ତାଙ୍କ ଦଳରେ କୌଣସି ପରିବର୍ତ୍ତନ କରିନ ଥିଲେ। ଗତଥରର ଚାମ୍ପିୟନ ଚେନ୍ନାଇ ସିଟି ବିପକ୍ଷରେ ବିଜୟ ହାସଲ କରିଥିବା ଦଳରେ ସେ କୌଣସି ଅଦଳବଦଳ କରିବାକୁ ଚାହିଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!

ଇସଲାମବାଦ,୧୦।୬: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri