Posted inଖେଳ

ହାଡ଼ଭଙ୍ଗା ଶୀତ ସତ୍ୱେ ମୋହନ ବାଗାନର ବିଜୟ

ଶ୍ରୀନଗର, ୫ା୧ (ପି.ଟି.)-ହାଡ଼ଭଙ୍ଗା ଶୀତ ସତ୍ୱେ ଏଠାରେ ରବିବାର ଅନୁଷ୍ଠିତ ଏକ ଆଇ-ଲିଗ୍‌ ମ୍ୟାଚରେ ମୋହନ ବାଗାନ ୨-୦ ଗୋଲରେ ରିୟଲ କଶ୍ମୀରକୁ ପରାସ୍ତ କରିଛି। ମ୍ୟାଚ ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟଭାବେ ଶେଷ ହୋଇଥିଲା। କୋଲକାତା ଦଳ ପକ୍ଷରୁ ଦ୍ୱିତୀୟାର୍ଦ୍ଧରେ ଜୋସେବା ବିଟିଆ (୭୧ତମ ମିନିଟ୍‌) ଏବଂ ନଙ୍ଗଡାମ୍ବା ନାଓରେମ (୭୩ତମ ମିନିଟ) ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଦୁଇ ମିନିଟ ବ୍ୟବଧାନରେ ଦୁଇଟି ଗୋଲ ଘରୋଇ ସମର୍ଥକଙ୍କୁ ହତାଶା କରିଥିଲା। ମ୍ୟାଚ ବେଳେ ତାପମାତ୍ରା ୧ ଡିଗ୍ରୀକୁ ଖସି ଆସିଥିଲେ ମଧ୍ୟ ଭାରତର ଅନ୍ୟତମ ପୁରାତନ କ୍ଲବର ଖେଳ ଦେଖିବା ଲାଗି ପାଖାପାଖି ୧୧,୫୦୦ କଶ୍ମୀର ଦର୍ଶକ ଉପସ୍ଥିତ ଥିଲେ। ଟିକେଟ ପାଇଁ ଖେଳପ୍ରେମୀମାନେ ସକାଳ ୯ଟାରୁ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। କେତେଜଣ ଟିକେଟ ନ ପାଇଁ ଘରକୁ ଫେରିଥିଲେ। ଏଥିରୁ ଖେଳ ପ୍ରତି ସ୍ଥାନୀୟ ଦର୍ଶକଙ୍କ କେତେ ଆଗ୍ରହ ତାହା ପ୍ରତିଫଳିତ ହୋଇଥିଲା। ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ମ୍ୟାଚ ୧୧ଟା ୩୦ରୁ ଆରମ୍ଭ ହୋଇଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ଭ୍ରମଣକାରୀ ଦଳ ଚମତ୍କାର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଥିଲା। ମୋହନ ବାଗାନ କୋଚ୍‌ କିବୁ ଭିକୁନା ନୂତନ ଭାବେ ଚୁକ୍ତିବଦ୍ଧ ହୋଇଥିବା ସେନେଗାଲ ଷ୍ଟାଇକର ବାବା ଦିଆଓ୍ବାରାଙ୍କୁ ଏହି ମ୍ୟାଚ ଖେଳାଇଥିଲେ। ଧନଚନ୍ଦ୍ର ସିଂଙ୍କୁ ବ୍ୟାକ୍‌ଲାଇନ୍‌ ପୋଜିଶନକୁ ଆଣିଥିଲେ। ରିୟଲ କଶ୍ମୀର ଏଫ୍‌ସି କୋଚ୍‌ ସ୍କଟମ୍ୟାନ ଡେଭିଡ୍‌ ରବର୍ଟସନ କିନ୍ତୁ ତାଙ୍କ ଦଳରେ କୌଣସି ପରିବର୍ତ୍ତନ କରିନ ଥିଲେ। ଗତଥରର ଚାମ୍ପିୟନ ଚେନ୍ନାଇ ସିଟି ବିପକ୍ଷରେ ବିଜୟ ହାସଲ କରିଥିବା ଦଳରେ ସେ କୌଣସି ଅଦଳବଦଳ କରିବାକୁ ଚାହିଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ଅକଲାଣ୍ଡ,୨୧।୧୧: ଭାରତ ବିପକ୍ଷ ତୃତୀୟ ଟି-୨୦ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଏକ ବଡ଼ ଝଟ୍‌କା ଲାଗିଛି। ବ୍ୟକ୍ତିଗତ କାରଣରୁ କିୱି ଦଳର ଅଧିନାୟକ କେନ ୱିଲିୟମସନ ତୃତୀୟ...

ମ୍ୟାଚ୍‌ ହାରିବା ପରେ ରାଗିଯାଇ ଗାଙ୍ଗୁଲିଙ୍କୁ ଏପରି କହିଥିଲେ ସଚିନ: ଶୋଇଥିବା ରୁମ୍‌ରେ ଭର୍ତ୍ତି କରିଦେଇଥିଲେ ପାଣି

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର ଶହେରୁ ଅଧିକ ମ୍ୟାଚ୍‌ ଏକାସଙ୍ଗେ ଖେଳିଛନ୍ତି। ଏଥିପାଇଁ ସଚିନଙ୍କ ସହ...

ମହିଳା ଚ୍ୟାଲେଞ୍ଜର ଟ୍ରଫି ଖରାପ ପାଗ ଯୋଗୁ ଆଶଙ୍କାରେ ପ୍ରଥମ ମ୍ୟାଚ

କଟକ ଅଫିସ,୪ା୧-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଶନିବାରଠାରୁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଦିବସରେ...

ତୃତୀୟ ମ୍ୟାଚ୍‌ ଖେଳିବାକୁ ଟିମ୍‌ ଉତ୍ସାହର ସହ ଅପେକ୍ଷା କରିଛି: ସୂର୍ଯ୍ୟକୁମାର

ମଞ୍ଚେଷ୍ଟର,୧୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ରବିବାର ଖେଳାଯିବ। ଦୁଇଟି ମ୍ୟାଚ୍‌ ପରେ ଉଭୟ ଦଳ ୧-୧ରେ...

ଟୋକିଓ ପାରାଲିମ୍ପିକ୍ସରେ ଭାରତର ଐତିହାସିକ ପ୍ରଦର୍ଶନ: ୫ ସ୍ବର୍ଣ୍ଣ ସହ ମୋଟ ୧୯ ପଦକ

ଟୋକିଓ,୫।୯:ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ପାରାଲିମ୍ପିକ୍ସ ଇତିହାସରେ ଚଳିତବର୍ଷ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରି ୫ ସ୍ବର୍ଣ୍ଣ,...

ଟ୍ରେକିଂବେଳେ ୨୫୦ ଫୁଟ୍‌ ତଳକୁ ଖସି ପୂର୍ବତନ କ୍ରିକେଟର୍‌ଙ୍କ ମୃତ୍ୟୁ

ମୁମ୍ବାଇ, ୨।୯: ମହାରାଷ୍ଟ୍ର ରଣ୍‌ଜୀ ଟ୍ରଫି ଦଳର ପୂର୍ବତନ ଖେଳାଳି ଶେଖର ଗାଓ୍ବଲି ୨୫୦ ଫୁଟ୍‌ ତଳକୁ ଗଭୀର ଖାତକୁ ଖସି ମୃତ୍ୟୁବରଣ କରିଛନ୍ତି। ବୁଧବାର...

ଶୁବମନ ଗିଲ୍‌ଙ୍କୁ ସ୍ବତନ୍ତ୍ର ନାଁରେ ଡାକିଲେ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨୨।୧: ଦିନିକିଆ କ୍ରିକେଟରେ ଭାରତୀୟ ଓପନର୍‌ ଶୁବମନ ଗିଲ ରନ ବର୍ଷା କରୁଛନ୍ତି। ନିକଟରେ ସେ ଲଗାତର ଶତକ ଏବଂ ଦ୍ୱିଶତକ ହାସଲ କରିଛନ୍ତି। ଶୁବମନଙ୍କ...

କ୍ୟାରିବିୟାନ ପ୍ରିମିୟର ଲିଗ୍‌: ତ୍ରିନବାଗୋର କ୍ରମାଗତ ପଞ୍ଚମ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୨୮।୮(ପି.ଟି.): କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ତ୍ରିନବାଗୋ ନାଇଟ୍‌ ରାଇଡର୍ସ ତା’ର ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ତ୍ରିନବାଗୋ କ୍ରମାଗତ ପଞ୍ଚମ ବିଜୟ...

Advertisement
Archives

Model This Week