Posted inଜାତୀୟ

ହାଇ ଆଲର୍ଟରେ ୧୯ ବିମାନ ବନ୍ଦର

ନୂଆଦିଲ୍ଲୀ,୮।୮: ଆଗକୁ ସ୍ବାଧୀନତା ଦିବସ ଏହାସହ କଶ୍ମୀର ପ୍ରସଙ୍ଗକୁ ନେଇ ପରିବେଶ ଉଷ୍ମ ଥିବାରୁ ଦେଶର ପ୍ରାୟ ୧୯ଟି ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏଶନ ସିକ୍ୟୁରିଟି(ବିସିଏଏସ୍‌) ପକ୍ଷରୁ ଏହି ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀ ସଙ୍ଗଠନ ଜୈଶ ଆକ୍ରମଣ ଯୋଜନା କରୁଥିବା ଅନୁମାନ କରି ଏହି ଆଲର୍ଟ ଜାରି କରାଯାଇଥିବା ପ୍ରକାଶ। ଆଲର୍ଟରେ ରହିଥିବା ବିମାନ ବନ୍ଦର ଗୁଡିକ ହେଉଛି ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଇମ୍ପାଲ, ଚେନ୍ନାଇ, କୋଲକାତା, ଅମ୍ରିତସର, ଥିରୁଭାନନ୍ନପୁରମ, ରାୟପୁର, ଜୟପୁର, ଲକ୍ଷ୍ନୌ, ଶ୍ରୀନଗର, ପାଟନା, ଗୁଆହାଟି, ଭୋପାଳ, ଭୁବନେଶ୍ୱର, ଡେରାଡୁନ ଓ ଅହମ୍ମଦାବାଦ। ସୂଚନାଯୋଗ୍ୟ, ଜାତୀୟ ସୁରକ୍ଷା ପ୍ରତିନିଧିଙ୍କ କାର୍ଯ୍ୟାଳୟରୁ ସମ୍ଭାବ୍ୟ ଆକ୍ରମଣ ଯୋଜନାକୁ ନେଇ ବାରମ୍ବାର ସତର୍କ କରାଯାଉଥିବାରୁ ମୁଖ୍ୟତଃ ବିମାନ ମନ୍ଦର ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି। ସେହିପରି ବାୟୁସେନା ଘାଟି, ହେଲିପ୍ୟାଡ, ଆଭିଏଶନ ଟ୍ରେନିଂ ଇନଷ୍ଟିଚ୍ୟୁଟ ଭଳି ସ୍ଥାନରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ସ୍ବାଧୀନତା ଦିବସରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ଆଦିବାସୀ ମହିଳା ଚଲାଇବେ ସରକାରୀ ବସ୍‌

ପୁଣେ,୨୪।୮: ମହାରାଷ୍ଟ୍ର ସରକାର ଏବେ ଆଦିବାସୀ ମହିଳାମାନଙ୍କୁ ସଶକ୍ତ କରିବାକୁ ଚାହୁଁଛନ୍ତି। ଆଦିବାସୀ ମହିଳାଙ୍କୁ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ(ଏମ୍‌ଏସ୍‌ଟିଆର୍‌ସି) ବସ୍‌ ଚଳାଇବାକୁ ଏଣିକି...

କରୋନାର ତୃତୀୟ ଲହର ପୂର୍ବରୁ ଚିନ୍ତା ବଢାଇଲାଣି ନିପା ଭାଇରସ, ଡେଙ୍ଗୁ , ମ୍ୟାଲେରିଆ

ନୂଆଦିଲ୍ଲୀ,୧୩ ।୯: କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ ଏପଟେ କିନ୍ତୁ ଡରାଇଲାଣି ଡେଙ୍ଗୁ, ନିପା ଓ ମ୍ୟାଲେରିଆ । କରୋନା ଟିକାକରଣକୁ...

ଚମ୍ପା, ଚମେଲି, ବାଦଲଙ୍କୁ ମିଳିଲା ଇଚ୍ଛାମୃତ୍ୟୁ ଅନୁମତି

ଗୋରଖପୁର,୧୪।୬: ଉତ୍ତର ପ୍ରଦେଶ ଗୋରଖପୁର ଅନ୍ତର୍ଗତ ଘିସାପୁର ଖଜୁର ଗାଁଓରେ ୨ଟି ଘୋଡ଼ି ଓ ଗୋଟିଏ ଘୋଡ଼ାକୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଛି। ଘଟଣା ହେଲା ଏହି...

ଏମ୍‌ସିଡି ଉପନିର୍ବାଚନ ଫଳାଫଳ: ଝାଡୁ ପାହାରରେ ହାତ-ପଦ୍ମ ଘାଇଲା

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ନଗର ନିଗମ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମୋଟ ୫ଟି ଆସନ ମଧ୍ୟରୁ ଆମ୍‌ ଆଦ୍‌ମୀ ପାର୍ଟି ୪ରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ...

ସାବରିମାଳା ପ୍ରବନ୍ଧନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୀର୍ଥଯାତ୍ରୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ଆବଶ୍ୟକ…

ଥିରୁଭାନନ୍ତପୁରମ୍‌,୧୩।୧୧ : ଆସନ୍ତା ତୀର୍ଥଯାତ୍ରା ଋତୁରେ ଇଦଥାଭାଲମ ଅର୍ଥାତ୍‌ ଗମନାଗମନ ଶିବିର ଭାବରେ ନିର୍ଦ୍ଦିଷ୍ଟ ମନ୍ଦିରରେ ସାବରିମାଳା ତୀର୍ଥଯାତ୍ରୀଙ୍କୁ ଉପଯୁକ୍ତ ସୁବିଧା ସୁନିଶ୍ଚିତ କରିବା ପାଇଁ...

କଂଗ୍ରେସରେ ଯୋଗଦେଲେ ପଞ୍ଜାବର ଏଏପି ବିଧାୟକ

ଚଣ୍ଡିଗଡ଼,୨୫।୪: ପଞ୍ଜାବର ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ନଜର ସିଂ ମନଶାହିଆ ଗୁରୁବାର ଏଏପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର...

ବୋଲେରୋରେ ମଦ ଚାମ୍ବର, ଏମିତି ହେଲା ପର୍ଦ୍ଦାଫାସ

ଲକ୍ଷ୍ନୌ,୩୧ା୭: ଜଣେ ନେପାଳୀ ଯୁବକଙ୍କୁ ଉତ୍ତରପ୍ରଦେଶର ଚନ୍ଦୋଲି ପୋଲିସ ମଦ ଚାଲାଣ ଅଭିଯୋଗରେ ଗିରଫ କରିଛି। ମାତ୍ର ଯୁବକଙ୍କ ବୁଦ୍ଧିକୁ ଦେଖି ପୋଲିସର ଅକଲ ଗୁଡୁମ୍‌...

ସୁଶାନ୍ତଙ୍କ ପରିବାରକୁ ଭେଟିଲେ ଭାଜପା ନେତା ମନୋଜ

ନୂଆଦିଲ୍ଲୀ,୨୨।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ତଥା ଭୋଜପୁରୀ...

Advertisement
Archives

Model This Week