Posted inଜାତୀୟ

ହାଇକୋର୍ଟ ପକ୍ଷରୁ ଜେଏନ୍‌ୟୁ ଛାତ୍ରଙ୍କୁ ମିଳିଲା ଆଶ୍ୱସନା

ନୂଆଦିଲ୍ଲୀ,୨୪।୧: ହଷ୍ଟେଲ ଫି ବୃଦ୍ଧି ପ୍ରତିବାଦରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ଛାତ୍ରଙ୍କୁ ମିଳିଛି ଆଶ୍ୱସନା। ଶୁକ୍ରବାର ଏହି ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେଉଁ ୧୦ ପ୍ରତିଶତ ଛାତ୍ର ରେଜିଷ୍ଟ୍ରେଶନ କରି ନାହାନ୍ତି ସେମାନେ ପୁରୁଣା ଫିରେ ଏକ ସପ୍ତାହ ଭିତରେ ରେଜିଷ୍ଟ୍ରେଶନ କରିପାରିବେ। ସେମାନଙ୍କୁ ଲେଟ୍‌ ଫି ଦେବାକୁ ପଡିବ ନାହିଁ। ଏହି ମାମଲାର ପରବର୍ତ୍ତି ଶୁଣାଣି ଫେବୃୟାରୀ ୨୮ରେ କରାଯିବ। ଏହାପରେ ଛାତ୍ରସଙ୍ଘର ଓକିଲ କହିଥିଲେ କେତେଜଣ ପିଲା ବିଶ୍ୱବିଦ୍ୟାଳୟ ପ୍ରଶାସନର ଭୟରେ ବର୍ଦ୍ଧିତ ଫି ଜମା କରୁଛନ୍ତି। ଯଦି ସେମାନେ ଏହା ଦାଖଲ ନ କରନ୍ତି ତେବେ ସେମାନଙ୍କୁ ମିଳୁଥିବା ସୁବିଧା ଫେରାଇ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛନ୍ତି। ସେମାନଙ୍କ ପାଇଁ ମଧ୍ୟ କୋର୍ଟ କୋହଳ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ଉପମୁଖ୍ୟମନ୍ତ୍ରୀଙ୍କ ଶଶୂର ଘର ଗାଁ ନାମ ବଦଳାଇବାକୁ ପ୍ରସ୍ତାବ

କୋଶାମ୍ବି,୮।୭: ଉତ୍ତରପ୍ରଦେଶର କୋଶାମ୍ବିରେ ଜିଲା ପଞ୍ଚାୟତ ବୈଠକରେ ଅଫଜଲପୁରୱାରୀ ଗାଁର ନାମ ପରିବର୍ତ୍ତନ ପାଇଁ ଦାବି ହୋଇଛି। ଜିଲା ପଞ୍ଚାୟତ ସଦନର ଅନୁଷ୍ଠିତ ଏହି ବୈଠକରେ...

ନୂଆବର୍ଷରେ ବି ଜାରି ରହିବ କଟକଣା: ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୧୨: ଗୋଟିଏ ଦିନ ପରେ ନୂଆବର୍ଷ। କରୋନା ମହାମାରୀରେ ନାନା ପ୍ରକାର ହଇରାଣ ହରକତ ହୋଇଥିବା ଲୋକେ ନୂଆବର୍ଷ ପାଳନ ପାଇଁ ମାନସିକସ୍ତରରେ ପ୍ରସ୍ତୁତି ଆରମ୍ଭ...

ସିଲିଣ୍ଡର ବୋଝେଇ ଟ୍ରକ୍‌ ଉପରେ ବଜ୍ରପାତ: ୪୫୦ ସିଲିଣ୍ଡରରେ ବିସ୍ଫୋରଣ

ଭୀଲଓ୍ବାଡ଼ା,୨୪।୩: ରାଜସ୍ଥାନର ଭୀଲଓ୍ବାଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ୪୫୦ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକ୍‌ ଉପରେ ବଜ୍ରପାତ ଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି।...

ଓମିକ୍ରନ୍‌ କିଟ୍‌ ଓମିସ୍ୟୁରକୁ ଆଇସିଏମ୍‌ଆର ମଞ୍ଜୁରୀ…

ନୂଆଦିଲ୍ଲୀ, ୪।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

ମଙ୍କିପକ୍ସକୁ ନେଇ ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ,୨୫।୭:ଦିଲ୍ଲୀରେ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏବେ ଆଲର୍ଟ ହୋଇଯାଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ସରକାରଙ୍କ ଡିଜିଏଚ୍‌ଏସ୍‌ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ,...

ଭାରତରେ ଚାଇନା ବାଣ: ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,୩୦।୯: ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ଘାତକ ଚାଇନା ବାଣ ଭାରତ ପ୍ରବେଶ କରିଛି। ଏନେଇ ଡିଆରଆଇ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

ଗଣବଳାତ୍କାର ପରେ ଛାତ୍ରୀଙ୍କ ମୃତ୍ୟୁ: ଖସି ପଳାଉଥିବା ଅଭିଯୁକ୍ତଙ୍କୁ ପୋଲିସର ଗୁଳି

ମିରଟ, ୩।୪: ଉତ୍ତପ୍ରଦେଶର ମିରଟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରି ଜବରଦସ୍ତ ବିଷ ପିଆଇ ଦିଆଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।...

ଗଠନ ହେବ ‘କାଓ କ୍ୟାବିନେଟ୍‌’

ନୂଆଦିଲ୍ଲୀ,୧୮।୧୧: : ମଧ୍ୟପ୍ରଦେଶରେ ଗୋଧନ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ‘କାଓ କ୍ୟାବିନେଟ’(ଗାଈ କ୍ୟାବିନେଟ୍‌) ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗାଈ କ୍ୟାବିନେଟ୍‌ରେ ପଶୁପାଳନ, ଜଙ୍ଗଲ,...

Advertisement
Archives

Model This Week