ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ମାମଲା:‘ଆଇନର ମନ୍ଦିରକୁ ଅଚଳ କରାଯାଇପାରିବନି’

କଟକ ଅଫିସ, ୨୩-୧୦:ଆଇନର ମନ୍ଦିରକୁ ଅଚଳ କରାଯାଇ ପାରିବନି। ଅଦାଲତ ଚାଲିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଅ। ଅଦାଲତ କାର୍ଯ୍ୟ ସ୍ବାଭାବିକ କରିବା ପାଇଁ ସ୍ଥାନୀୟ ପୋଲିସ ଅସମର୍ଥ ହେଉଥିଲେ ପାରା ମିଲିଟାରି ଫୋର୍ସ ବା ଅର୍ଦ୍ଧ ସାମରିକ ବଳ ମୁତୟନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବ। ମଙ୍ଗଳବାର ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମ୍‌କୋର୍ଟ। ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ଅଦାଲତଗୁଡିକରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୂର କରିବାକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏଥିସହ ହାଇକୋର୍ଟଙ୍କଠାରୁ ଏ ସମ୍ପର୍କରେ ଜବାବ ରଖିବାକୁ ସରକାରୀ ଓକିଲ ୨ଦିନ ସମୟ ନେଇଛନ୍ତି। ଆସନ୍ତା ୨୪ତାରିଖରେ ମାମଲାର ପରିବର୍ତ୍ତୀ ଶୁଣାଣି ହେବ। ଓଡ଼ିଶା ହାଇକୋର୍ଟ ଆଇନଜୀବୀଙ୍କ ଦୀର୍ଘଦିନ ଆନ୍ଦୋଳନ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ କିଛି ଲୋକଙ୍କ ସ୍ବାର୍ଥ ପାଇଁ ଆଇନର ମନ୍ଦିରକୁ ଅଚଳ କରାଯାଇ ପାରିବ ନାହିଁ ବୋଲି ମତ ରଖିଛନ୍ତି। ବିଚାରପତି ସଞ୍ଜୟ କିଶାନ କୌଲ ଓ ବିଚାରପତି କେ.ଏମ୍‌. ଯୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ଅଦାଲତକୁ ସଚଳ କରିବା ପାଇଁ ପୋଲିସର ସହାୟତା ନେବାକୁ ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ପୋଲିସ ସହାୟତା ନ ଦେଇପାରିଲେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳକୁ ମୁତୟନ କରି କୋର୍ଟ କାର୍ଯ୍ୟ ଆରମ୍ଭ କରିବା ଉଚିତ ବୋଲି ଖଣ୍ଡପୀଠ ମତ ରଖିଛନ୍ତି। ପିଏଲ୍‌ଆର୍‌ ପ୍ରୋଜେକ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ମହାନଦୀ କୋଲ୍‌ ଫିଲ୍ଡ ଲିମିଟେଡ୍‌ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟରେ ଅଚଳାବସ୍ଥା ଯୋଗୁ ଉପରୋକ୍ତ ମାମଲା ପରିଚାଳନା ହୋଇ ପାରୁ ନଥିବା ପ୍ରସଙ୍ଗ ସୁପ୍ରିମକୋର୍ଟରେ ଉପସ୍ଥାପନ ହୋଇଥିଲା। ସୁପ୍ରିମକୋର୍ଟ ଏ ସମ୍ପର୍କରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି ବିବାଦ ମାମଲା: ହାଜର ହେଲେନି ସୁରବାବା, ୧ରେ ଶୁଣାଣି

ଛତ୍ରପୁର,୨୬ା୯(ଡି.ଏନ.ଏ.)-ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି ବିବାଦ ମାମଲାରେ ବୁଧବାର ସ୍ଥାନୀୟ ଏସଡିଜେମ୍‌ କୋର୍ଟରେ ଚାର୍ଜଫ୍ରେମ ହୋଇପାରିନି। ମାମଲାର ଅଭିଯୁକ୍ତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର...

ଅମଳ ସମୟରେ ଆଳୁ କେଜି ୨୦ ଟଙ୍କା

କେନ୍ଦ୍ରାପଡ଼ା ଅଫିସ,୨୨।୪: ଆଳୁ ଦରରେ ପକ୍ଷୀ ଲାଗିଛି। ଗତ ସପ୍ତାହରେ କେଜି ପ୍ରତି ଦର ୧୬ ଟଙ୍କା ଥିଲା। ଏବେ ବଜାର ଦର ୨୦ ଟଙ୍କାକୁ...

ପାଟଣାରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼: ଜନଜୀବନ ପ୍ରଭାବିତ

ପାଟଣା,୩୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ହିନ୍ଦୋଳ,୩୧।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତା ହରିହରପୁର ଗ୍ରାମ ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ...

ନଭେମ୍ବର ୨ ରୁ ୧୭ ରୁଟ୍‌ରେ ଗଡ଼ିବ ମୋ-ବସ୍‌

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ)-ସୋମବାର ଅର୍ଥାତ୍‌ ନଭେମ୍ବର ୨ରୁ ମୋ-ବସ୍‌ ୧୭ ରୁଟ୍‌ରେ ଗଡ଼ିବ। ରୁଟ୍‌ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ୧୧, ୧୨, ୧୬, ୧୭, ୧୮, ୧୯, ୨୦, ୨୨,...

ସୁବର୍ଣ୍ଣରେଖା ବନ୍ଦର ବିବାଦ: ସର୍ଭେ ଟିମ୍‌ର ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲିଆପାଳ, ୫।୫(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଦକ୍ଷିଣା ବାଲିଆପାଳର ସମୁଦ୍ର ଉପକୂଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ବିବାଦ ଥମିବାର ନାଁ ଧରୁନି। ଗ୍ରାମବାସୀ ସଜାଗ୍ର...

ପାହାଡ଼ରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ପାଲଲହଡ଼ା, ୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଆଲୁରି ପଞ୍ଚାୟତ ବୁରୁବୁରା ଗ୍ରାମର କୁଲାଡେରା ଜଙ୍ଗଲ ନିକଟ ପାହାଡ଼ ଉପରୁ ଶନିବାର ଜଣେ ମହିଳାଙ୍କ...

ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି

ନାକଟିଦେଉଳ,୨୧ା୧୦(ଡି.ଏନ.ଏ.): ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସରାପାଲି ବିଟର ମହୁକୁଦ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି ହୋଇଛି। ହାତୀପଲ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର...

Advertisement
Archives

Model This Week