ହାଇକୋର୍ଟରେ ଚୋକସିଙ୍କ ସତ୍ୟପାଠ;ଫେରାର ହୋଇନି, ଟ୍ରିଟ୍‌ମେଣ୍ଟ ପାଇଁ ବିଦେଶ ଯାଇଛି

ନୂଆଦିଲ୍ଲୀ,୧୮-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ସୋମବାର ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ସେ ଦେଶରୁ ପଳାୟନ କରିନାହାନ୍ତି ବରଂ ନିଜର ମେଡିକାଲ ଟ୍ରିଟ୍‌ମେଣ୍ଟ ପାଇଁ ବିଦେଶ ଯାଇଛନ୍ତି ବୋଲି ସତ୍ୟପାଠରେ ସେ କହିଛନ୍ତି। ବର୍ତ୍ତମାନ ସେ ଆଣ୍ଟିଗୁଆରେ ଅବସ୍ଥାନ କରୁଛନ୍ତି ଓ ତଦନ୍ତରେ ସହାୟତା କରିବାକୁ ଇଚ୍ଛୁକ। ଅଦାଲତ ଚାହିଁଲେ ତଦନ୍ତକାରୀ ଅଧିକାରୀଙ୍କୁ ଆଣ୍ଟିଗୁଆ ଆସିବାକୁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଚୋକ୍‌ସି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ପଳାତକ ହୀରା ବ୍ୟବସାୟୀ କହିଛନ୍ତି ଯେ, ତଦନ୍ତରେ ସହାୟତା କରିବାକୁ ଇଚ୍ଛା ଥିଲେ ହେଁ ସ୍ବାସ୍ଥ୍ୟଗତ କାରଣରୁ ସେ ବିମାନ ଯାତ୍ରା କରିବାକୁ ଅସମର୍ଥ। ଯାତ୍ରା କରିବା ଲାଗି ଡାକ୍ତରଙ୍କ ଅନୁମତି ମିଳିବା ମାତ୍ରେ ସେ ଭାରତ ଫେରିଆସିବେ। ତେବେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍ବତନ୍ତ୍ର ଅଦାଲତ ଏବଂ ଯାଞ୍ଚ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ସେ ପ୍ରସ୍ତୁତ ବୋଲି ଚୋକ୍‌ସି କହିଛନ୍ତି। ଯାଞ୍ଚରେ ସହାୟତା କରୁନାହାନ୍ତି ବୋଲି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଯୁକ୍ତି ସମ୍ପୂର୍ଣ୍ଣ ମିଛ ବୋଲି ହୀରା ବ୍ୟବସାୟୀ କହିଛନ୍ତି। ତେବେ ସିବିଆଇ ଓ ଇଡି ତାଙ୍କୁ ଆଣ୍ଟିଗୁଆରେ ଜେରା କରିପାରିବେ ବୋଲି ଚୋକ୍‌ସି ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଥାଉ କି, ଭଣଜା ନୀରବ ମୋଦିଙ୍କ ସହ ମିଶି ଚୋକ୍‌ସି ପିଏନ୍‌ବିରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଠକି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଏଏଚ୍‌ଏସ୍‌ଆର୍‌ ପ୍ରକଳ୍ପକୁ ୧୮,୭୫୦ କୋଟି ଦେବ ଜିକା

ନୂଆଦିଲ୍ଲୀ,୩୧।୩:ଦେଶର ବୁଲେଟ୍‌ ଟ୍ରେନ ପ୍ରକଳ୍ପର ଅଗ୍ରଗତି ପାଇଁ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଶନ ଏଜେନ୍ସି (ଜେଆଇସିଏ) ଅଫିସିଆଲ୍‌ ଡେଭଲପମେଣ୍ଟ ଆସିଷ୍ଟାଣ୍ଟ (ଓଡିଏ) ଜରିଆରେ ଭାରତକୁ ୩୦୦ ବିଲିୟନ...

୩ ଲକ୍ଷ କୋଟିର ଅତିରିକ୍ତ ପ୍ୟାକେଜ ଲୋଡ଼ା

ନୂଆଦିଲ୍ଲୀ,୯।୪: କୋଭିଡ୍‌-୧୯ ବିରୋଧରେ ଲଢିବା ଲାଗି ଦେଶର ଅର୍ଥ ବ୍ୟବସ୍ଥାକୁ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଲୋଡା ପଡୁଥିବା ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ...

୭୪୬ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ: ଶୁକ୍ରବାର ଭାରତୀୟ ପୁଞ୍ଜିବଜାର କାରବାର କ୍ଷତିଗ୍ରସ୍ତ ହୋଇଛି। ପ୍ରଫିଟ୍‌ ବୁକିଂ ଯୋଗୁ ଏଭଳି ହୋଇଥିବା ନଜରକୁ ଆସିଛି। ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ...

ରାଜନୀତିକୁ ଆସିଲେ ସ୍ତ୍ରୀ ମୋତେ ଛାଡ଼ି ଦେବେ: ରାଜନ

ଚେନ୍ନାଇ,୨୮-୪: ରାଜନୀତିରେ ପ୍ରବେଶ କରିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ। ସେ ଜଣେ ଶିକ୍ଷାବିତ...

‘ଷ୍ଟାର୍ଟଅପ୍‌ କରୁଥିବା ବ୍ୟକ୍ତି ହୋଇ ପାରିବେ ଧୀରୁଭାଇ ଅମ୍ବାନୀ’

ନୂଆଦିଲ୍ଲୀ, ୨୫-୨: ଛୋଟ ଛୋଟ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଦିନରେ ବହୁତ ବଡ ହେବାର ସମ୍ଭାବନା ରହିଛି। ଦେଶରେ ଷ୍ଟାର୍ଟ ଅପ୍‌ କରୁଥିବା ବ୍ୟକ୍ତି...

ଓଡ଼ିଶା ବଜାରରେ ଇନ୍ଦିରା ଗ୍ୟାସ

ଭୁବନେଶ୍ୱର,୭।୧୧: ଦିଲ୍ଲୀଭିତ୍ତିକ ଇନ୍ଦିରା ଗ୍ୟାସ ଆଣ୍ଡ୍‌ ପେଟ୍ରୋଲିୟମ ପ୍ରାଇଭେଟ ଲିମିଟେଡ କମ୍ପାନୀ ବର୍ତ୍ତମାନ ଓଡ଼ିଶା ବଜାର ପ୍ରବେଶ ସହ ସାରା ରାଜ୍ୟରେ ତା’ର କାରବାର ଆରମ୍ଭ...

ଜୁନ ୨୩ରେ ଫିଟ୍‌ଜୀର ଏକ୍ସଟ୍ରା ରେ ଏଜ୍‌ ପରୀକ୍ଷା

ଭୁବନେଶ୍ୱର,୨୬-୫: ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଫିଟ୍‌ଜୀ ପକ୍ଷରୁ ଏକ୍ସଟ୍ରା ରେ ଏଜ ପରୀକ୍ଷା ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଜୁନ ୨୩ରେ ଅନୁଷ୍ଠିତ ହେବ। ଦ୍ୱାଦଶ...

ଚାଇନା ଫୋନ୍‌ ପ୍ରତି ମୁହଁ ମୋଡୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୨୪।୭: ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି। ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ...

Advertisement
Archives

Model This Week