ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ବେଖାତିର,ବେଆଇନ ଦର୍ଶାଇ ଭାଙ୍ଗିଲେ ଓମ୍‌ଫେଡ୍‌ ଦୋକାନ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ରାଜଧାନୀରେ ବିଏମ୍‌ସିର ଏକ ମନମାନି ଘଟଣା ସ୍ଥାନୀୟ ସିଏମ୍‌ପିଡିଆଇ କଲୋନୀରେ ଦେଖିବାକୁ ମିଳିଛି। ପିସି ନ ଦେବାରୁ ବିଏମ୍‌ସି ଅଧିକାରୀମାନେ ରମେଶ ଚନ୍ଦ୍ର ବାରିକଙ୍କ ଏକ ଓମ୍‌ଫେଡ ଦୋକାନକୁ ମିଳିତ ଉଚ୍ଛେଦକାରୀ ଦଳ ଦ୍ୱାରା ଭାଙ୍ଗି ଦେଇଛନ୍ତି। ଫଳରେ ପରିବାର ଚଳାଇବାକୁ ଏକମାତ୍ର ସାହା ଥିବା ଏହି ଓମ୍‌ଫେଡ ପାଇଁ ଏବେ ରମେଶଚନ୍ଦ୍ରଙ୍କ ପରିବାର ରାଜରାସ୍ତାକୁ ଚାଲି ଆସିଛନ୍ତି। ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ଷ୍ଟେ ଅର୍ଡର ଥିଲେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ବେଖାତିରି କରିଛନ୍ତି। କୋର୍ଟ ଦୋକାନକୁ ଭାଙ୍ଗିବାକୁ ବାରଣ କରିଥିବା ବେଳେ ବିଏମ୍‌ସି ଅଧିକାରୀମାନେ ନିଜର ମନମାନି ଦେଖାଇ ତାକୁ ଭାଙ୍ଗିଥିବା ନଜିରକୁ ଆସିଛି। ଅନ୍ୟପକ୍ଷେ ରମେଶ ନ୍ୟାୟ ପାଇଁ ବିଭିନ୍ନ ମହଲକୁ ଯାଇଥିଲେ ମଧ୍ୟ ନ୍ୟାୟ ମିଳିନାହିଁ। ତେଣୁ ଶେଷରେ ସପରିବାର ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ଆତ୍ମାହୁତି ଦେବେ ବୋଲି କହିଛନ୍ତି।
ଅଭିଯୋଗ ଅନୁଯାୟୀ, ରମେଶ ପରିବାର ସହ ସାମନ୍ତରାପୁର ବସ୍ତିରେ ବସବାସ କରୁଥିବା ବେଳେ ସିଏମ୍‌ପିଡିଆଇ କଲୋନୀରେ ୨୦୧୧ରୁ ସେ ଓମ୍‌ଫେଡ ଦୋକାନ କରିଥିଲେ। ଏପରିକି ଦୋକାନ କରିବା ପାଇଁ ବିଏମ୍‌ସି ସ୍ଥାନ ଚିହ୍ନ କରିବା ସହ ଓମ୍‌ଫେଡ ଲାଇସେନ୍ସରେ ସେ ସେଠାରେ ଦୋକାନ ଚଳାଇ ଆସୁଥିଲେ। ବାତ୍ୟା ଫନୀରେ ତାଙ୍କ ଦୋକାନ ଭାଙ୍ଗିଯାଇଥିଲା। ତେଣୁ ସେ ତାଙ୍କ ଦୋକାନକୁ ପୁଣି ଥରେ ତିଆରି କରୁଥିଲେ। ହେଲେ ସ୍ଥାନୀୟ ନେତା ପ୍ରଥମେ ରମେଶଙ୍କୁ ଦୋକାନ ପାଇଁ ଚାନ୍ଦା ମାଗି ଥିଲେ। ରମେଶ ରୋକ୍‌ଠୋକ ମନା କରି ଦେବାରୁ କେତେଜଣ ପ୍ରଭାବଶଳୀ ନେତାଙ୍କ ଦ୍ୱାରା ବିଏମ୍‌ସି ଜୋନାଲ ଅଧିକାରୀ ରମେଶଙ୍କ ଦୋକାନ ଭାଙ୍ଗିଥିବା କଥା ଜଣାପଡ଼ିଛି। ସେଠାରେ ଅନ୍ୟ ଦୋକାନ ଥିଲେ ମଧ୍ୟ ବିଏମ୍‌ସି କାହିଁକି ଓ କ’ଣ ପାଇଁ ରମେଶଙ୍କ ଦୋକାନ ଉଚ୍ଛେଦ କଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରମେଶ କୋର୍ଟ ଦେଇଥିବା ଷ୍ଟେ ଅର୍ଡରକୁ ଦେଖାଇଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଏ ନେଇ ବିଡିଏର ଯୋଗସୂତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି କହିଛନ୍ତି, ବିଏମ୍‌ସିର ତତ୍ତ୍ୱାବଧାନରେ ବିଡିଏ ଓ ମିଳିତ ଉଚ୍ଛେଦକାରୀ ଦଳ ଉଚ୍ଛେଦ କରେ। ଏକାଧିକ ଦୋକାନୀ ଅସ୍ଥାୟୀ ଲାଇସେନ୍ସ ଦିଆଯାଇଛି ଦୋକାନ କରିବାକୁ। ଆଉ ସ୍ବଳ୍ପ ଲୋକଙ୍କୁ ଦିଆଯାଇଛି ସ୍ଥାୟୀ ଦୋକାନ କରିବାକୁ। ତେଣୁ ରମେଶ ଅସ୍ଥାୟୀ ଭାବେ ଲାଇସେନ୍ସ ନେଇଥିବେ। କ’ଣ ପାଇଁ ତାଙ୍କ ଦୋକାନ ଭଙ୍ଗାଗଲା ସେନେଇ ଅନୁଧ୍ୟାନ କରାଯିବ। ତା’ପରେ ଯାଇ କିଛି ନିଷ୍କର୍ଷ ବାହାରିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri