ହାଇଓ୍ବା-ବୁଲେଟ୍‌ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ସମ୍ବଲପୁର,୨୫ା୧୨(ବ୍ୟୁରୋ): ସମ୍ବଲପୁର ଦେଇ ଯାଇଥିବା ୫୫ ନଂ. ଜାତୀୟ ରାଜପଥର ଯୁଯୁମୁରା ଥାନା ଅମିଲିପାଏନ୍‌ ନିକଟରେ ବୁଧବାର ଏକ ହାଇୱା ଏବଂ ବୁଲେଟ୍‌ ମଧ୍ୟରେ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଖୋର୍ଦ୍ଧା ଜିଲା ବାଲିଅନ୍ତା ଅଞ୍ଚଳର ନିଲୁ ସାହୁ(୩୦)। ଗୁରୁତର ସୋନୁ ବାରିକ(୨୫)।
ସୂଚନାଯୋଗ୍ୟ, ବୁଲେଟ୍‌ଟି ସମ୍ବଲପୁରରୁ ଭୁବନେଶ୍ୱରକୁ ଯାଉଥିଲା। ଏହି ସମୟରେ ରେଢ଼ାଖୋଲ ପଟୁ ଆସୁଥିବା ଏକ ହାଇୱା ସହ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଲୁ ଓ ସୋନୁଙ୍କୁ ଜିଲା ସଦର ଡାକ୍ତରଖାନା ନେଇଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ନିଲୁଙ୍କର ମୃତ୍ୟୁ ଘଟିଛି । ଯୁଯୁମୁରା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଫିକା ପଡ଼ିଲା ସବୁ ପର୍ବ: ଦଶହରା ଭଳି କଟକଣାରେ ହେବ କାଳି ପୂଜା

କଟକ ଅଫିସ, ୯।୧୧: କରୋନା ପାଇଁ ଚଳିତ ବର୍ଷ ପ୍ରାୟ ସବୁ ପୂଜା ପର୍ବ ଫିକା ପଡ଼ିଛି। ଦଶହରାରେ ଯେଉଁପରି କଟକଣା ଲାଗୁ ହୋଇଥିଲା କାଳି...

ମାଓବାଦୀ ଯୋଜନା ପଣ୍ଡ : ୩ ବୋମା ନିଷ୍କ୍ରିୟ କଲେ ଯବାନ

ଚିତ୍ରକୋଣ୍ଡା,୨୩।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ଯୋଜନା ପଣ୍ଡ ହୋଇଛି।ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ବୋମାକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି। ସୂଚନାଯୋଗ୍ୟ,...

୫୦ଫୁଟ ତଳକୁ ଖସିଲା ଅଟୋ, ୧୪ ଆହତ

ରାମଗିରି,୧୧ା୭(ଡି.ଏନ.ଏ.): ଗଜପତି ଜିଲା ରାମଗିରି ଥାନା ବଡ଼ଗଁ। ନିକଟସ୍ଥ ମାଙ୍କଡ଼ଡ଼ଇଁ। ଘାଟି ବୁଲାଣିରେ ବୁଧବାର ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ ଜଣ ଆହତ ହୋଇଛନ୍ତି।...

କରୋନା ମୁକାବିଲା: ଏମଏଲଏ ଲ୍ୟାଡ ଜିଲାପାଳଙ୍କୁ ଦେଲେ ବିଧାୟକ

ଦାରିଙ୍ଗବାଡି,୨୫ା୩(ଡି.ଏନ୍‌.ଏ.)-କରୋନା ମୁକାବିଲା ପାଇଁ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବୁଧବାର ୨୦୨୦-୨୧ ଆର୍ଥିକ ବର୍ଷର ଏମଏଲଏ ଲ୍ୟାଡ ଜିଲା ପ୍ରଶାସନକୁ ଦେଇଛନ୍ତି। ଜିଲା ପ୍ରଶାସନ...

ଜନ୍ତୁ ଶିକାର ପାଇଁ ବିଛାଇଥିଲେ ତାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୯।୧୨(ଡି.ଏନ୍‌.ଏ.): ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଇଥିଲେ ବିଦ୍ୟୁତ ତାର। ହେଲେ ତାହା ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ହୋଇଥିଲେ। ଏହି ଘଟଣାରେ ଶୁକ୍ରବାର...

ବୁଲା ଗୋରୁଙ୍କ ପାଇଁ ବଢୁଛି ଦୁର୍ଘଟଣା

ଉଦଳା,୬ା୯(ଡି.ଏନ୍‌.ଏ.)- ଦେଶ ତମାମ ଟ୍ରାଫିକ୍‌ ବ୍ୟବସ୍ଥା ଏବେ କଡାକଡି କରାଯାଇଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି ଗାଡି ଚାଳକ। ମାତ୍ର...

ମାଛ ଧରା କଣ୍ଟା ଗିଳିଲା ବଉଳା କୁମ୍ଭୀର, ଉଦ୍ଧାର ପରେ କରାଗଲା ଅସ୍ତ୍ରୋପଚାର

ପଦ୍ମପୁର/ବାସୁଦେବପୁର,୧।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସାରଙ୍ଗପୁର ଗ୍ରାମରୁ ଶୁକ୍ରବାର ସକାଳେ ଏକ ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି। ଗ୍ରାମର...

ବୁରୁଜାଲ ଗାଁରେ ଗୋଷ୍ଠୀ ସଂଘର୍ଷ: ୬ ଆହତ

ଚାନ୍ଦବାଲି,୧୭।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉତୁକୁଡ଼ା ପଞ୍ଚାୟତର ବୁରୁଜାଲ ଗାଁରେ ବୁଧବାର ସକାଳେ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ...

Advertisement
Archives

Model This Week