ହର୍ପିସ ଭୂତାଣୁର ଅନୁଧ୍ୟାନ ପାଇଁ ନନ୍ଦନକାନନ ଆସିବେ କେନ୍ଦ୍ରୀୟ ଟିମ୍‌

ବାରଙ୍ଗ,୨୩ା୯(ଡି.ଏନ.ଏ) : ନନ୍ଦନକାନନରେ ହର୍ପିସ ଭାଇରସ ଯୋଗୁ ୪ଟି ହାତୀଙ୍କର ମୃତ୍ୟୁ ଘଟଣା କର୍ତ୍ତୃପକ୍ଷଙ୍କ ପାଇଁ ନାନା ଚିନ୍ତା ବଢ଼ାଇଛି। ଏହି ଘଟଣା ଏବେ ରାଜ୍ୟରେ ସୀମିତ ହୋଇରହି ନାହଁି। ଜାତୀୟସ୍ତରରେ ମଧ୍ୟ ଏହାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ଏହି ଘଟଣା ପରେ ନନ୍ଦନକାନନ ପକ୍ଷରୁ ବିଭିନ୍ନ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସହ ବିଚାରବିମର୍ଶ ମଧ୍ୟ କରାଯାଇଛି ବୋଲି ସୂଚନା ମିଳିଛି। ଶନିବାର ନନ୍ଦନକାନନରେ ହୋଇଥିବା ବୈଷୟିକ କମିଟିର ବୈଠକରେ ଡାକ୍ତରମାନଙ୍କ ଚିକିତ୍ସା ପ୍ରଣାଳୀ ତର୍ଜମା କରିବା ସହ ପ୍ରତିକାର ପାଇଁ ବିଭିନ୍ନ ଆଲୋଚନା କରାଯାଇଥିଲାନ୍‌। ଆମେରିକା, କେରଳ ଓ ଆସାମ ସହ ନନ୍ଦନକାନନ ପକ୍ଷରୁ ଯୋଗାଯୋଗ ରଖାଯାଇଛି ବୋଲି ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ତେବେ ଏହି ଘଟଣା ପରେ ଆସନ୍ତା ୨୫ ତାରିଖରେ କେନ୍ଦ୍ରୀୟ ଚିଡିଆଖାନାର ଏକ ଟିମ ହାତୀ ମୃତ୍ୟୁ ବିଷୟରେ ଅନୁଧ୍ୟାନ ପାଇଁ ନନ୍ଦନକାନନକୁ ଆସୁଥିବାର ଜଣାପଡିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏ ବିଷୟରେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରଙ୍ଗାସାଗର ଜଙ୍ଗଲରେ ପଶିବାକୁ ମନା

ତରବୋଡ/ନୂଆପଡ଼ା ଅଫିସ,୧୪।୧: ନୂଆପଡ଼ା ଜିଲା କୋମନା ବନାଞ୍ଚଳ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ନିକଟସ୍ଥ କରଙ୍ଗାସାଗର ଜଙ୍ଗଲରେ ୨ଟି କଲରାପତରିଆ ବାଘ ଦେଖିବାକୁ ମିଳିଛି। ଗତ...

ପୋଲିସ ଛାଡ଼ି ପଳାଇଲା

ଭୁବନେଶ୍ୱର,୧୯ା୪(ବ୍ୟୁରୋ): ଓଡ଼ିଶା ରାଜ୍ୟ ଘରୋଇ ଡ୍ରାଇଭର ମହାସଂଘ ଡାକରାରେ ଆନ୍ଦୋଳନ କରିବାକୁ ସୋମବାର ଆସିଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭରଙ୍କ କବ୍‌ଜାକୁ ଚାଲିଯାଇଥିଲା ରାଜଧାନୀ ଭୁବନେଶ୍ୱର।...

ସିବିଏସ୍‌ଇ, ସିଆଇଏସ୍‌ସିଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଶୁଣାଣି ୩କୁ ଘୁଞ୍ଚିଲା

ଭୁବନେଶ୍ୱର, ୧ା୬(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଏବଂ କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ୍‌ ସାର୍ଟିଫିକେଟ୍‌ ଏଜୁକେଶନ (ସିଆଇଏସ୍‌ସିଇ)ର ଦ୍ୱାଦଶ ବୋର୍ଡ...

ଆମମାନଙ୍କ ପ୍ରାର୍ଥନା ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଶ୍ଚିତ ଶୁଣିବେ: ସମ୍ବିତ ପାତ୍ର

ଭୁବନେଶ୍ୱର,୨୧।୬: ଏବର୍ଷ ପୁରୀ ସମେତ ସାରା ଓଡିଆରେ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ଭାଜପା...

ଓଡ଼ିଶା-ଆନ୍ଧ୍ର ସୀମା ସିଲ୍‌

ରାୟଗଡ଼ା ଅଫିସ/ଗୁଣପୁର,୧୨ା୪: ରାୟଗଡ଼ା ଜିଲାରେ ଲଗାତର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରୁ ୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି।...

ମେଷ ରାଶିରେ ସୂର୍ଯ୍ୟ

ଓଡ଼ିଆ ପରମ୍ପରାନୁଯାୟୀ ଆଜିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ...

ପୁଣି ଧବଳେଶ୍ୱର ପୀଠରେ ୧୪୪ ଧାରା

ଆଠଗଡ଼,୩।୧୧(ଡି.ଏନ୍‌.ଏ.): କଟକ ଜିଲାରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠରେ ପୁଣି ୧୪୪ ଧାରା ଲାଗୁ କରାଯାଇଛି। ଦୀପାବଳିରେ ଭିଡ଼କୁ ଦୃଷ୍ଟିରେ ରଖି ଏହି...

ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଗୁରୁବାର ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରର ବାତ୍ୟା ପ୍ରଭାବିତ ଅଞ୍ଚଳରେ...

Advertisement
Archives

Model This Week