Posted inଜାତୀୟ

ହରିୟାଣା ନିର୍ବାଚନ: ପଛରେ ପଡିଗଲେ ଟିକ୍‌ଟକ୍‌ ଷ୍ଟାର୍‌

ଚଣ୍ଡିଗଡ,୨୪।୧୦: ହରିୟାଣା ଆଦମପୁର ଆସନରେ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସର ପ୍ରାର୍ଥୀ କୁଳଦୀପ ବିଶୋଇ ୨୦ ହଜାର ଭୋଟରେ ଆଗୁଆ ଥିବାବେଳେ ପଛରେ ପଡିଯାଇଛନ୍ତି ବହୁଚର୍ଚ୍ଚିତ ଟିକ୍‌ଟକ୍‌ ଷ୍ଟାର୍‌ ତଥା ଭାଜପା ପ୍ରାର୍ଥୀ ସୋନାଲି ଫୋଗଟ୍‌। ନିର୍ବାଚନ ପୂର୍ବରୁ ଏହି ଆସନରେ କଡା ଟକ୍କର ହେବାର ଆଲୋଚନା ଚାଲିଥିଲା। ଏହି ଆସନଟି ବିଶୋଇ ପରିବାରର ଗଡ କୁହାଯାଉଥିବାବେଳେ ତାକୁ ଭାଙ୍ଗିବାକୁ ଏକ ଲୋକପ୍ରିୟ ଚେହେରାକୁ ପ୍ରାର୍ଥୀ କରିଥିଲା ଭାଜପା। କିନ୍ତୁ ତାହା କାମ ଦେଲା ଭଳି ଲାଗୁନାହିଁ। ସୂଚନାଯୋଗ୍ୟ, ହରିୟାଣାର ହିସାର ଜିଲାର ସନ୍ତ ନଗରରେ ରହୁଥିବା ସୋନାଲି(୪୦) ନିଜର ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରି ବେଶ୍‌ ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଲଓ୍ବାମାରେ ଆତଙ୍କବାଦୀ ଲୁଚିଥିବା ଖବର: ହାଇ ଆଲର୍ଟ ଜାରି

ଶ୍ରୀନଗର,୨୦।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଲୁଚିଥିବା ଖବର ନେଇ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ସେନା ଯବାନ, ଜମ୍ମୁ-କଶ୍ମୀର ପୋଲିସ...

୨ ବର୍ଷରେ ଭାଜପା ପାଇଛି ୯୧୫ କୋଟି

ନୂଆଦିଲ୍ଲୀ,୧୦ା୭ (ପି.ଟି.): ଭାଜପା ୨୦୧୬ରୁ ୨୦୧୮ ମଧ୍ୟରେ ୧୫ ଶହ ଶିଳ୍ପ ଜଗତରୁ ୯୧୫ କୋଟିରୁ ଅଧିକ ଟଙ୍କା ଚାନ୍ଦା ଆକାରରେ ପାଇଛି। ଏହି ସମୟ...

ଏଣିକି ଟ୍ରେନରେ ଖାଦ୍ୟ ହେବ ମହଙ୍ଗା

ମୁମାଇ,୧୫।୧୧: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ରେଲୱେ ବୋର୍ଡର ପର୍ଯ୍ୟଟନ ଓ...

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ନ ଥିବା ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୧ ।୯: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା ସମେତ କିଛି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ...

ଲୁଧିଆନା ଜେଲରେ ଗୁଳିକାଣ୍ଡ: ଏସିପି ଆହତ

ଲୁଧିଆନା,୨୭।୬: ପଞ୍ଜାବର ଲୁଧିଆନାରେ ଥିବା ସେଣ୍ଟ୍ରାଲ୍‌ ଜେଲରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ପ୍ରଥମେ ପଥରମାଡ ଓ ପରେ ଗୁଳି ମାଡ ହୋଇଥିଲା। ଏଥିରେ କେତେଜଣ...

ମମତା ‘ରାମ ନାମ’ ନେଲେ ଖରାପ ଶକ୍ତିର ପ୍ରଭାବ କମିଯିବ: ଭାଜପା ନେତା

ନୂଆଦିଲ୍ଲୀ,୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଭାଜପା ଟାର୍ଗେଟରେ। ଜୟ ଶ୍ରୀରାମକୁ ନେଇ ଉଭୟ ଦଳ ଭିତରେ ଚାଲିଥିବା ତୁତୁ ମେମେ ଏବେ ଚରମ...

ଶାହଙ୍କ କଶ୍ମୀର ମିଶନ: ଶହୀଦ୍‌ ଇନସ୍ପେକ୍ଟର ପରିବାରଙ୍କୁ ଭେଟିଲେ

ଶ୍ରୀନଗର,୨୭।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ଗସ୍ତରେ ଆସିଛନ୍ତି। ଗସ୍ତକାଳରେ ସେ ଗୁରୁବାର ଶହୀଦ୍‌ ଇନସ୍ପେକ୍ଟର ଅରଶଦ୍‌ ଖାଁଙ୍କ ପରିବାର ସଦସ୍ୟଙ୍କୁ ଭେଟି ସ୍ବାନ୍ତନା...

ସିଏଏକୁ ବିରୋଧ: କେରଳ ବିଧାନସଭାରେ ପ୍ରସ୍ତାବ ପାରିତ

ଥିରୁଭାନନ୍ତପୁରମ୍‌,୩୧।୧୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ କେରଳ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟର ସିପିଆଇ ମେଣ୍ଟ ସରକାର ଏହାକୁ ବିରୋଧ କରିଛନ୍ତି।...


Coronavirus Update

Archives

Model This Week

Why Dharitri