Posted inଖେଳ

ହରିୟାଣା ଝିଅ ଶାମିଆଙ୍କୁ ବିବାହ କରିବେ ପାକିସ୍ତାନ କ୍ରିକେଟର ହାସାନ

କରାଚି, ୩୧।୭ (ପି.ଟି.)- ପାକିସ୍ତାନ ଦ୍ରୁତ ବୋଲର ହାସାନ ଅଲି ଜଣେ ଭାରତୀୟ ଝିଅଙ୍କୁ ବିବାହ କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ଯୁବତୀ ଜଣଙ୍କ ହେଉଛନ୍ତି ହରିୟାଣା ମଓ୍ବୋତ୍‌ ଜିଲାର ଶାମିଆ ଆର୍‌ଜୋ। ରିପୋର୍ଟ ମୁତାବକ, ଅଗଷ୍ଟ ୨୦ରେ ଦୁବାଇସ୍ଥିତ ଆଟ୍‌ଲାଣ୍ଟିଆ ପ୍ଲାମ ହୋଟେଲରେ ଶାମିଆଙ୍କ ସହ ହାସାନ ବିବାହ ବନ୍ଧନରେ ଆବଦ୍ଧ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଜିଓ ନ୍ୟୁଜ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶାମିଆଙ୍କ ବାପା ଲିଆକତ୍‌ ଅଲି, ଭାଇ ଆକବର୍‌, ମା’ ରାହିଶାଙ୍କ ସମେତ ପରିବାରର ୧୦ଜଣ ସଦସ୍ୟ ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଅଗଷ୍ଟ ୧୭ରେ ଦୁବାଇ ଗସ୍ତ କରିବେ ବୋଲି ଜଣାପଡ଼ିଛି। ହରିୟାଣାସ୍ଥିତ ମାନବ ରଚନା ବିଶ୍ୱବିଦ୍ୟାଳୟରୁ ଶାମିଆ ବି. ଟେକ୍‌ (ଏରୋନଟିକାଲ୍‌) ଡିଗ୍ରୀ ହାସଲ କରି ଜେଟ୍‌ ଏୟାରଓ୍ବେଜ୍‌ରେ ଚାକିରି କରିଥିଲେ। କିନ୍ତୁ ବର୍ତ୍ତମାନ ସେ ଏମିରେଟ୍ସ ଏୟାରଲାଇନ୍ସରେ ଫ୍ଲାଇଟ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଏବଂ ଦୁବାଇରେ ଅବସ୍ଥାନ କରୁଛନ୍ତି। ଜଣେ ବନ୍ଧୁଙ୍କ ସହାୟତାରେ ହାସାନ ପ୍ରଥମଥର ଲାଗି ଶାମିଆଙ୍କୁ ଦୁବାଇରେ ଭେଟିଥିଲେ।
ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ହାସାନ ୨୦୧୬ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ପକ୍ଷରୁ ୯ ଟେଷ୍ଟ, ୫୩ ଦିନିକିଆ ଓ ୩୦ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ଯଥାକ୍ରମେ ୩୧, ୮୨ ଓ ୩୫ ଉଇକେଟ୍‌ ଅକ୍ତିଆର କରିଛନ୍ତି। ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତକୁ ପରାସ୍ତ କରିବାରେ ହାସାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଠାରେ ସ୍ମରଣଯୋଗ୍ୟ, ଭାରତୀୟ ଝିଅକୁ ବିବାହ କରିବାରେ ହାସାନ ପ୍ରଥମ ପାକିସ୍ତାନ କ୍ରିକେଟର୍‌ ନୁହଁନ୍ତି। ତାଙ୍କ ପୂର୍ବରୁ ନିକଟରେ କ୍ରିକେଟରୁ ଅବସର ନେଇଥିବା ସୋଏବ ମଲିକ ଭାରତୀୟ ଟେନିସ ଲଳନା ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। ସେହିଭଳି ଅନ୍ୟତମ ପାକିସ୍ତାନ କ୍ରିକେଟର୍‌ ଜାହିର୍‌ ଆବାସ ଓ ମୋହସିନ ହାସାନ ଖାଁ ମଧ୍ୟ ଭାରତରେ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri