Posted inଖେଳ

ହରିୟାଣା ଝିଅ ଶାମିଆଙ୍କୁ ବିବାହ କରିବେ ପାକିସ୍ତାନ କ୍ରିକେଟର ହାସାନ

କରାଚି, ୩୧।୭ (ପି.ଟି.)- ପାକିସ୍ତାନ ଦ୍ରୁତ ବୋଲର ହାସାନ ଅଲି ଜଣେ ଭାରତୀୟ ଝିଅଙ୍କୁ ବିବାହ କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ଯୁବତୀ ଜଣଙ୍କ ହେଉଛନ୍ତି ହରିୟାଣା ମଓ୍ବୋତ୍‌ ଜିଲାର ଶାମିଆ ଆର୍‌ଜୋ। ରିପୋର୍ଟ ମୁତାବକ, ଅଗଷ୍ଟ ୨୦ରେ ଦୁବାଇସ୍ଥିତ ଆଟ୍‌ଲାଣ୍ଟିଆ ପ୍ଲାମ ହୋଟେଲରେ ଶାମିଆଙ୍କ ସହ ହାସାନ ବିବାହ ବନ୍ଧନରେ ଆବଦ୍ଧ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଜିଓ ନ୍ୟୁଜ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶାମିଆଙ୍କ ବାପା ଲିଆକତ୍‌ ଅଲି, ଭାଇ ଆକବର୍‌, ମା’ ରାହିଶାଙ୍କ ସମେତ ପରିବାରର ୧୦ଜଣ ସଦସ୍ୟ ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଅଗଷ୍ଟ ୧୭ରେ ଦୁବାଇ ଗସ୍ତ କରିବେ ବୋଲି ଜଣାପଡ଼ିଛି। ହରିୟାଣାସ୍ଥିତ ମାନବ ରଚନା ବିଶ୍ୱବିଦ୍ୟାଳୟରୁ ଶାମିଆ ବି. ଟେକ୍‌ (ଏରୋନଟିକାଲ୍‌) ଡିଗ୍ରୀ ହାସଲ କରି ଜେଟ୍‌ ଏୟାରଓ୍ବେଜ୍‌ରେ ଚାକିରି କରିଥିଲେ। କିନ୍ତୁ ବର୍ତ୍ତମାନ ସେ ଏମିରେଟ୍ସ ଏୟାରଲାଇନ୍ସରେ ଫ୍ଲାଇଟ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଏବଂ ଦୁବାଇରେ ଅବସ୍ଥାନ କରୁଛନ୍ତି। ଜଣେ ବନ୍ଧୁଙ୍କ ସହାୟତାରେ ହାସାନ ପ୍ରଥମଥର ଲାଗି ଶାମିଆଙ୍କୁ ଦୁବାଇରେ ଭେଟିଥିଲେ।
ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ହାସାନ ୨୦୧୬ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ପକ୍ଷରୁ ୯ ଟେଷ୍ଟ, ୫୩ ଦିନିକିଆ ଓ ୩୦ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ଯଥାକ୍ରମେ ୩୧, ୮୨ ଓ ୩୫ ଉଇକେଟ୍‌ ଅକ୍ତିଆର କରିଛନ୍ତି। ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତକୁ ପରାସ୍ତ କରିବାରେ ହାସାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଠାରେ ସ୍ମରଣଯୋଗ୍ୟ, ଭାରତୀୟ ଝିଅକୁ ବିବାହ କରିବାରେ ହାସାନ ପ୍ରଥମ ପାକିସ୍ତାନ କ୍ରିକେଟର୍‌ ନୁହଁନ୍ତି। ତାଙ୍କ ପୂର୍ବରୁ ନିକଟରେ କ୍ରିକେଟରୁ ଅବସର ନେଇଥିବା ସୋଏବ ମଲିକ ଭାରତୀୟ ଟେନିସ ଲଳନା ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। ସେହିଭଳି ଅନ୍ୟତମ ପାକିସ୍ତାନ କ୍ରିକେଟର୍‌ ଜାହିର୍‌ ଆବାସ ଓ ମୋହସିନ ହାସାନ ଖାଁ ମଧ୍ୟ ଭାରତରେ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରିଙ୍ଗରେ ଆଉ ଜଣେ ବକ୍ସରଙ୍କ ମୃତ୍ୟୁ

ବୁଏନ୍‌ସ ଆରିଜ,୨୬।୭(ଏ.ଏଫ୍‌.ପି.)- ବକ୍ସିଂ ରିଙ୍ଗରେ ଆଘାତ ଲାଗିବା କାରଣରୁ ଆର୍ଜେଣ୍ଟିନା ବକ୍ସର ହୁଗୋ ସାଣ୍ଟିଲାନଙ୍କ ମୃତ୍ୟୁ ଘଟିଛି। ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଘଟଣା, ଯେଉଁଥିରେ...

୨ ରନରେ ହାରିଲା ଅଷ୍ଟ୍ରେଲିଆ

ସାଉଥାମ୍ପଟନ,୫।୯(ଏପି): ପ୍ରଥମ ଟି୨୦ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ଶେଷ ବଲରେ ମାତ୍ର ୨ ରନରେ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଓଲ...

ଭାରତୀୟ ଆଥଲେଟଙ୍କୁ ବାରଣ

ନୂଆଦିଲ୍ଲୀ, ୧୬ା୫ (ପି.ଟି.)-କୋଭିଡ୍‌-୧୯ ଯୋଗୁ କୌଣସି ଭାରତୀୟ ଆଥଲେଟଙ୍କୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଦେଶରେ କୌଣସି ପ୍ରତିଯୋଗିତାରେ ଭାଗ ନେବାଲାଗି ଅନୁମତି ମିଳିବ ନାହିଁ ।...

ଦଳରେ ସାମିଲ ହେବା ପରେ କୋହଲିଙ୍କୁ ନେଇ ଏଭଳି କହିଲେ ଟେଓ୍ବାଟିଆ, ଡ୍ରେସିଂ ରୁମ୍‌ରେ…

ନୂଆଦିଲ୍ଲୀ,୨୧।୨: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ପାଇଁ ଭାରତର ୧୯ ସଦସ୍ୟ ବିଶିଷ୍ଟ ଟିମ୍‌ର ଘୋଷଣା କରାଯାଇଛି। ଏଥିରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି।...

ଆର୍‌ସିବିର ପିଛା ଛାଡୁନି ୨୩ ଏପ୍ରିଲ

ମୁମ୍ବାଇ,୨୫।୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏବଂ ଏପ୍ରିଲ ୨୩ ତାରିଖ ମଧ୍ୟରେ ଏକ ସଂଯୋଗ ରହିଛି। ଗତ ଶନିବାର ତଥା ଏପ୍ରିଲ ୨୩ ତାରିଖରେ...

ଭାରତ-ଏ’ର ସିରିଜ କ୍ଲିନ୍‌ସୁଇପ୍‌

ବେଙ୍ଗାଲୁରୁ, ୩।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ୧୫୨ ରନରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ’କୁ ପରାସ୍ତ କରିଛି। ଏଥିସହ ପ୍ରିୟଙ୍କ...

ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ଶ୍ରୀଲଙ୍କା, ୫୦ ରନ୍‌ରେ ୫ ଓ୍ବିକେଟ…

ବେଙ୍ଗାଲୁରୁ,୧୨।୩ : ଭାରତ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗଲୁରୁର ଚିନ୍ନାସ୍ବାମୀ ଷ୍ଟାଡ଼ିୟମ୍‌ରେ ଚାଲିଥିବା ଦିବାରାତ୍ର ଟେଷ୍ଟ୍‌ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତ ଅଲଆଉଟ୍‌ ହେବା ସହିତ...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ: ନାଡାଲ, ସିତ୍‌ସିପାସ, ଜେଭରେଭ ସେମିଫାଇନାଲରେ

ପ୍ୟାରିସ, ୧୦।୬- ସ୍ପେନ୍‌ ସୁପରଷ୍ଟାର ରାଫାଲ ନାଡାଲ, ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

Advertisement
Archives

Model This Week