Posted inଜାତୀୟ

ହରିୟାଣାର ୯୩% ନବନିର୍ବାଚିତ ବିଧାୟକ କୋଟିପତି

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ହରିୟାଣାର ନବନିର୍ବାଚିତ ୯୦ ବିଧାୟକଙ୍କ ମଧ୍ୟରୁ ୮୪ ଜଣ କୋଟିପତି ଥିବା ଆସୋସିଏଶନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ବିଶ୍ଳେଷଣରୁ ଜଣାପଡିଛି। ଅର୍ଥାତ୍‌ ୯୩ ପ୍ରତିଶତ ବିଧାୟକଙ୍କ ସମ୍ପତ୍ତି ପରିମାଣ ୧ କୋଟି ଟଙ୍କାରୁ ଅଧିକ। ପୂର୍ବ ବିଧାନସଭାରେ ୭୫ ବିଧାୟକଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଥିଲା। ପୂର୍ବ ବିଧାନସଭା ତୁଳନାରେ ଏଥର ବିଧାନସଭାର କୋଟିପତି ବିଧାୟକ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଥିବା ଏଡିଆର୍‌ ରିପୋର୍ଟରେ କୁହାଯାଇଛି। ନବନିର୍ବାଚିତ ୪୦ ଭାଜପା ବିଧାୟକଙ୍କ ମଧ୍ୟରୁ ୩୭ କୋଟିପତି ହୋଇଥିଲାବେଳେ ୩୧ କଂଗ୍ରେସ ବିଧାୟକଙ୍କ ମଧ୍ୟରେ କୋଟିପତିଙ୍କ ସଂଖ୍ୟା ୨୯ ରହିଛି। ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟିର ୧୦ ବିଧାୟକଙ୍କ ହାରାହାରି ସମ୍ପତ୍ତି ୨୫.୨୬ କୋଟି ବୋଲି ଏହି ରିପୋର୍ଟରୁ ଜଣାପଡିଛି।
୫୭ ବିଧାୟକଙ୍କ ବୟସ ୪୧ରୁ ୫୦ ମଧ୍ୟରେ ହୋଇଥିଲାବେଳେ ୬୨ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ। ୧୨ ନୂଆ ବିଧାୟକଙ୍କ ନାଁରେ ଫୌଜଦାରି ମାମଲା ରହିଛି। ସେଥିରୁ କଂଗ୍ରେସର ୪ ଜଣ ହୋଇଥିଲାବେଳେ ଭାଜପାର ୨ ଓ ଜେଜେପିରୁ ଜଣେ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ଷ ବର୍ଦ୍ଧନ ହେବେ ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ

ଜେନେଭା/ନୂଆଦିଲ୍ଲୀ,୨୦ା୫: କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବେ। ୩୪ ସଦସ୍ୟ ବିଶିଷ୍ଟ ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟନିର୍ବାହୀ ବୋର୍ଡର...

ବଳାତ୍କାର ଅଭିଯୋଗ ଆଣିଲେ ମା’

ଶାହାଜହାନପୁର, ୭ା୩: ପୁଅ ବାପାଙ୍କ ପରିଚୟ ମାଗିବା ପରେ ବଳାତ୍କାରର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ମା’। ଉତ୍ତରପ୍ରଦେଶର ଶାହାଜହାନପୁରଠାରେ ଏଭଳି ଘଟଣା ସାମ୍‌ନାକୁ...

କରୋନା ତୃତୀୟ ଲହରର ଭୟ ଥିଲେ ବି ଖୋଲାଯାଇ ପାରିବ ପ୍ରାଇମେରୀ ସ୍କୁଲ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୦ ।୭: ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଯାଉଥିବା ବେଳେ ଆଗକୁ ଆସୁଥିବା ତୃତୀୟ ଲହର କିନ୍ତୁ ମନରେ ଭୟ ସୃଷ୍ଟି କରି...

ଓ୍ବାର୍ଲଡ କପ୍‌ ପ୍ରେମ: ସୁନାରେ ବ୍ୟାଟ, ବଲ ତିଆରି କଲେ ଯୁବକ

ଅହମ୍ମଦାବାଦ,୧୬।୬: ଗୁଜରାଟ ଅହମ୍ମଦାବଦର ମନିଷ ସୋନୀ ନାମକ ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିକେଟ ଓ୍ବାର୍ଲଡ କପ୍‌ ଚାଲିଥିବା ସମୟରେ ସେ ସୁନାରେ କ୍ରିକେଟ...

ଆଜି ତେଲଙ୍ଗାନା-ତାମିଲନାଡୁ ଗସ୍ତ କରିବେ ମୋଦି, ୨ଟି ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨ଦିନିଆ ଦକ୍ଷିଣ ଭାରତର ତିନୋଟି ରାଜ୍ୟ ଗସ୍ତ କରିବେ। ଏହି ଦୁଇ ଦିନରେ ପ୍ରଧାନମନ୍ତ୍ରୀ ମୋଦି ତେଲଙ୍ଗାନା ଏବଂ...

ସ୍ବଚ୍ଛ ଭାରତ ମିଶନ- ଅର୍ବାନ ୨.୦ ଶୁଭାରମ୍ଭ: ପ୍ରଧାନମନ୍ତ୍ରୀ କହିଲେ, ସଫେଇ କର୍ମଚାରୀ ଅସଲ ମହାନାୟକ

ନୂଆଦିଲ୍ଲୀ,୧।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ୟତମ ଚର୍ଚ୍ଚିତ ଯୋଜନା ମଧ୍ୟରୁ ସ୍ବଚ୍ଛ ଭାରତ ମିଶନ ଅନ୍ୟତମ। ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ନୂଆଦିଲ୍ଲୀର...

ସାବରିମାଲା ପ୍ରସାଦରେ ହଲାଲ ଗୁଡ଼ ବିବାଦ, ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୨୨।୧୧: ସାବରିମାଲା ମନ୍ଦିରରେ ପ୍ରସାଦ ଏବଂ ନୈବେଦ୍ୟ ପାଇଁ ବ୍ୟବହୃତ ହେଉଥିବା ଅଶୁଦ୍ଧ ହଲାଲ ଗୁଡ଼ ବିବାଦରେ କେରଳ ହାଇକୋର୍ଟ ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ...

ନିର୍ମାଣଧିନ କୋଠା ଭୁଶୁଡି ଚାଲିଗଲା ୨ ଜଣଙ୍କ ଜୀବନ

ଚଣ୍ଡିଗଡ,୧୦।୧୦: ପଞ୍ଜାବର ମୋହଲିଠାରେ ଏକ ନିର୍ମାଣଧିନ କୋଠା ଭୁଶୁଡ଼ି ପଡିଛି। ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା...

Advertisement
Archives

Model This Week