Posted inଜାତୀୟ

ହରିୟାଣାରେ ମୋଦି, ରାହୁଲ ମୁହଁ।ମୁହିଁ

ଗୋହାନା,୧୯ା୧୦(ପି.ଟି.): କଂଗ୍ରେସର କୁଶାସନ ବେଳେ ଯବାନ ହୁଅନ୍ତୁ କି ଚାଷୀ ଅଥବା କ୍ରୀଡ଼ାବିତ୍‌ ଦେଶରେ କେହି ସୁରକ୍ଷିତ ନ ଥିଲେ। ଏହି ଦଳ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ହେଉ କି ଅନୁଚ୍ଛେଦ ୩୭୦ ଉଚ୍ଛେଦ କୌଣସି ଭଲ କାମକୁ ସମର୍ଥନ କରିନାହିଁ। ପାକିସ୍ତାନ ସହ କଂଗ୍ରେସର ସମ୍ପର୍କ କ’ଣ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶ୍ନ କରିଛନ୍ତି।
୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ଆସନ୍ତା ୨୧ରେ ହେବ। ପ୍ରଧାନମନ୍ତ୍ରୀ ଏଥିପାଇଁ ପ୍ରଚାରରେ ଯାଇ କଂଗ୍ରେସ ଉପରେ ବର୍ଷିଛନ୍ତି। ସୋନେପଥ ଜିଲା ଗୋହନାରେ ଭାଜପାର ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ବିରୋଧରେ ବିଭିନ୍ନ ପ୍ରସଙ୍ଗ ଉଠାଉଛି। ସେଗୁଡ଼ିକୁ ଦୃଢ଼ କରିବା ଲାଗି କଂଗ୍ରେସକୁ ବ୍ୟବହାର କରୁଛି। କାରଣ କଂଗ୍ରେସ ଜାତୀୟ ସ୍ବାର୍ଥରେ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରୁଛି। ଆମେ ଯେତେବେଳେ ବି ସ୍ବଚ୍ଛ ଭାରତ କି ସର୍ଜିକାଲ ଷ୍ଟ୍ରାଇକ୍‌ କଥା କହୁ, କଂଗ୍ରେସର ପେଟବ୍ୟଥା ହୁଏ। ବାଲାକୋଟ କଥା କହିଲେ କଂଗ୍ରେସ ଯନ୍ତ୍ରଣାରେ ଡେଇଁବା ଆରମ୍ଭ କରେ। ସେହିପରି କଂଗ୍ରେସ ଏବେଠାରୁ ନିର୍ବାଚନରେ ପରାଜୟକୁ ସ୍ବୀକାର କରିଛି ବୋଲି ସେ ହିସାରରେ ସମାଲୋଚନା କରିଛନ୍ତି।


ମୋଦିଙ୍କ ଅର୍ଥନୀତି ଜ୍ଞାନ ନାହିଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୀତି ଜ୍ଞାନ ନାହିଁ। ଭାଜପାର ଲୋକଙ୍କୁ ପରସ୍ପର ସହ ଲଢ଼ାଇବା ରାଜନୀତିକୁ ନେଇ ବିଶ୍ୱ ସମୁଦାୟ ଭାରତକୁ ଉପହାସ କରୁଛି ବୋଲି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ସେ ଆର୍ଥିକ ମାନ୍ଦାବସ୍ଥା, ବେକାରି ସମସ୍ୟା ଓ ଚାଷୀଙ୍କ ଦୁର୍ଦ୍ଦଶା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି।
ମହେନ୍ଦ୍ରଗଡ଼ରେ ଦଳର ଏକ ସଭାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବଦଳରେ ରାହୁଲ ଯୋଗଦେଇଛନ୍ତି। ସେ କହିଛନ୍ତି, ଚାପରେ ଥିବା ଗଣମାଧ୍ୟମର ବନ୍ଧୁମାନେ ୨୪ ଘଣ୍ଟା କେବଳ ମୋଦିଙ୍କ ଭାଷଣ ଦେଖାଉଛନ୍ତି। ମୋଦିଙ୍କ ମୁହଁ, ତାଙ୍କ ଭାଷଣ, ଅନୁଚ୍ଛେଦ ୩୭୦, ଚନ୍ଦ୍ରୟାନ ଆଦି ଟିଭିରେ ଦେଖିବାକୁ ମିଳୁଛି। ମିଡିଆ କହୁଛି, ସତ କ’ଣ ଆମେ ଜାଣିଛୁ। କିନ୍ତୁ ତାହା ଆମେ ଦେଖାଇପାରିବୁ ନାହିଁ। କାରଣ ଆମର ଚାକିରି ଚାଲିଯିବ। ଏବେ ଟିଭି ଚ୍ୟାନେଲ ଓ ଖବରକାଗଜଗୁଡ଼ିକ ୫ରୁ ୧୦ ଜଣ ବ୍ୟବସାୟୀଙ୍କ ହାତରେ ରହିଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ମୋଦିଙ୍କ କେବଳ ଗୋଟିଏ କାମ ହେଉଛି ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା। ଏକଦା ବିଶ୍ୱକୁ ପ୍ରେମ, ବିକାଶ ଓ ସହାବସ୍ଥାନର ବାଟ ବତାଉଥିବା ଦେଶ ଭାରତରେ ଆଜି ଜାତି, ଧର୍ମକୁ ନେଇ ଲଢ଼େଇ ଚାଲିଛି। ମୋଦି ବିମୁଦ୍ରୀକରଣ ଓ ଗବ୍ବର ସିଂ ଟାକ୍ସ (ଜିଏସ୍‌ଟି) ଆଣି ଦେଶର ଅର୍ଥନୀତିକୁ ଧ୍ୱଂସ କରିଦେଲେଣି। ଏଥିଯୋଗୁ କ୍ଷୁଦ୍ର ଓ ମଧ୍ୟମ ସ୍ତରର ବ୍ୟବସାୟ ବନ୍ଦ ହୋଇଯାଉଛି। ବେକାରି ସମସ୍ୟା ୪୦ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚତ୍ଛି। ଚାଷୀ ଆମତ୍ହତ୍ୟା କରୁଛନ୍ତି ବୋଲି ରାହୁଲ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୮ ଛାତ୍ରୀଙ୍କ ଅନ୍ତଃବସ୍ତ୍ର କାଢ଼ି ଯାଞ୍ଚକଲେ

ଭୁଜ୍‌,୧୫ା୨ : ଗୁଜରାଟର ଭୁଜ୍‌ସ୍ଥିତ ଶ୍ରୀ ସହଜାନନ୍ଦ ବାଳିକା କଲେଜରେ ୬୮ଜଣ ଛାତ୍ରୀଙ୍କୁ ଧର୍ମ ନାମରେ ଲଜ୍ଜାକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଛି। ସେମାନଙ୍କ ଅନ୍ତଃବସ୍ତ୍ର...

ଯୌତୁକ ପାଇଁ ଶିବାଙ୍ଗୀ ଫେରାଇ ଦେଇଥିଲେ ବରଯାତ୍ରୀ: ଏବେ ବିବାହ ପାଇଁ ଯୁବକଙ୍କ ଲମ୍ବା ଲାଇନ୍‌

ଗ୍ବାଲିୟର,୨୧।୪: କିଛି ମାସ ତଳେ ଯୌତୁକ ପାଇଁ ମଧ୍ୟପ୍ରଦେଶ ଗ୍ବାଲିୟରର ଶିବାଙ୍ଗୀ ତାଙ୍କ ଘରକୁ ଆସିଥିବା ବରଯାତ୍ରୀଙ୍କୁ ଫେରାଇ ଦେଇଥିଲେ। ଏହା ପରେ ଶିବାଙ୍ଗୀ ନିଜ...

ନୀତା ଅମ୍ବାନୀଙ୍କୁ ଉପହାର ମିଳିଥିଲା ବିଳାସପୂର୍ଣ୍ଣ ଜେଟ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାଣୀ ନୀତା ଅମ୍ବାନି ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ବେଶ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ପୂରଣ ହେବ ବିଦ୍ୟୁତ୍‌ ଅଭାବ, ନିର୍ମାଣ କରାଯିବ ୧୦ ନ୍ୟୁକ୍ଲିୟର ପ୍ଲାଣ୍ଟ୍‌…

ନୂଆଦିଲ୍ଲୀ, ୨୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ପ୍ରକଳ୍ପ ପ୍ରତି ଘରେ ବିଦ୍ୟୁତ୍‌ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତରେ ନୂଆ ବିଦ୍ୟୁତ୍‌ ଉତ୍ପାଦନ...

ପାସପୋର୍ଟରେ ମା’ଙ୍କ ନାଁ ବଦଳାଇବାକୁ ଚାହୁଛନ୍ତି ମେହେବୁବାଙ୍କ ଝିଅ

ଶ୍ରୀନଗର,୨୩।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)ର ଅଧ୍ୟକ୍ଷ ମେହେବୁବା ମୁଫତିଙ୍କ ସାନ ଝିଅ ଏବେ ପାସପୋର୍ଟରେ ମା’ ମେହେବୁବାଙ୍କ ନାଁରେ ପରିବର୍ତ୍ତନ...

୨ ସୀମାନ୍ତ ପୋଷ୍ଟ ହଟାଇଲା ନେପାଳ

ପିଥୋରାଗଡ଼/ଡେରାଡୁନ,୭ା୭: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାର ଧରଚୁଲା ଅଞ୍ଚଳରେ ଭାରତର ସୀମାକୁ ଲାଗି ରହିଥିବା ନେପାଳର ୬ଟି ନୂଆ ସୀମା ଆଉଟପୋଷ୍ଟ ମଧ୍ୟରୁ ୨ଟିକୁ ଏହା ଉଠାଇନେଇଛି।...

ଆଲୋଚନା ଲାଗି ପରିବେଶ ସୃଷ୍ଟି କରନ୍ତୁ ସରକାର

ନୂଆଦିଲ୍ଲୀ, ୧।୨(ପି.ଟି.): ଆନ୍ଦୋଳନକାରୀ କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମର୍ଯ୍ୟାଦାକୁ ସମ୍ମାନ ଦେବେ। ଏଥିସହିତ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ରହିବେ ବୋଲି ଭାରତୀୟ...

Advertisement
Archives

Model This Week