ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା: ବୃତ୍ତିଗତ ଦିଗକୁ ଦେଖାଯାଉ ନ ଥିବା ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ପରିବାରଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି କହୁଛନ୍ତି। ଏହି କ୍ରମରେ ଭାଜପା ବୁଧବାର ଖବରଦାତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ସ୍ମିତା ଭତ୍ତା ଟଙ୍କା ବାଣ୍ଟିବା ପାଇଁ ଯାଇଥିଲେ। କାର୍ଯ୍ୟରେ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ହେଲେ ଏସ୍‌ପି ତାଙ୍କର ବ୍ୟକ୍ତିଗତ ଦିଗକୁ ତଦନ୍ତ ପରିସରକୁ ନେଇଥିବା ବେଳେ ବୃତ୍ତିଗତ ଦିଗକୁ ଦେଖିନାହାନ୍ତି ବୋଲି ଭାଜପା ପ୍ରଶ୍ନ ଉଠାଇଛି। ମଙ୍ଗଳବାର ସ୍ମିତାଙ୍କ ସ୍ବାମୀ ସୁଶୀଲ ଚାକିରିକୁ ନେଇ ସେ ମାନସିକ ଚାପରେ ଥିଲେ ବୋଲି କହିଥିଲେ। ଏପରିକି ଆବାସ ଯୋଜନା, ଭତ୍ତା ହିତାଧିକାରୀ ଚୟନକୁ ନେଇ ସ୍ମିତାଙ୍କ ଉପରେ ଚାପ ରହିଥିଲା। ଏପରିସ୍ଥଳେ ସରକାର ସମ୍ପୂର୍ଣ୍ଣ ଭାବେ ନିରବ ରହିଛନ୍ତି ବୋଲି ଭାଜପା ପକ୍ଷରୁ କଟାକ୍ଷ କରାଯାଇଛି। ଏସ୍‌ପିଙ୍କ ମୋବାଇଲ କଲ୍‌ ରେକର୍ଡ ଯାଞ୍ଚ କରାଯିବା ସହ ଡିଜି ୭ ଦିନ ମଧ୍ୟରେ କାହା କାହା ସହ କଥା ହୋଇଛନ୍ତି ସ୍ପଷ୍ଟ କରନ୍ତୁ ବୋଲି ଖବରଦାତା ସମ୍ମିଳନୀରେ ଭାଜପା ଉପସଭାପତି ସମୀର ମହାନ୍ତି ଦାବି କରିଛନ୍ତି।

ଅପରପକ୍ଷେ ବିଜେଡି ପକ୍ଷରୁ ଏହାର ଜବାବ ରଖାଯାଇଛି। ବିଜେଡି ନେତା ସମୀର ଦାସ କହିଛନ୍ତି, ଆଇନ ତା’ ବାଟରେ କାମ କରୁଛି। ଏହି ଘଟଣାକୁ ରାଜନୀତିକରଣ କରିବା ଉଚିତ୍‌ ନୁହେଁ। କିଭଳି ସ୍ମିତାରାଣୀଙ୍କୁ ନ୍ୟାୟ ମିଳିବ ସେଥିପାଇଁ ତଥ୍ୟ ଥିଲେ ଉପସ୍ଥାପନ କରାଯାଉ। ଏହାକୁ ତଦନ୍ତକାରୀ ସଂସ୍ଥା ଗ୍ରହଣ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୮ା୭: ସ୍ଥାନୀୟ କଲେଜ ଛକ ନିକଟରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳିକାଙ୍କ ଘର...

ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର,୨୧।୨(ବ୍ୟୁରୋ):୧୦ଦଫା ଦାବି ନେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ଅଲ୍‌ ଓଡ଼ିଶା ଗ୍ରାମ ପଞ୍ଚାୟତ ଲେଭଲ୍‌ ଫେଡେରେଶନ(ଜିପିଏଲ୍‌ଏଫ୍‌) ମିଶନଶକ୍ତି କର୍ମୀ ସାମ୍ମୁଖ୍ୟ ପକ୍ଷରୁ ସୋମବାର ଭୁବନେଶ୍ୱର...

ଡୋର୍‌ରେ ଦଉଡ଼ି ଭିଡ଼ି ଜରୁରୀ ସେବା

ବଇଣ୍ଡା,୩।୩ (ଡି.ଏନ.ଏ.) – ଜରୁରୀ ସ୍ବାସ୍ଥ୍ୟସେବାର ଏକ ପ୍ରମୁଖ ଅଙ୍ଗ ପାଲଟିଥିବା ୧୦୮ ଆମ୍ବୁଲାନ୍ସ ଡୋର୍‌ରେ ଭିଡ଼ାଯାଉଛି ଦଉଡ଼ି। ଗାଡ଼ିର ସାଇଟ୍‌ ଓ ପଛ ଡୋର୍‌...

ପିଏମଏଓ୍ବାଇ-ବିପିଜିଏଓ୍ବାଇ ଝଗଡ଼ା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମଏଓ୍ବାଇ-ଜି) ପାଇଁ କେନ୍ଦ୍ର ସରକାର ପଇସା ଦେଉଛନ୍ତି। ସେହି ଘର ଆଗରେ ବିଜୁ ବାବୁଙ୍କ ଲୋଗୋ କାହିଁକି ଲଗାଯିବ।...

ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ ପୁରସ୍କୃତ ହେବେ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ରାଜ୍ୟର କୃଷକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏସ୍‌ଜି) ଏବଂ ଏମ୍‌ଏସ୍‌ଏମ୍‌ଇକୁ ଋଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅର୍ଥନୀତିର...

ଘରୋଇ ବିମାନ ଉଡ଼ାଣ ପାଇଁ ଯୋଗାଇ ଦିଆଯିବ ୧% ଭାଟ୍‌ରେ ଇନ୍ଧନ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଭୁବନେଶ୍ୱର ଏୟାରଲାଇନ୍ସ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ...

ପଞ୍ଜୁରୀ ଭିତରେ ଚଢ଼େଇ ଛୁଆଙ୍କୁ ମାରି ଖାଇଲା ନାଗସାପ: ପରେ ଅବସ୍ଥା ହେଲା ଏମିତି

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ବାଙ୍କୀ ରଗଡ଼ି ଗ୍ରାମର ସତ୍ୟ ରଞ୍ଜନ ମହାପାତ୍ରଙ୍କ ଘରେ ଗୁରୁବାର ରାତିରେ ପୋଷା ଚଢ଼େଇମାନଙ୍କ କିଚିରିମିଚିରି ଶବ୍ଦ ଶୁଣି ପଞ୍ଜୁରୀ ଭିତରେ ଏକ ନାଗସାପ...

ଓଡ଼ିଶା ଆସୁଛନ୍ତି କେ. ଶିବନ୍‌

ଭୁବନେଶ୍ୱର,୨୦।୧୯(ବ୍ୟୁରୋ): ଓଡ଼ିଶା ଆସୁଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ୍‌। ସେପ୍ଟେମ୍ବର ୨୧ରେ ସେ ଓଡ଼ିଶା ଆସିବେ। ଭୁବନେଶ୍ୱର ଆଇଆଇଟିର ୮ମ...

Advertisement
Archives

Model This Week