ହମ୍‌ସଫର ଏକ୍ସପ୍ରେସରୁ ଫ୍ଲେକ୍ସିଫେୟାର ଭଡ଼ା ହଟିଲା

ନୂଆଦିଲ୍ଲୀ,୧୪-୯: ଭାରତୀୟ ରେଲଓ୍ବେ ଯାତ୍ରୀଙ୍କୁ ଆଶ୍ୱସ୍ତ କରି ପ୍ରିମିୟମ ହମ୍‌ସଫର ଏକ୍ସପ୍ରେସରୁ ଫ୍ଲେକ୍ସିଫେୟାର ଭଡ଼ା ଯୋଜନାକୁ ହଟାଇ ଦେଇଛି। ଏଥିସହିତ ଏହି ଗାଡ଼ିରେ ସ୍ଲିପର କୋଚ୍‌ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶୁକ୍ରବାର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଦେଶରେ ବର୍ତ୍ତମାନ ୩୫ ଯୋଡା ହମ୍‌ସଫର ଏକ୍ସପ୍ରେସ ଚାଲିଛି ଏବଂ ଏଥିରେ ବର୍ତ୍ତମାନଠାରୁ ଏସି-୩ ଟାୟାର କୋଚ୍‌ ଲଗାଯିବ। ଏହାଛଡ଼ା ହମ୍‌ସଫର ଗାଡ଼ିର ରେଳଯାତ୍ରୀଙ୍କ ପାଇଁ ତତ୍କାଳ ଟିକେଟ ଭଡାକୁ ମଧ୍ୟ ହ୍ରାସ କରାଯାଇଛି। ମୂଳ ଭଡାର ୧.୫% ବଦଳରେ ୧.୩% ହାରରେ ତତ୍କାଳ ଟିକେଟ ଦର ରହିବ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ, ପ୍ରୟାଗରାଜରୁ ଆଲ୍ଲାହାବାଦ୍‌ ଜଙ୍କ୍‌ଶନ ଦେଇ ନୂଆଦିଲ୍ଲୀ ମଧ୍ୟରେ ଯାତାୟାତ କରୁଥିବା ଦୁରନ୍ତୋ ଏକ୍ସପ୍ରେସକୁ ବନ୍ଦ କରିଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଳମନ୍ତ୍ରୀ ଥିବା ବେଳେ ଏହାକୁ ଆରମ୍ଭ କରାଯାଇଥିଲା। ରେଳ ମନ୍ତ୍ରଣାଳୟ ଦୁରନ୍ତୋ ଏକ୍ସପ୍ରେସ ସ୍ଥାନରେ ହମ୍‌ସଫର ଟ୍ରେନ ଚଳାଇବାକୁ ଯାଉଛନ୍ତି। ତେବେ ପାରମ୍ପରିକ ହମ୍‌ସଫର ଏକ୍ସପ୍ରେସରେ କେତେକ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି। ଆଲ୍ଲାହାବାଦ୍‌ରୁ ଚାଲିବାକୁ ଥିବା ହମ୍‌ସଫର ଏକ୍ସପ୍ରେସରେ ୪ ସ୍ଲିପର କୋଚ୍‌ ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁକେଶ ଅମ୍ବାନୀଙ୍କ ଠାରୁ ଜୁକରବର୍ଗ: କରୋନା ସମୟରେ ଏହି କୋଟିପତିମାନେ କେତେ ଟଙ୍କା ଦାନ କରିଛନ୍ତି ଜାଣନ୍ତୁ…

ପରୋପକାର ପରମଧର୍ମ। ଅର୍ଥାତ୍‌ ଅନ୍ୟର ହିତ ପାଇଁ ଦାନ ହେଉଛି ସବୁଠାରୁ ବଡ଼ ଧର୍ମ। ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା...

୨୦୧୯-୨୦ରେ ଓଡ଼ିଶାକୁ ୫୧୨୨ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୨୭।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷତିପୂରଣ ବାବଦ ଓଡ଼ିଶାକୁ ମୋଟ ୫,୧୨୨ କୋଟି ଟଙ୍କା ପ୍ରଦାନ...

ଆଇଆର୍‌ସିଟିସି ଇ-କ୍ୟାଟରିଂ ସେବା ଶୀଘ୍ର

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କୁ ଆଶ୍ୱସ୍ତି। ଆସନ୍ତା ମାସରୁ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜମ କର୍ପୋରେଶନ(ଆଇଆର୍‌ସିଟିସି)ର ଇ-କ୍ୟାଟରିଂ ସେବା ପୁଣି ଥରେ କାର୍ଯ୍ୟକ୍ଷମ ହେବ। ଏ ନେଇ...

ଫୁଡ୍‌ ଡେଲିଭରି ସେବା ଯୋଗାଇବ ଆମାଜନ

ନୂଆଦିଲ୍ଲୀ,୨୨।୫: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ପକ୍ଷରୁ ବର୍ତ୍ତମାନ ଏହାର ଗ୍ରାହକଙ୍କୁ ଫୁଡ୍‌ ଡେଲିଭରି ସେବା ପ୍ରଦାନ କରିବା ପାଇଁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁ...

ହ୍ୟାକ୍‌ ଓ୍ବେବ୍‌ସାଇଟ୍‌ରୁ ହେଉଛି କ୍ରେଡିଟ୍‌କାର୍ଡ ଠକେଇ

ନୂଆଦିଲ୍ଲୀ,୧୭।୭: ବର୍ତ୍ତମାନ ସାରା ବିଶ୍ୱରେ ଇ-କମର୍ସ ସାଇଟଗୁଡିକରେ କ୍ରେଡିଡ୍‌ କାର୍ଡ ଠକେଇ ବଢୁଥିବାରୁ ଏହାକୁ ନେଇ ଚିନ୍ତା ବଢୁଛି। ବିଶେଷକରି ହ୍ୟାକ୍‌ ଓ୍ବେବ୍‌ସାଇଟଗୁଡିକରୁ ଏଭଳି ଠକେଇ...

ପ୍ରତ୍ୟାହାର ହୋଇପାରେ ଏଟିଏମ୍‌ ଚାର୍ଜ: ଆର୍‌ବିଆଇ ଗଠନ କଲା ସମୀକ୍ଷା କମିଟି

ମୁମ୍ବାଇ,୧୨-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ଉପରେ ଲାଗୁଥିବା ଶୁଳ୍କ ପ୍ରତ୍ୟାହାର କରିନେଇଛି। ତେବେ ଅଟୋମେଟେଡ ଟେଲର ମେଶିନ(ଏଟିଏମ୍‌) ବ୍ୟବହାର ଲାଗି ଲାଗୁଥିବା...

ୟୁଜରଙ୍କ ଅସନ୍ତୋଷ ଆଗରେ ମୁଣ୍ଡ ନୁଆଁଇଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୧୬।୧: ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ଅପ୍‌ଡେଟ୍‌ କରିବାର ଘୋଷଣା କରିଥିଲା। ଏହାକୁ ନେଇ ବ୍ୟବହାରକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଲୋକମାନେ...

ନିଲାମ ହେବ ରାଜ୍ୟର ୭ ଖଣିଜ ବ୍ଲକ

ନୂଆଦିଲ୍ଲୀ,୩-୧୦: ରାଜ୍ୟର ୭ ଖଣିଜ ବ୍ଲକର ନିଲାମ କରାଯିବ। ଚଳିତ ମାସ ୨୨ଠାରୁ ନଭେମ୍ବର ୧ ମଧ୍ୟରେ ଏହାର ନିଲାମ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର...

Play 250+ Trending Games
Archives

Model This Week

Why Dharitri